ବ୍ରଜରାଜନଗରେ ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ଉପରେ ଗୁଳିମାଡ଼ ହୋଇଛି। ସେ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ହସ୍ପିଟାଲରେ  ଭର୍ତ୍ତି ହୋଇଥିଲେ। ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ସେ ବ୍ରଜରାଜନଗର ଯାଇଥିଲା ବେଳେ ଏଭଳି ଅଘଟଣ ଘଟିଛି। ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି। ସୂଚନାନୁସାରେ ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବର୍ନ୍ଧନା ଦେଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଛି। ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି।

ବ୍ରଜରାଜନଗରରେ ଅପରାଧର ଛିଟା
ବ୍ରଜରାଜନଗରରେ ଗାନ୍ଧି ଛକରେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗାନ୍ଧି ଛକର ପୁଲିସ ଆଉଟପୋଷ୍ଟ ASI  ଗୋପାଳ ଦାସ ଗୁଳିମାଡ଼ କରିଛନ୍ତି। ଯଦିଓ ଗୁଳିମାଡ଼ର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ପାରିନି ତେବେ ଏହା ଅନେକ ଦିଗକୁ ଇସାରା କରୁଛି। ହୁଏତ ଗୋପାଳଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଶତୃତା ଥାଇପାରେ। ଅନ୍ୟପାର୍ଶ୍ୱରେ ଏହା ହେଉଛି ବିଧାୟକ ଅଳକା ମହାନ୍ତିଙ୍କ ଏରିଆ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବଦାସ ଏ ଅଞ୍ଚଳରେ ମଧ୍ୟ ହସ୍ତକ୍ଷେପ କରନ୍ତି। ପୂର୍ବରୁ ଏହି ଅଞ୍ଚଳର ବିଧାୟକ ଅନୁପ ସାଏ ଅପରାଧ କରି ବ୍ରଜରାଜନଗରରେ କଳଙ୍କ ଛିଟା ଲଗାଇଛନ୍ତି। ସେ କଳ୍ପନା ଦାସ ଓ ପ୍ରଭାତି ଦାସଙ୍କ ଡବଲ ମର୍ଡର କେସରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଅନୁପ ସାଏ ମଧ୍ୟ ୨୦୦୯ରେ କଂଗ୍ରେସ ଟିକଟରେ ବିଧାୟକ ହୋଇ ପରେ ବିଜେଡ଼ିରେ ଯୋଗ ଦେଇଥିଲେ। ନବ ଦାସ ମଧ୍ୟ ବିଜେଡ଼ିରେ ଯୋଗ ଦେଇ ମନ୍ତ୍ରୀପଦ ହାତେଇବା ପୁର୍ବରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି। ସେହି ମାଟିରେ ଜଣେ ବିଧାୟକ ଅପରାଧରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ ଲିଙ୍କ ଭିନ୍ନ କିଛି ଇସାରା ଦେଉଛି।