Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

କଂଗ୍ରେସ ସହ ବିଜେଡିର ଡିଲ୍ ! ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ବିଦା ହେବେ କି?

By admin • September 28, 2018 • ପଲିଟିକ୍ସ
BADRI-PATRA

ଭୁବନେଶ୍ୱର: ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଲିନ୍ ଇମେଜ ଫର୍ମୁଲା ଆପଣାଇବା ଆରମ୍ଭ ହେଲାଣି । ସେଥିପାଇଁ ବଦ୍ରି ନାରୟଣ ପାତ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଲାଗି ବାତାବରଣ ସୃଷ୍ଟି କରାଯାଉଛି । ଲୋକଙ୍କୁ ବାର୍ତ୍ତା ଦିଆଯିବ ଯେ ଗୁଣ୍ଡାମିକୁ ନବୀନ ପଟ୍ଟନାୟକ ଘୃଣା କରନ୍ତି, ଏଥିରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପରି ବରିଷ୍ଠ ମଧ୍ୟ ଛାଡ ପାଇଲେ ନାହିଁ। ସେଥିପାଇଁ ପୁଅ ଦେବାଶିଷ, ପୋଲିସଙ୍କୁ ମାଡ଼ ମାରିବା ଅଭିଯୋଗରେ ବାପା ବଦ୍ରି ପାତ୍ରଙ୍କ ଠାରୁ ମନ୍ତ୍ରୀ ପଦ ଛଡାଇ ନେବା ପାଇଁ ମସୁଧା ଚାଲିଛି । ଅବଶ୍ୟ ବଦ୍ରିଙ୍କ ଇସ୍ତପା ଦାବିରେ ଆଜିର(ଶୁକ୍ରବାର) କଂଗ୍ରେସର ଆନନ୍ଦପୁରରେ ବାଇକ୍ ରାଲି ମୁଖ୍ୟମନ୍ତ୍ରୀଙ୍କୁ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ କରିପାରେ।DEBASISH-PATRAଗତ ୧୯ତାରିଖରେ ଗିରଫ ହୋଇଥିବା ମନ୍ତ୍ରୀଙ୍କ ପୁଅ ଦେବାଶିଷ ଏବେ ଜେଲରେ । କେନ୍ଦୁଝର ଆନନ୍ଦପୁର ନିକଟସ୍ଥ ପଦନା ଗାଁରେ ଗତ ୧୮ ତରିଖରେ ବଦ୍ରି ପାତ୍ରଙ୍କ ପୁଅ ଏବଂ ତାଙ୍କର ସମର୍ଥକ ପୋଲିସ ଉପରେ ଆକ୍ରମଣ କରିଥିଲେ। ତେବେ ପୂର୍ବରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ। ସେହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ବିଜେଡିର କର୍ମୀ ଓ ଦେବାଶିଷ ପାତ୍ର, ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।NIRANJAN-PATTNAIKନିରଞ୍ଜନଙ୍କ ପାଇଁ..
ତେବେ ଚାରି ଚାରି ଥରର ବିଧାୟକ ବଦ୍ରି ପାତ୍ର ୨୦୦୯ରୁ ମନ୍ତ୍ରିମଣ୍ଡଳରେ ଅଛନ୍ତି। ଏପରିକି ପ୍ୟାରୀମୋହନ ମହାପାତ୍ରଙ୍କ ଦୃଢ଼ ସମର୍ଥକ ବଦ୍ରି ପାତ୍ର, ନବୀନ ପଟ୍ଟନାୟକଙ୍କ ଗୁଡବୁକରେ ରହି ପାରିଲେ । ହେଲେ ଗତ ଏପ୍ରିଲ୧୯ରୁ କେନ୍ଦୁଝର ରାଜନୀତିରେ ଆସିଲା ପରିବର୍ତ୍ତନ। କାରଣ ବଦ୍ରି ପାତ୍ରଙ୍କ ଘସିପୁରା ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲାଉଥିବା ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ହେଲେ । ଉଭୟ ନିରଞ୍ଜନ ଏବଂ ବଦ୍ରି ଘସିପୁରାରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହେଲେଣି । ଅବଶ୍ୟ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପରେ ୨୦୦୯ରୁ ରାମଚନ୍ଦ୍ରପୁର ବିଧାନସଭା କ୍ଷେତ୍ର ନାଁ ହୋଇଗଲା ଘସିପୁରା। ସେବେଠୁ ନିରଞ୍ଜନ ପଟ୍ଟନାୟକଙ୍କ ଲାଗି ଘସିପୁରା ଏକ ଅପହଞ୍ଚ କ୍ଷେତ୍ର ପାଲଟି ଯାଇଛି । ଅବସରପ୍ରାପ୍ତ ଅଧ୍ୟପାକ ବଦ୍ରି ପାତ୍ର ଓ ତାଙ୍କ ପୁଅମାନଙ୍କ ଲଢୁଆ ସଂଗଠନ ଯୋଗୁ ନିରଞ୍ଜନ ଘସିପୁରା ମାଡି ପାରୁନାହାଁନ୍ତି । ସେଥିପାଇଁ ଆଜି(ଶନିବାର) ମଧ୍ୟ ଆନନ୍ଦପୁର ନିଜ ନଯାଇ, ଆର୍ଯ୍ୟ ଜ୍ଞାନେନ୍ଦ୍ର ଏବଂ ଗଣେଶ୍ୱର ବେହେରାଙ୍କ ଦ୍ୱାରା ବଦ୍ରି ବିରୋଧି ରାଲି କରିଥିଲେ। ଆଉ ବଦ୍ରି ପାତ୍ରଙ୍କ ଇସ୍ତଫା ଦାବି କରି ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ।Somya-Patnaikସୌମ୍ୟ ବ୍ରିଜ୍
ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ନବୀନ ସରକାରକୁ କଡା ସମାଲୋଚନା କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସ ସହ ବିଜେଡି ମଧ୍ୟରେ ତିକ୍ତତା କମିବା ସ୍ୱାଭାବିକ କଥା । ଆଉ ବିଜେପିର ଗ୍ରୋଥକୁ ଚେକମେଟ୍ ଦେବାକୁ ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ତଥା ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ, ବିଜେଡି-କଂଗ୍ରେସ ମଧ୍ୟରେ ବ୍ରିଜ ହୋଇଥିବା ଖବର ରହିଛି। ସେଥିପାଇଁ ବଦ୍ରି ପାତ୍ରଙ୍କ ଭଲି ଟାଣୁଆ ନେତାଙ୍କୁ ବିଜେଡି ସ୍ୱାହା କରି ଦେବାକୁ ବସିଛି।୨୦୦୯ରୁ ବିଧାନସଭା ମାଡି ପାରୁନଥିବା ନିରଞ୍ଜନ ପଟ୍ଟନାୟକଙ୍କ ଜିତିବା ଲାଗି, ବଦ୍ରିଙ୍କୁ ମନ୍ତିମଣ୍ଡଳରୁ ବିଦା କରାଯିବ ବୋଲି ଘସିପୁରାରେ ଆଲୋଚନା ହେଉଛି।Pradeep Maharathiରବି-ମହାରଥୀ ପୁରୁଷ୍କୃତ
ଅବଶ୍ୟ ଗଣତନ୍ତ୍ରରେ ଗୁଣ୍ଡାମିର ସ୍ଥାନ ନାହିଁ । କିନ୍ତୁ ପୁଅ ଦେବାଶିଷଙ୍କ ଗୁଣ୍ଡାମି ପାଇଁ ଯଦି ବଦ୍ରି ପାତ୍ରଙ୍କ ଉପରେ ନବୀନ ପଟ୍ଟନାୟକ ଆକ୍ସନ ନେବେ ତେବେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଆଦିତ୍ୟ ନନ୍ଦଙ୍କ ବାପାଙ୍କୁ ବିଜେଡି ପୁରଷ୍କୃତ କିପରି କଲା ? ଆଦିତ୍ୟଙ୍କ ବାପା ତଥା ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କୁ, ନବୀନ ପଟ୍ଟନାୟକ ବିଜେଡିର ମୁଖପାତ୍ର କରିଛନ୍ତି । ସେହିପରି ଜଣେ ମହିଳାଙ୍କ ଏକାଧିକ ସ୍ୱାମୀ ଅଛନ୍ତି ବୋଲି କହୁଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏବେ ବି ମନ୍ତ୍ରିମଣ୍ଡଳରେ ଅଛନ୍ତି।CONGRESS PROTESTସନାଙ୍କୁ ସପୋର୍ଟ
