MAYABATEE

ଭାରତୀୟ ରାଜନୀତିରେ ମାୟାବତୀଙ୍କୁ କିଏ ବା ନ ଜାଣେ।ଜାତୀୟ ରାଜନୈତିକ ଦଳରେ ନରହି ନିଜସ୍ୱ ଦଳ ଗଠନ କରି  ଏହି ରାଜନୀତିଜ୍ଞ ତିଆରି କରିଛନ୍ତି ନିଆରା ପରିଚୟ।ମାୟାବତୀ ତ ନିଜ ଦଳକୁ ଜାତିୟ ସ୍ତରରେ ପରିଚିତ କରାଇବାକୁ  ଅଣ୍ଟା ବି ଭିଡିଛନ୍ତି।କେତେବେଳେ ଗଠବନ୍ଧନ ମାଧ୍ୟମରେ ମିଳିତ ସରକାରରେ ସାମିଲ୍ ହୋଇ ସତ୍ତା ବଜାୟ ରଖିଛନ୍ତି ତ ପୁଣି କେତେବେଳେ ଗଠବନ୍ଧନ ଭାଙ୍ଗି ରାଜନୈତିକ ସମଝୋତା କରି ବିରୋଧିକୁ ଝଟକା ଦେଇଛନ୍ତି।ରାଜନୀତିରେ ନିପୁଣ ନାରୀନେତ୍ରୀ ଚଳିତ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନକୁ ନା
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି।ୟୁପିରେ ସବୁ ପ୍ରମୁଖ ଦଳ ଭାଗ୍ୟ ପରୀକ୍ଷା ହେବାକୁ ଥିବା ବେଳେ ଏଥର କିନ୍ତୁ ମଇଦାନକୁ ଓହ୍ଲାଇବେନି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ।ଏନେଇ ବିଏସପି ଏମପି ସତିଶ ଚନ୍ଦ୍ର ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ଫେବୃଆରୀ ୧୦ରୁ ୪୦୩ଟି ଆସନରେ ନିର୍ବାଚନ ହେବାକୁ ଯାଉଛି।୭ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି। ପୂର୍ବରୁ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନରେ ମାୟାବତୀ ଲଢ଼ି ନଥିଲେ।
ମଞ୍ଚତାତିରୁ ସାଜିଥିଲେ ନାରୀନେତ୍ରୀ, ମାତ୍ର ଲଢ଼ୁନାହାନ୍ତି ନିର୍ବାଚନ
ମାୟାବତୀଙ୍କୁ  ରାଜନୀତିରେ ପାଦ ଥାପିବାକୁ  ଗୋଟାଏ ମଞ୍ଚ ହିଁ ବିଶେଷ ଭୁମିକା ଲିଭେଇଥିଲା।ସେହି ମଞ୍ଚରୁ ହିଁ ଆରମ୍ଭ ହୋଇଥିଲା ମାୟାବତୀଙ୍କ ରାଜନୀତିର ଯାତ୍ରା।ଜାତୀୟ ଜରୁରୀକାଳୀନ ପରିସ୍ଥିତି ଶେଷ ହେଲାପରେ  ସରକାର ଗଢ଼ିଥିବା ଜନତାଦଳ ତରଫରୁ ୧୯୭୭ମସିହା ସେପ୍ଟେମ୍ବର ମାସରେ ଦୀଲ୍ଲିରେ କନଷ୍ଟିଚ୍ୟୁସନ୍ କ୍ଲବରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା।ଦୀଲ୍ଲି ମଞ୍ଚରେ କଥାର ମାୟାବତୀ ତାତି କେବଳ ସେଇଠି ଅଟକି ନଥିଲା।ବରଂ ଭାରତୀୟ ପ୍ରଶାସନୀକ ସେବା ପାଇଁ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲା ରାଜନୀତି।ଦଳିତ ଗୋଷ୍ଠୀର ସୁପ୍ରତିଷ୍ଠିତ ନେତା କାଶୀରାମ୍ ମାୟାବତୀଙ୍କ ଘରେ ପହଞ୍ଚି ତାଙ୍କର ପ୍ରଶଂସା କରିବା ସହ ତାଙ୍କୁ ରାଜନୀତିରେ ସମ୍ପୃକ୍ତି କରାଇଥିଲେ।
ଆମ୍ବେଦକର ଚେତନାରେ ବିଶ୍ୱାଷ ରଖି ସେମାନେ ୧୯୮୪ ରେ ବହୁଜନ ସମାଜପାର୍ଟି ଗଠନ କରି ରାଜନୀତିକୁ ଓହ୍ଲାଇଥିଲେ।ଲଗାତର୍ ତିନିଥର ନିର୍ବାଚନ ହାରିବା ପରେ ମାୟାବତୀ ୧୯୮୯ରେ ବିପୁଳ ଭୋଟରେ ଜୟଲାଭକରି କ୍ଷମତାକୁ ଆସିଥିଲେ।୧୯୯୪ରେ ସେ ରାଜ୍ୟସଭାକୁ ମନୋନୀତ ହେବା ସହ ୧୯୯୫ରେ ବହୁଜନ ସମାଜ ପାର୍ଟିର ମୁଖ୍ୟ ଭାବରେ  ଦାୟିତ୍ୱ ବହନ କରିଥିଲେ।ମାତ୍ର ଏବେ ସେ ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।