Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ବିଜେଡି ନେତା ଜିତୁ ଜାକାସିକାଙ୍କୁ ମାୟାବତୀ କରିବେ ପ୍ରାର୍ଥୀ ! ଫାଇନାସ୍ କରିବେ କି ବୈଜୟନ୍ତ ?

By admin • September 15, 2018 • ପଲିଟିକ୍ସ

ରାୟଗଡ଼ା : ନିର୍ବାଚନୀ ବର୍ଷରେ ଓଡ଼ିଶା ରାଜନୀତିରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଯଦିଓ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ନେତାଙ୍କ କଂଗ୍ରେସ ଛାଡିବା ସ୍ପିଡରେ ବ୍ରେକ ଲାଗିଛି, ତେବେ ଦାମୋଦର ରାଉତଙ୍କ ପରି ନେତାଙ୍କୁ ବିଜେଡିରୁ ବହିଷ୍କାର କରିବା ଘଟଣା ରାଜ୍ୟ ରାଜନୀତିକୁ ଅସ୍ଥିର କରି ପକାଇଛି । ଯେଉଁ ରାୟଗଡ଼ାର ଚାରା ଦୁର୍ନୀତି କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କଲେ ଦାମ ରାଉତ, ଏବେ ସେହି ରାୟଗଡ଼ା ଜିଲ୍ଲା, ବିଜେଡିକୁ ରାଜନୈତିକ ଧକ୍କା ଦେବାକୁ ଯାଉଛି । କାରଣ ରାୟଗଡା ଜିଲ୍ଲାର ଯୁବ ଚେହେରା ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କ ବିଜେଡି ଠାରୁ ମୋହଭଙ୍ଗ ହେଲା ପରି ଲାଗୁଛି । ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ପରିଷଦର ସଦସ୍ୟ ଜିତୁ ଜାକାସିକା, ବେହେନେଜୀ ମାୟବତୀଙ୍କୁ ଦିଲ୍ଲୀରେ ଭେଟିଲେଣି । ଗତ ୧୨ତାରିଖରେ ବହୁଜନ ସମାଜ ପାର୍ଟି(ବିଏସପି)ର ମୁଖ୍ୟ ମାୟାବତୀଙ୍କ ସହ ଜିତୁଙ୍କ ସାକ୍ଷାତ ହୋଇଛି । ଓଡ଼ିଶା ରାଜନୀତି ବିଶେଷ କରି ରାଜ୍ୟର ଆଦିବାସୀ-ଦଳିତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିତୁଙ୍କ ସହ ମାୟାବତୀ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ସେହି ସମୟରେ ବିଏସପିର ଓଡ଼ିଶା ପ୍ରଭାରୀ ଛୋଟୁ ରାଜ ସିଂ ମଧ୍ୟ ଉପସ୍ଥିତ ଥିଲେ । ମାୟାବତୀଙ୍କୁ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଉତ୍ପାଦିତ ସଲ ଜିତୁ ପ୍ରଦାନ କରିଥିଲେ। ମାୟାବତୀଙ୍କୁ ଭେଟିବା ପରେ ଆଗକୁ ବଢ଼ିବା ନିମନ୍ତେ ଜିତୁଙ୍କୁ କୁହାଯାଇଥିବା ସୂଚନା ମିଳିଛି ।

Baijayant Panda

ରାଗ ଶୁଝାଇବ ଇମ୍ଫା !
ରାଜ୍ୟ ରାଜନୀତି ପାଇଁ ଜିତୁ ଜାକାସିକା ଯଦିଓ ପରିଚିତ ଚେହେରା ନୁହଁନ୍ତି, କିନ୍ତୁ ଗତ ଅପ୍ରିଲ ଓ ଜୁନ ମାସରେ ଥେରୁବାଲି ସ୍ଥିତ ଇମ୍ଫା କାରଖାନାକୁ ଅଚଳ କରିଦେଇଥିବା ଯୁବକ ହେଉଛନ୍ତି ଜିତୁ। ବୈଜୟନ୍ତ ପଣ୍ଡାଙ୍କ ଉପରେ ରାଗ ଶୁଝାଇବା ଲାଗି ଜିତୁ ଜାକାସିକାଙ୍କ ଜରିଆରେ ଇମ୍ଫା କାରଖାନା ଆଗରେ ଧାରଣା ଦିଆଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା । ଏବେ ଜିତୁ, ମାୟାବତୀଙ୍କୁ ଭେଟିବା ପଛରେ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ନାହିଁ ତ ? ସ୍ମାର୍ଟ ପଲଟିଆସନ୍ ବୈଜୟନ୍ତ ଜାଣନ୍ତି,  ଉଚ୍ଚଶିକ୍ଷିତ ଜିତୁ ଜାକାସିକା ଜଣେ ଭଲ ସଂଗଠକ । ଡଙ୍ଗରିଆ କନ୍ଧଙ୍କ ଉପରେ ତାଙ୍କର ଭଲ ପ୍ରଭାବ ରହିଛି । ଜିତୁଙ୍କ ଭଉଣୀ ଡ୍ରିଞ୍ଜ ଜାକାସିକା  ବିଷମ କଟକ ବ୍ଲକର କୁର୍ଲି ପଞ୍ଚାୟତର ଦ୍ୱିତୀୟ ଥରର ସରପଞ୍ଚ । ଡ୍ରିଞ୍ଜ ଜାକାସିକା, ପ୍ରଥମ ଡଙ୍ଗରିଆ ଭାବେ ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଇଣ୍ଟର ନ୍ୟାସଲାଲ ଫିଲ୍ମ ଫେଷ୍ଟିଭାଲ ୨୦୧୭ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେପେଟ ଭାଇ ତଥା ମ୍ୟାନେଜମେଣ୍ଟ ଡିଗ୍ରୀ ଧାରି ଜିତୁ ଜାକାସିକାଙ୍କ ମୁନିଗଡା ବ୍ଲକରେ ନିଜସ୍ୱ ସଂଗଠନ ରହିଛି ।

