ନ୍ୟୁଜ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାର୍ଟିଫିକେଟ୍ ମିଳିଲା, ତଥାପି ଆୟୁଷ୍ମାନ ଭାରତକୁ ନବୀନଙ୍କ ନା’

ଭୁବନେଶ୍ୱର: ରାଜନୀତିର ପଶାପାଲିରେ ଫସିଛି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ। କାରଣ  ଗତ ଜୁନ ୧୨ରେ ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର କରିବାକୁ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କଲେ । ସ୍ୱାଧୀନତା ଦିବସରୁ ଓଡ଼ିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନା ଆସନ୍ତା ସେପ୍ଟମ୍ବର ୨୫ରୁ ଆରମ୍ଭ ହେବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା ଅନୁଯାୟୀ ୨୦୧୧ସାମାଜିକ ଆର୍ଥିକ ଜାତିଗତ ଗଣନା ଆଧାରରେ ଦେଶର ୧୦କୋଟି ୭୪ଲକ୍ଷ ପରିବାର ଚିହ୍ନଟ ହେବେ। ଆଉ ସେହି ପରିବାରଙ୍କ, ବର୍ଷକୁ ୫ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର।

‘ଆୟୁଷ୍ମାନ ଭାରତ’କୁ  WHO ସାର୍ଟିଫିକେଟ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ‘ଆୟୁଷ୍ମାନ ଭାରତ’ ଯୋଜନାକୁ ପ୍ରଶଂସା କରିଛି ।  WHOର ମହାନିର୍ଦ୍ଦେଶକ ଡା.ଟେଡ୍ରୋସ୍ ଏଧାନୋମ ଘେବ୍ରେୟେସସ୍ କହିଛନ୍ତି ଯେ ‘ଏହା ବିଶ୍ୱର ସର୍ବବୃହତ ହେଲଥ କେୟାର ଯୋଜନା,ଯାହାଦ୍ୱାରା ୧୦କୋଟି ଗରିବ ପରିବାର ସୁଫଳ ପାଇବେ’ବୋଲି କହିଛନ୍ତି । ଟେଡ୍ରୋସ୍ ଟ୍ୱିଟ୍ କରି ଲେଖିଛନ୍ତି ‘ଦେଶବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଭାରତର ପଦକ୍ଷେପ ଆୟୁଷ୍ମାନ ଭାରତ ମୋତେ ପ୍ରଭାବିତ କରିଛି । ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରେଟ କମିଟମେଣ୍ଟ’

ଓଡ଼ିଶା ବାହାରେ ‘ଆୟୁଷ୍ମାନ ଭାରତ’କୁ ସ୍ୱୀକୃତି
ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବାରୁ ଲୋକ ଆୟୁଷ୍ମାନ ଭାରତ ପରି କେନ୍ଦ୍ରୀୟ ଯୋଜନାର ପୋର୍ଟେବଲ ହେଲଥ୍ କାର୍ଡ ଲାଭପ୍ରଦ ହୋଇପାରନ୍ତା । ସେଥିପାଇଁ 29ଟି ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନାରେ ସାମିଲ ହେବା ଲାଗି ଚୁକ୍ତିନାମା ସ୍ୱାକ୍ଷର କରି ସାରିଲେଣି । ଆୟୁଷ୍ମାନ ଭାରତ କାର୍ଡ ଦେଖାଇ ଜଣେ ରୋଗୀ ଓଡ଼ିଶା ବାହାରରେ ସରକାରୀ ଏବଂ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇପାରିବ । କିନ୍ତୁ ଓଡ଼ିଶା ସରକାର ଆୟଷ୍ମାନ ଯୋଜନାକୁ ପ୍ରତ୍ୟାଖାନ କରିଛନ୍ତି । ଫଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ହିତାଧିକାରୀ  ଓଡ଼ିଶା ବାହାରେ ଚିକିତ୍ସାସୁବିଧା ପାଇବେନାହିଁ ।ତେଣୁ ଗରିବ ଲୋକଙ୍କ କଥାକୁ ବିଚାର କରି  ଓଡ଼ିଶା ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନାକୁ ମଧ୍ୟ ଓଡ଼ିଶାରେ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ରୋଗୀଙ୍କୁ ନା’
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ଲୋକଙ୍କୁ ସାମିଲି କରୁ ନାହାଁନ୍ତି ଓଡ଼ିଶା ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ‘ନୋ ୟୋର୍ ସ୍କିମ୍- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ପାଞ୍ଚ ନମ୍ୱର ପଏଣ୍ଟରେ ଏନେଇ ସ୍ପଷ୍ଟ ଭାବେ ଲେଖାଯାଇଛି । କେବଳ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ୪୪,୦୮,୦୭୦ ହିତାଧିକାରୀ ଏବଂ  ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ର ୨୫,୬୧,୬୦୨ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲାଭାନ୍ୱିତ ହେବେ ।  ଅନ୍ୟପକ୍ଷରେ ‘ଆୟୁଷ୍ମାନ ଭାରତ’ନୂଆ ଯୋଜନା ହୋଇଥିବାରୁ ନୂଆ ହିତାଧିକାରୀଙ୍କୁ ସମିଲ କରାଯିବ ।

You Might Also Like

No Comments

Leave a Reply