Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

୧୦ ଓଡ଼ିଆ ରାଜ୍ୟପାଳଙ୍କ ମଧ୍ୟରୁ ଜଣେ ହୋଇଛନ୍ତି ରାଷ୍ଟ୍ରପତି

By admin • July 17, 2019 • ନ୍ୟୁଜ୍, ପଲିଟିକ୍ସ

ଗଭର୍ଣ୍ଣରଙ୍କ କଥା ଆଲୋଚନା ହେବା ମାତ୍ରେ,ଓଡ଼ିଆମାନେ ଆଗକୁ ଆସୁଛନ୍ତି।ଦେଶର ସବୁଠୁ ବଡ଼ ବ୍ୟାଙ୍କ,ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ବ୍ୟାଙ୍କିକଂ ବ୍ୟବସ୍ଥା ଛଡ଼ା ଶାସନତନ୍ତ୍ରରେ ମଧ୍ୟ ଓଡ଼ିଶାରୁ ୯ଜଣ ବ୍ୟକ୍ତି ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ହୋଇଛନ୍ତି।ସେହି ଓଡ଼ିଆ ରାଜ୍ୟପାଳ ଲିଷ୍ଟରେ ଦଶମ ବ୍ୟକ୍ତି ଭାବରେ ୧୬ଜୁଲାଇ ୨୦୧୯ରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁ ଯୋଡି ହୋଇଛି।ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।
ତେବେ ପ୍ରଥମ ଓଡ଼ିଆ ଭାବେ ରାଜ୍ୟପାଳ ହେବାର ସୁଯୋଗ ଜୁଟିଥିଲା ହରେକୃଷ୍ଣ ମହାତାବଙ୍କ ଭାଗ୍ୟରେ।୨ମାର୍ଚ୍ଚ ୧୯୫୫ରେ ବମ୍ବେ ପ୍ରଦେଶର ରାଜ୍ୟପାଳ ହୋଇଥିଲେ ହରେକୃଷ୍ଣ ମହତାବ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହତାବଙ୍କ,ସଂସଦୀୟ ବିଧି ବ୍ୟବସ୍ଥାରେ ଅଗାଧ ଜ୍ଞାନ ଥିବାରୁ ପ୍ରାୟ ୧୭ମାସ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।

Harekrushna Mahatab

ଏହାପରେ ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶାର ସମ୍ମାନ ବଢ଼ାଇଥିଲେ ଭି.ଭି.ଗିରି।ଦେଶର ଚତୁର୍ଥ ରାଷ୍ଟ୍ରପତି ବରାହଗିରି ଭେଙ୍କଟ ଗିରିଙ୍କ ଜନ୍ମ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବହ୍ମପୁର ସହରରେ।ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ହେବା ଆଗରୁ ୩ଟି ରାଜ୍ୟର ଗଭର୍ଣ୍ଣର ଭାବେ କାର‌୍ୟ୍ୟ କରିଥିଲେ ଭି.ଭି.ଗିରି।ପ୍ରଥମେ ୧୯୫୬ ଜୁନରୁ ଉତ୍ତପ୍ରଦେଶରେ ୪ବର୍ଷ ରାଜ୍ୟପାଳ।ପରେ ୧୯୬୦ରୁ ୫ବର୍ଷ କେରଳ ରାଜ୍ୟପାଳ ହୋଇଥିଲେ ଭି.ଭି.ଗିରି।ଉପରାଷ୍ଟ୍ରପତି ହେବା ଆଗରୁ କର୍ଣ୍ଣାଟକ ରାଜଭବନରେ ୨ବର୍ଷ ବିତାଇ ଥିଲେ ଭି.ଭି.ଗିରି।