IMFA

ଦଳିତ-ଆଦିବାସୀ କାର୍ଡ
ଏମିତି ବି ବିଷମ କଟକ ନିର୍ବାଚନ ମଣ୍ଡଳୀରେ ବିଏସପିର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ୨୦୦୦ ନିର୍ବାଚନରେ ପ୍ରଥମ ଥର ବିଏସପି ବିଶମ କଟକରୁ ପ୍ରାର୍ଥୀ ଦେଇ  ୮ହଜାର ୬୪୬ ଭୋଟ୍ ପାଇଥିଲା। ଆଉ ପ୍ରତି ନିର୍ବାଚନରେ ଭୋଟ ହାର ବଢି ୨୦୧୪ ନିର୍ବାଚନରେ  ବିଷମ କଟକରେ ବିଏସପିକୁ ମିଳିଥିଲା ୧୭ହଜାର ୨୯୪ ଭୋଟ୍। ତେଣୁ ବିଜେଡି ସଂଗଠକ ଜିତୁଙ୍କୁ ପ୍ରାର୍ଥୀ କଲେ ବିଏସପିର ଦଳିତ ଭୋଟ୍ ବ୍ୟାଙ୍କ ସହ ଆଦିବାସୀ ଭୋଟ୍ ମିଶିଲେ ଜିତିବାର ସମ୍ଭାବନା ଅଧିକ ବୋଲି ମାୟାବତୀଙ୍କୁ ବୁଝା ଯାଇଛି । ଆଉ ଇମ୍ଫା ପରି କର୍ପୋରେଟ୍ ହାଉସରୁ ଯଦି ଫାଇନାସ୍ ହେଲା, ତେବେ ଜିତୁ ବିଜୟୀ ହୋଇ ପାରନ୍ତି। ନଚେତ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିଜ ରାଗ ଶୁଝାଇ ପାରନ୍ତି ବୈଜୟନ୍ତ ପଣ୍ଡା । କେବଳ ବିଷମ କଟକ ନୁହେଁ, ରାୟଗଡ଼ା ଏବଂ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ବିଏସପିର ବଡ ଭୋଟ ବ୍ୟାଙ୍କ ରହିଛି । ସେହି ୨ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ବିଏସପିକୁ ବୈଜୟନ୍ତଙ୍କ ସମର୍ଥନ ରହିବ ବୋଲି ଶୁଣିବାକୁ ମିଳୁଛି । ଆଉ ବୈଜୟନ୍ତଙ୍କ ସହ ରାୟଗଡ଼ା ବିଜେଡିର ଗୃହଭେଦୀ ବିଭୀଷଣ ମଧ୍ୟ ହାତ ମିଳାଇ ପାରନ୍ତି। ଏମିତି ବି ରାଜ୍ୟସଭା ସାଂସଦ ତଥା ରାୟଗଡ଼ା ବିଜେଡି ମୁଖ୍ୟ ଏନ୍.ଭାସ୍କର ରାଓଙ୍କ ସହ ବୈଜୟନ୍ତଙ୍କ ଭଲ ସମ୍ପର୍କ ।

 ପଞ୍ଚାୟତ ଫଳ ଡରାଉଛି
ଅନ୍ୟପଟେ ଜିତୁ ଜାକାସିକା ବିଷମକଟକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହେବା ନିମନ୍ତେ ପ୍ଲାନରେ ଥିଲେ  । ଡଙ୍ଗରିଆ କନ୍ଧ ଓ କୋଲନରା ବ୍ଲକରେ ଦୃଢ଼ ସଂଗଠନ ରଖିଥିବା ଜିତୁ ବିଏସପିରୁ ପ୍ରାର୍ଥୀ ହେଲେ ବିଜେଡି ଲାଗି ଅଡୁଆ ହେବ। ଯଦିଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ୨୯ହଜାର ୧୮୬ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ଏବେ କିନ୍ତୁ ସ୍ଥିତି ଭିନ୍ନ ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୮ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି ମାତ୍ର ୨ଟିରେ ଜିତିଥିଲା। ୫ଟି ଜିଲ୍ଲା ପରିଷଦ କଂଗ୍ରେସ ଓ ଗୋଟିଏ ଜୋନରେ ବିଜେପି ଜିତିଥିଲା। ଏଭଳି ପରିସ୍ଥିତିରେ ଜିତୁ ଜାକାସିକା ବିଜେଡି ଛାଡିବା ଶାସକ ଦଳ ଲାଗି ନିଶ୍ଚିତ କ୍ଷତି ହେବ।

Tweet
0
ନୂଆଁ ଧାନ କେ ନୂଆଁ ମନ
ସାବଧାନ ! ରୋହିତ ବ୍ରିଗେଡ-ଏସିଆ କପରେ ୫ ପାକିସ୍ତାନୀ କ୍ରିକେଟର ଘାତକ ହୋଇପାରନ୍ତି

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.