ଆରପାରିରେ ମୋଦୀଙ୍କ ମା

ଆରପାରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍। ପ୍ରଧାନମନ୍ତ୍ରୀଙ୍କ ମା ହୋଇ ସୁଦ୍ଧା ସରଳ ଜୀବନ ଯାପନ ଓ ସାଧାରଣ ଲୋକଙ୍କ ପରି ସମୟ କାଟିବା ପାଇଁ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଥିଲେ। ବିମୁଦ୍ରୀକରଣ ସମୟରେ ସାଧାରଣ ଲୋକଙ୍କ ପରି ଧାଡ଼ିରେ ରହି ଟଙ୍କା ବଦଳାଇବା, ମୋଦୀଙ୍କ ସହ ଭାବବିହ୍ୱଳର ସମୟ କଟାଇବାର ଭିଡ଼ିଓ ତାଙ୍କୁ ଅଧିକ ଚର୍ଚ୍ଚିତ କରିଥିଲା। ମୋଦୀଙ୍କ ସଫଳତା ପଛରେ ସେ ହିଁ ପ୍ରେରଣା ଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ। ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି।
ଗୁରୁବାର ରାତିରେ ହୀରାବେନ୍ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଅହମଦାବାଦର ୟୁଏନ୍ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତେବେ ହୀରାବେନଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଥିଲା। ମାତ୍ର ପରବର୍ତ୍ତି ମୂହୁର୍ତ୍ତରେ ସ୍ୱାସ୍ଥାବସ୍ଥାରେ କୌଣସି ସୁଧାର ଆସିନଥିଲା।ଶେଷରେ ଡ଼ାକ୍ତରୀ ପ୍ରଚେଷ୍ଠା ସତ୍ତ୍ୱେ ସେ ଆଖି ବୁଜିଛନ୍ତି।ତାଙ୍କ ଦେହାନ୍ତରେ ରାଷ୍ଟ୍ରର ପ୍ରମୁଖ ବ୍ୟକ୍ତିବିକାଶ ଶୋକବ୍ୟକ୍ତ କରିଛନ୍ତି।
Connect With Us