ଏହାପରେ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶ,ଉତ୍ତରପ୍ରଦେଶର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ।ପରାଧିନ ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାଶ,1962 ଏପ୍ରିଲରୁ 5ବର୍ଷ ପାଇଁ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।
ସେହିଭଳି ନିତ୍ୟାନନ୍ଦ କାନୁନଗୋ ଗୁଜରାଟ ଏବଂ ବିହାରର ରାଜ୍ୟପାଳ ହୋଇଥିଲେ।କେନ୍ଦ୍ରାପଡ଼ାର ପ୍ରଥମ ଲୋକସଭା ସାଂସଦ ନିତ୍ୟାନନ୍ଦ କାନୁନଗୋଙ୍କୁ ପ୍ରଧାନମନ୍ତ୍ରୀ ନେହରୁଙ୍କ ପ୍ରଥମ କ୍ୟାବିନେଟରେ ଶିଳ୍ପ,ବାଣିଜ୍ୟ ଏବଂ ଶ୍ରମମନ୍ତ୍ରୀ ସ୍ଥାନ ମିଳିଥିଲା।ନେହରୁଙ୍କ ବିଶ୍ୱସ୍ଥ ନିତ୍ୟାନନ୍ଦ କାନୁନଗୋ,୧୯୬୫ ଅଗଷ୍ଟ ପହିଲାରେ ଗୁଜରାଟର ରାଜ୍ୟପାଳ ହେଲେ। ଗୁଜରାଟ ରାଜଭବନରେ ୨୭ମାସ ରହିବା ପରେ,ଡିସେମ୍ବର ୧୯୬୭ରେ ବିହାର ଗଭର୍ଣ୍ଣର ହୋଇଥିଲେ ନିତ୍ୟାନନ୍ଦ କାନୁନଗୋ।
କେବେ ପୁରୀ ଏବଂ ଭୁବନେଶ୍ୱରକୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ଚିନ୍ତାମଣି ପାଣିଗ୍ରାହୀ,ମଣିପୁର ରାଜଭବନକୁ ୪ବର୍ଷ ସମ୍ଭାଳି ଥିଲେ।ଜୁଲାଇ ୧୯୮୯ରୁ ମଣିପୁର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଚିନ୍ତାମଣି ପାଣିଗ୍ରାହୀ।ନିତ୍ୟାନନ୍ଦ କାନୁନଗୋଙ୍କ ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ମାର୍ଚ୍ଚ ୧୯୯୧ରେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ପ୍ରାୟ ୨୭ମାସ ଧରି ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଥିଲେ ସୁରେନ୍ଦ୍ର ନାଥ ଦ୍ୱିବେଦୀ।

ପୁରୀର ପ୍ରଥମ ଲୋକସଭା ସାଂସଦ ଲୋକନାଥ ମିଶ୍ର ଆସାମର ରାଜ୍ୟପାଳ ହୋଇଥିଲେ।୧୯୯୧ ଜୁନରୁ ୧୯୯୭ ପର୍ଯ୍ୟନ୍ତ ଆସାମ ସହ ସାମୟିକ ଭାବେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ରାଜ୍ୟପାଳ ଥିଲେ ଲୋକନାଥ ମିଶ୍ର।ସପ୍ତମ ଓଡ଼ିଆ ଭାବେ ରାଜ୍ୟପାଳ ହୋଇଥିଲେ ଓଡ଼ିଶାର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ।ଜାନକୀ ବଲ୍ଲବ ୨୦୦୯ ଡିସେମ୍ବର୧୧ରେ ଆସାମର ରାଜ୍ୟପାଳ ପଦରେ ବସିଥିଲେ।

କଂଗ୍ରେସ ପରି ବିଜେପି ମଧ୍ୟ ଓଡ଼ିଆଙ୍କୁ ଗୁରୁତ୍ୱ ଦେଉଛି। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ମହିଳାଙ୍କୁ ରାଜ୍ୟପାଳ କରାଇଥିଲେ।ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୋପଦୀ ମୁର୍ମୁଙ୍କୁ ଜୁନ ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ବର୍ତ୍ତମାନ ବି ଝାଡ଼ଖଣ୍ଡର ରାଜ୍ୟପାଳ ଅଛନ୍ତି ଦ୍ରୋପଦୀ ମୁର୍ମୁ।
ଆଉ ଦଶମ ଓଡ଼ିଆ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ସାଉଥ୍ ଇଣ୍ଡିଆର ବଡ଼ ପ୍ରଦେଶ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

BISWABHUSAN HARICHANDANBiswanth DasChintamani PanigrahiDraupadi MurmuGOVERNORHarekrshna MahatabJanaki Ballabh PatnaikLokanath MisraNityanand KanungoPresident Of IndiaRam Nath KovindSurendranath DwivedyV.V.GiriVice President of India
Tweet
0
୧୯୮୩ ବିଶ୍ୱବିଜେତା ଟିମ୍ ଇଣ୍ଡିଆକୁ କେତେ ମିଳିଥିଲା ମ୍ୟାଚ୍ ଫି ? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
BJDର ନୂଆ ଦାମ-‘ମହାରଥୀ’:ସିନିୟରଙ୍କ ମୋର୍ଚ୍ଚା ସମ୍ଭାଳୁଛନ୍ତି ବାହୁବଳି ବିଧାୟକ

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

  • ଆପଣଙ୍କ ହ୍ୱାଟସଅପ୍ କେତେ ସୁରକ୍ଷିତ! ଯୁବପିଢ଼ୀ ଏବେଠୁ ହୁଅନ୍ତୁ ସତର୍କ !

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.