ପ୍ରସିଦ୍ଧ କଣ୍ଠଶିଳ୍ପୀ କେକେ ଓରଫ କ୍ରିଷ୍ଣକୁମାର କୁନାଥଙ୍କ ଦେହାନ୍ତ ହୋଇଛି। ମେ ୩୧ରେ କୋଲକତାରେ ଲାଇଭ୍ କନସର୍ଟ ବେଳେ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ହୋଇଛି। କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା କୋଲ୍କାତାର ‘ନଜ୍ରୁଲ୍ ମଞ୍ଚ ଅଡିଟରିୟମ୍’ରେ କନ୍ସର୍ଟ ଶେଷ ହେବା ପରେ ରାତ୍ରୀଯାପନ କରୁଥିବା ହୋଟେଲ୍ରେ ପଡ଼ିଯାଇ ଚେତା ହରାଇଥିଲେ। ମୃତାବସ୍ଥାରେ ଗାୟକ କେକେଙ୍କୁ ଡାକ୍ତରଖାନା ଅଣାଯାଇଥିବା ସିଏମ୍ଆରଆଇ ହସ୍ପିଟାଲ୍ର ଡାକ୍ତର କହିଛନ୍ତି।

ସତ ହେଲା କେକେଙ୍କ ସ୍ୱର, ‘ହମ ରହେଁ ୟା ନା ରହେଁ କଲ’ଗୀତ ଗାଇ ରହିଲେନି କେକେ
ମୃତ୍ୟୁ କୌଣଷି ସୂଚନା ଦେଇ ଆସି ନଥାଏ ସତ ମାତ୍ର କିଛି ଘଟଣାର ଏହା ସହିତ ସଂଯୋଗ ରହିଥାଏ। କେକେଙ୍କ ସହ ଠିକ୍ ଏହିପରି ଘଟିଛି। ‘ହମ୍ ରହେଁ ୟା ନା ରହେଁ କଲ୍ ୟାଦ୍ ଆଏଁଗେ ୟେ ପଲ୍’ କାଲି ମୁଁ ରହେ କି ନରହେ କିନ୍ତୁ ଏ ସମୟ ମନେ ରହିବ। କେକେଙ୍କ ଏଡି ଗୀତ ସତ ହୋଇଛି। ରାତି ପାହିଲା ବେଳକୁ କେକେ ନାହାନ୍ତି ସତ ମାତ୍ର ସେ ସମୟ ସ୍ମରଣୀୟ ହୋଇ ରହିବ ଚିରଦିନ ପାଇଁ।
ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ। ‘ରେହ ନା ହେ ତେରେ ଦିଲ ମେ’ ଫିଲ୍ମର ‘ସଚ କେହରାହା ହେ ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ। ୧୯୯୯ ମସିହାରେ ତାଙ୍କର ସର୍ବପ୍ରଥମ ଆଲ୍ବମ୍ ‘ପଲ୍’ ସୁପରହିଟ୍ ହୋଇଥିଲା। ୨୦୦୦ ମସିହା ପ୍ରାରମ୍ଭରୁ ସେ ପ୍ରଚ୍ଛଦପଟ୍ଟ ଗାୟନରେ କ୍ୟାରିଅର୍ ଆରମ୍ଭ କରି ବଲିଉଡ୍ ଚଳଚ୍ଚିତ୍ର ନିମନ୍ତେ ଅନେକ ଧରଣର ଲୋକପ୍ରିୟ ଗୀତ ରେକର୍ଡ କରାଇଥିଲେ।ହିନ୍ଦୀ ସମେତ କେକେ ତାମିଲ୍, ତେଲୁଗୁ, କନ୍ନଡ଼, ମାଲୟଲମ, ମରାଠୀ ଏବଂ ବଙ୍ଗଳା ଆଦି ଭାଷାରେ ମଧ୍ୟ ଗୀତ ଗାଇଛନ୍ତି।‘ଖୁଦା ଜାନେ’, ‘ତୁ ହି ମେରି ସବ୍ ହୈ’, ‘ଆୱାରାପନ୍ ବଞ୍ଜାରପନ୍’, ‘ତଡ଼ପ୍ ତଡ଼ପ୍ କେ’ ଆଦି ତାଙ୍କର ପ୍ରସିଦ୍ଧ ଗୀତ ।
No Comments