ଆଜି ଦେଶବ୍ୟାପୀ ପ୍ରବଳ ଉତ୍ସାହ ଓ ଉଦ୍ଧୀପନାର ସହିତ ବିଜୟ ଦିବସ ପାଳନ କରାଯାଉଛି। ଇଏ ହେଉଛି ବାଂଲାଦେଶ ଗଠନ ଦିଗରେ ଭାରତୀୟ ସେନା ବିଭାଗର କୀର୍ତ୍ତି,ପରାକ୍ରମ ଓ ବିଜୟ ଗାଥାର ସ୍ମାରକୀ ଉତ୍ସବ।ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ୱର୍ଣ୍ଣିମ ବିଜୟ ଉତ୍ସବ।ତେବେ ଏହି ଦିବସ ପାଳନ ପଛରେ ବହୁତ କିଛି ତଥ୍ୟ ଲୁଚିରହିଛି।ଆସନ୍ତୁ ସେ ବିଷୟରେ ଜାଣିବା।

ଆଣ୍ଠୁମାଡିଥିଲା ପାକିସ୍ଥାନ୍!
ପୁର୍ବପାକିସ୍ଥାନ କବଜାରେ ଥିବା ଅଧିବାସୀଙ୍କ ଅନୁରୋଧ କ୍ରମେ ସେମାନଙ୍କର ସ୍ୱତନ୍ତ୍ରତା ପାଇଁ ଅଣ୍ଟା ଭିଡିଥିଲା ଭାରତ।ସେ ଅଞ୍ଚଳର ନରସଂହାର ଫଳରେ ଅନେକ ଅଧିବାସୀ ଭାରତମୁହାଁ ହୋଇଥିଲେ।ପାକିସ୍ଥାନଠୁ ସ୍ୱତନ୍ତ୍ରତା ଦାବୀ କରୁଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଭାରତ ଯୁଦ୍ଧ ଡାକରା ଦେଇଥିଲା।ଆଜିର ଦିନରେ ପାକିସ୍ଥାନ୍ ଫୋର୍ସ ଜେନେରାଲ୍ ଅମୀର ଅବଦୁଲ୍ଲା ଖାଁନି ୯୩୦୦୦ ସୌନ୍ୟଙ୍କ ସହ ଜେନେରାଲ୍ ଜଗଜିତ୍ ସିଂହଙ୍କ ନିକଟରେ  ଆତ୍ମସମର୍ପଣ କରିଥିଲେ।ପୁର୍ବପାକିସ୍ଥାନରେ ଥିବା ଅଧିବାସୀ ସ୍ୱତନ୍ତ୍ରତା ଲାଭ କରି ବାଂଲାଦେଶ ଗଠନ କରିଥିଲେ।

କେମିତି ହୋଇଥିଲା ଯୁଦ୍ଧ?
ପାକିସ୍ଥାନର ଆକ୍ରମଣ ପରେ ୧୯୭୧ମସିହା ଡିସେମ୍ବର ୪ ରେ କଡାଜବାବ ଦେଇଥିଲା ଭାରତ।ଭାରତୀୟ ସେନାର ପରାକ୍ରମ ଓ ପାକିସ୍ଥାନର ପରାଜୟ ଅନୁରୁପ ଭାବେ ବାଂଲାଦେଶ ଗଠନର  ଡେଙ୍ଗୁରା ପିଟେ।ଭାରତୀୟ ନୌସେନା କରାଚୀ ଉପରେ ଆକ୍ରମଣକରି ପାଲଟା ଜବାବ୍ ଦେବାରେ ସମର୍ଥ ହୋଇଥିଲା।୪ଟି ବୋଟ୍ ଓ 6ଟି ମିସାଇଲ୍ ସାହାଯ୍ୟରେ ମୁହଁତୋଡ୍ ଜବାବ୍ ଦବାର ପ୍ଲାନକୁ ଅପରେସନରେ ସାମିଲ୍ ଥିବା ବ୍ୟକ୍ତିଙ୍କ ପାଖକୁ ବନ୍ଦ ଲଫାପାରେ ପଠାଇଥିଲେ ଅପରେସନ୍ ହେଡ୍।ପାକିସ୍ଥାନ୍ ଉପରେ ଆକ୍ରମଣ କରି ସେଦିନ ଭାରତ ଏଭଳି ପରାକ୍ରମ ଦେଖାଇଥିଲା ଯେ ଆମେରୀକା ବି ଭୟଭୀତ ହୋଇଥିଲା।ଶେଷରେ ଧୁଳି ଚାଟିଥିଲା ପାକିସ୍ଥାନ୍।