Featured/ ନ୍ୟୁଜ୍

ଝିଅଙ୍କୁ ବିବାହ ମନା

ଏଥର ୨୧ବର୍ଷ ପୁର୍ବରୁ ଝିଅ ବିବାହ କରିବା ମନା।ଝିଅଙ୍କ ବିବାହ ବୟସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ବୃଦ୍ଧି କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା।ଆଇନରେ ଶଂସୋଧନ କରାଯାଇ ଝିଅଙ୍କ ବିବାହ ବୟସ ୨୧ ନିର୍ଦ୍ଧାରଣ ହୋଇଛି।ସବୁ ଧର୍ମପାଇଁ ଲାଗୁ ହେବାକୁ ଥିବା ଏହି ନିୟମରେ  ପୁଅ ଏବଂ ଝିଅଙ୍କ ବିବାହ ବୟସ ସମାନ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ର ସ୍ୱାଧୀନତା ଦିବସରେ ଏହି ଯୋଜନା ଘୋଷଣା କରିବାର ଏକ ବର୍ଷରୁ ଅଧିକ ସମୟ ପରେ,ମହିଳା କ୍ୟାବିନେଟ ବୁଧବାର ଏକ ପ୍ରସ୍ତାବ ପାରିତ କରିଛି ଯେ ମହିଳାଙ୍କ ପାଇଁ ବିବାହର ବୟସ ୧୮ ରୁ ୨୧ ବର୍ଷକୁ ବଢିବ।

ବଦଳିବ ଆଇନ୍
କେନ୍ଦ୍ର ସରକାର ଟାସ୍କ ଫୋର୍ସ ଗଠନ କରି ଏଥିରେ ଟପ୍‌ ବିଶେଷଜ୍ଞ ଡା ଭିକେ ପଲ୍‌, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ୍ କରି ପର୍ଯ୍ୟବେକ୍ଷଣ କରିଥିଲେ।ଟାସ୍କ ଫୋର୍ସର ରିପୋର୍ଟ ଆଧାରରେ ବାଲ୍ୟ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନରେ ମଧ୍ୟ ସରକାର ସଂଶୋଧନ କରିବାକୁ ଚାହୁଁଛନ୍ତି।ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲାବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ।ତେଣୁ କେନ୍ଦ୍ର ସରକାର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।

You Might Also Like

No Comments

Leave a Reply