ପୁଲିସ ବର୍ଦ୍ଦିରେ ଅପରାଧ:୫ ବର୍ଷରେ ୪୦୬ ମାମଲା

ରାଜ୍ୟରେ ଗତ ୮ ବର୍ଷ ଭିତରେ ପୁଲିସ ବାବୁଙ୍କ ବିରୁଦ୍ଧରେ ରହିଛି ୪୦୬ ମାମଲା। କିନ୍ତୁ କାହାଠି ଲାଗିନି ଦୋଷୀର ମୋହର। ବର୍ଦ୍ଦି ଆଳରେ ବଞ୍ଚିଯାଇଛି ଅପରାଧି। ୨୦୧୫ରେ ପୁଲିସ ଏଗେଁଷ୍ଟରେ ଫାଇଲ ହୋଇଥିଲା ୯୫ ଟି କେସ। ସେଥିରୁ ୩୯ ଟି କେସର ଚାର୍ଜସିଟ ଯାଇଥିବା ବେଳେ ୫୫ ଜଣ ହୋଇଥିଲେ ଆରେଷ୍ଟ। ଶୁଣାଣୀ ହୋଇଥିଲା ମାତ୍ର ୨ଟି କେସର। ଯେଉଁଥିରେ ରାୟ ପୁଲିସ ଫରରେ ଯାଇଥିଲା। ୨୦୧୬ରେ ରେ ମଧ୍ୟ ସେହି ଚାଲାକି ଟ୍ରିକର ରିପିଟ ହାଇଛି। ୬୪ ଟି ମାମଲାରୁ ଯଦିଓ ୨୮ଟିର ଚାର୍ଜସିଟ ଓ ୩୫ ଜଣଙ୍କୁ ଆରେଷ୍ଟ କରାଯାଇଛି। ସମସ୍ତଙ୍କୁ ମିଳିଛି ନିର୍ଦୋଷର କ୍ଲିନ୍ ଚିଟ। ୨୦୧୭ ରେ ରୁଜୁ ହୋଇଥିବା ୪୪ଟି କେସରୁ କାହାକୁ ବି ବାନ୍ଧିପାରିନି ପୁଲିସ। ସେବର୍ଷ ବି ପୁଲିସ କାନ୍ଧରୁ ହଟିଛି ଦୋଷର ବୋଝ।୨୦୧୮ ରେ ବି ସମାନ ପରିସ୍ଥିତି ।ପୁଲିସଙ୍କ ସପକ୍ଷରେ ଯାଇଛି ତଦନ୍ତ ପ୍ରୋସେସ ।ସେ ବର୍ଷ ରୁଜୁ ହୋଇଥିବା ୧୯ଟି ମାମଲାରୁ ମାତ୍ର ଗୋଟାଏ ମାମଲାର ଯାଇଛି ଚାର୍ଜସିଟ୍।୪ ଜଣ ଗିରଫ ହୋଇଥିଲେ ସୁଦ୍ଦା ପରବର୍ତ୍ତି ସମୟରେ ନିର୍ଦୋଷରେ ହୋଇଛନ୍ତି ଖଲାସ।

୨୦୧୯ରେ ହୋଇଥିବା ୫୨ ଟି ମାମଲାରୁ କୌଣଷି ଜଣକୁ ବି ଗିରଫ କରାଯାଇନି। ଅବଶ୍ୟ ଅନୁପାତ ଦୃଷ୍ଟିରୁ ୨୦୧୮ରେ ଏ କ୍ଷେତ୍ରରେ କିଛିଟା ସଫଳତା ମିଳିଥିବା କୁହାଯାଇପାରେ। ସେ ବର୍ଷ ୧୯ ଟି କେସରୁ ଗୋଟାଏର ଚାର୍ଜସିଟ ଯାଇଥିଲା ବେଳେ ଗିରଫ ହୋଇଛନ୍ତି ୪ ଜଣ ପୁଲିସ ବାବୁ।ସେହିଭଳି ୨୦୨୦ରେ ୭୩ ଟି ମାମଲାରୁ ୧୦ ଟି କେସର ଚାର୍ଜସିଟ ଏବଂ ଗୋଟାଏ ଚୁଡ଼ାନ୍ତ ରିପୋର୍ଟ ଯାଇଥିଲା ବେଳେ ୧୩ ପୁଲିସବାବୁଙ୍କ ହାତରେ ପଡ଼ିଥିଲା ହାତକଡ଼ି।୨୦୨୧ ରେ ଓଡ଼ିଶା ପୁଲିସ ବିଭାଗର କାର୍ୟ୍ୟରତ ଅଫିସରଙ୍କ ବିରୁଦ୍ଧରେ ହୋଇଥିବା ୫୯ ଟି ମାମଲାରୁ ୧୭ଟି କେସରେ ଚାର୍ଜସିଟ ଏବଂ ମାତ୍ର ୩ଟି ର ଚୂଡ଼ାନ୍ତ ରିପୋର୍ଟ ଯାଇଛି।ଯେଉଁଥିରେ ମାତ୍ର ୪ ଜଣଙ୍କୁ କରାଯାଇଛି ଆରେଷ୍ଟ।ଯାହାର ଅନୁପାତ ଖୁବ୍ କମ୍

ତେଣୁ କଥା ହୋଉଛି ପୁଲିସର ତଦନ୍ତ ପୁଲିସ କରୁଥିବା ହେତୁ ଖସିଯିବାର ସମ୍ଭାବନା ଢେର ଅଧିକ। ନା ଠିକସେ CRPC ଧାରା ୧୬୧ରେ ରେକର୍ଡ ହୋଇ ପାରୁଛି ନା ପୁଲିସ ଚାର୍ଜସିଟର ତାଲିକା ସ୍ପଷ୍ଟ କରୁଛି। ତେଣୁ ଅପରାଧ କରି ଖସିଯିବାର ଗଳାବାଟ ପୁଲିସ କର୍ମଚାରୀଙ୍କୁ ବେଶ ସୁହାଉଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେଇ ପୁଲିସ ବାବୁଙ୍କଙ୍କ ଅପରାଧର ତଦନ୍ତ କୁ କଡ଼ାକଡ଼ି କରିବା ସହ CBI କୁ ତଦନ୍ତ ଭାର ଦିଆଗଲେ ହୁଏତ ତଦନ୍ତରେ ସ୍ୱଚ୍ଛତା ଆସିବା ସହ ଅପରାଧର ମାତ୍ରା କମି ପାରନ୍ତା।
Connect With Us