ଅନ୍ୟପଟେ ବଦ୍ରି ପାତ୍ରଙ୍କ ବାହୁବଳୀ ସଂଗଠନକୁ ଟକ୍କର ଦେବାକୁ ଚମ୍ପୁଆର ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କୁ ବିଜେଡିର ଭିତିରିଆ ସମର୍ଥନ ରହିଛି । ନିରଞ୍ଜନ ପଟ୍ଟନାୟକଙ୍କ ଅନୁଗତ ସନାତନଙ୍କ, ସନାସେନାକୁ କେନ୍ଦୁଝର ପ୍ରଶାସନର ସମର୍ଥନ ରହିଛି। ତେଣୁ ସନାସେନା ଜରିଆରେ ବାହୁବଳୀ ବିଧାୟକ ବଦ୍ରି ପାତ୍ରଙ୍କୁ କାଉଣ୍ଟର କରୁଛି ବିଜେଡି । ଫଳରେ ନିରଞ୍ଜନ ପଟ୍ଟନାୟକ ଘସିପୁରାକୁ ଏଣ୍ଟ୍ରି ମାରି ପାରିବେ । ତେବେ ଗତ ସପ୍ତାହରେ ସନା ମହାକୁଡଙ୍କ ଗୁଣ୍ଡାମି ବାବଦରେ ବିଜେଡି ସୁପ୍ରିମୋଙ୍କୁ ବୁଝାଇବାକୁ ବଦ୍ରି ପାତ୍ର ଉଦ୍ୟମ  କରିଥିଲେ । ଏପରିକି ଚମ୍ପୁଆ ବିଜେଡି ନେତା କୁଶ ଆପଟ୍ଟଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବାକୁ ବଦ୍ରି ପାତ୍ର ଚେଷ୍ଟା କରିଥିଲେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ୨୦୧୨ରେ ପ୍ୟାରୀ ମହାପାତ୍ରଙ୍କ କ୍ଷମତା ଅପହରଣ ଯୋଜନାରେ ଉଭୟ କୁଶ ଆପଟ୍ଟ ଏବଂ ବଦ୍ରି ପାତ୍ର ସାମିଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ ଦିଆ ଯାଇଥିବାର ଶୁଣିବାକୁ ମିଳୁଛି । ତେଣୁ ବଦ୍ରି ପାତ୍ରଙ୍କୁ ସାଇଡ୍ କରି ନିରଞ୍ଜନ ପଟ୍ଟନାୟକ ସହ ଡିଲ୍ କଲେ ବିଜେଡି ପଞ୍ଚମ ଥର କ୍ଷମତାକୁ ଆସିପାରିବ ବୋଲି ଶାସକ ଦଳ ହିସାବ କରିଛି । ତେବେ୨୦୦୦ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି  ରାମଚନ୍ଦ୍ରପୁରରେ ନିରଞ୍ଜନ ପଟ୍ଟନାୟକଙ୍କୁ ପରାଜିତ କରିଥିବା ବଦ୍ରି ପାତ୍ର ସତରେ କଣ ମନ୍ତ୍ରିମଣ୍ଡଳରୁ ବିଦା ହେବେ?

Badri PataBJDNiranjan PattnaikOdisha CongressSoumya Ranjan Pattnaik
Tweet
0
2.0 ଟିଜର କହୁଛି ବହୁତ କଥା, କିନ୍ତୁ ହାଇଏଷ୍ଟ ବଜେଟ୍ ଫିଲ୍ମ ଦର୍ଶକଙ୍କ ଆଶା ପୂରଣ କରିବ ତ?
ପୁଅ ଲାଗି କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଦଳ ଛାଡିବେ!

About the Author

admin

You Might Also Like

  • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

  • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

  • ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

  • କାଶ୍ମୀରରେ ହାଇକୋର୍ଟ ଗୋଟିଏ: ଆଡଭୋକେଟ ଜେନେରାଲ ୨

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.