ପ୍ରଧାନମନ୍ତ୍ରୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ:ଧ୍ୟାନ ଦିଅନ୍ତୁ,ବିକୃତ ହେଉଛି ପୁରୀ

ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମତ ରଖିଛନ୍ତି ମଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ପ୍ରକଳ୍ପ ତଥା ପ୍ରଶସ୍ତିକରଣ ନାଁରେ ମଠ ମନ୍ଦିର ଭଙ୍ଗା ହେବାକୁ ସେ ବିରୋଧ କରିଛନ୍ତି।ପୁରୀର ସୁରକ୍ଷା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ “ପୁରୀରେ ବିକାଶ ନାଁରେ ବୋବାଲ୍ ମଚାଯାଉଛି। ଏହାଦ୍ୱାରା ଏହି ପବିତ୍ର ଭୂମିର ଅସ୍ତିତ୍ତ୍ୱ ଓ ଆଦର୍ଶର ବିଲୋପ ପାଇଁ ମାର୍ଗ ପ୍ରସ୍ତୁତ କରାଯାଉଛି। ଶାସନ ତନ୍ତ୍ରର ଏହା ଦାୟିତ୍ତ୍ୱ କି ତୀର୍ଥସ୍ଥଳିକୁ ଭୋଗସ୍ଥଳିରେ ପରିତ କରା ନ ଯାଉ। ସୁରାସୁନ୍ଦରୀଙ୍କ କେନ୍ଦ୍ର କରା ନ ଯାଉ। ଆମେ ବିକାଶ ପକ୍ଷରେ ଅଛୁ କିନ୍ତୁ ତୀର୍ଥର ଅସ୍ତିତ୍ତ୍ୱ ଓ ଆଦର୍ଶ ବିକାଶ ନାଁରେ ବିଲୁପ୍ତ ହେବା ପକ୍ଷରେ ନାହୁଁ। ଶାସନତନ୍ତ୍ର ପ୍ରଶସ୍ତିକରଣ ନାଁରେ ପରମ୍ପରା ପ୍ରାପ୍ତ ମଠଗୁଡିକୁ ଭଙ୍ଗାଗଲା।ଦେବୀ ଦେବତାଙ୍କ ସ୍ଥାନ ବି ଭାଙ୍ଗି ଦିଆଯାଇଛି ଓ ପ୍ରକଳ୍ପ କାମ ଚାଲିଛି। ଏପରି ପରିସ୍ଥିତିରେ ସରକାର ଏପରି ନ ଭାବନ୍ତୁ କି ଲୋକମତର ବଳ ରହିଛି ଏହା କେତେବେଳେ ବି ପରିବର୍ତ୍ତନ ହୋଇପାରେ। ଓଡିଶାବାସୀ ଦୀର୍ଘବର୍ଷ ହେବ ଏକ ରାଜନୈତୀକ ଦଳକୁ ଶାସନ କ୍ଷମତା ଦେଇ ଆସିଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଓଡିଶାର ଧାର୍ମିକ ରାଜଧାନି ପୁରୀର ଆଦର୍ଶକୁ ବିକୃତ ଓ ବିରୋଧ କରିବାର ପ୍ରୟାସ କରାଯାଉଛି। ଏକଥା ମଧ୍ୟ ବୁଝିବା ଜରୁରୀ କି ମହାପ୍ରଭୂ ଶ୍ରୀଜଗନ୍ନାଥ ସାରା ବିଶ୍ୱର ଦେବତା ଅଟନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁରୋଧ କ୍ରମେ ବ୍ରହ୍ମା ଇଶ୍ୱରଙ୍କ ଦାରୁବ୍ରହ୍ମ ଏଠାରେ ପ୍ରତିଷ୍ଠା କରିଥିଲେ।କାଳାନ୍ତରରେ ଆଦି ଶଙ୍କରାଚାର୍ଯ୍ୟ ଭଗବାନ ମହାପ୍ରଭୁଙ୍କୁ ପୁନଃପ୍ରତିଷ୍ଠା କରିଥିଲେ। ଜଳ ସ୍ଥଳ ଓ ଆକାଶରେ ପରିବ୍ୟାପ୍ତ ପ୍ରଭୁଙ୍କ ସୂକ୍ଷ୍ମରୁପ ଅର୍ଥାତ୍ ବିଗ୍ରହର ଆରାଧନା ଠିକରେ ନ ହେଲେ ତାଙ୍କ ତେଜ ହ୍ରାସ ପାଇ ଅସୁରୀ ଶକ୍ତିର ପ୍ରଭାବ ପଡିଥାଏ।
ବିକାଶ ନାଁରେ ମଠକୁ ଭାଙ୍ଗିବା ଅନୁଚିତ। ମାର୍ଗ ପ୍ରଶସ୍ତିକରଣ ନାଁରେ ପ୍ରଦର୍ଶନୀ ସ୍ଥଳ ବା ପିକନିକ୍ କ୍ଷେତ୍ରରେ ପରିଣତ କରିବା ଉଚିତ୍ ନୁହେଁ। ତପସ୍ଥଳିକୁ ଭୋଗସ୍ଥଳି ବା ସୁରାସୁନ୍ଦରୀଙ୍କ କେନ୍ଦ୍ରରେ ପରିଣତ କରିବା କେବେ ବି ଉଚିତ ନୁହେଁ। ସମୁଦ୍ରକୂଳରେ ଥିବା ତପସ୍ଥଳୀ ତ ସୁରାସୁନ୍ଦରୀଙ୍କ କେନ୍ଦ୍ର ହୋଇସାରିଛି। ଶ୍ରୀମନ୍ଦିରରେ ବି ମଦ ବୋତଲ ପହଞ୍ଚିଗଲାଣି।ପ୍ରଶସ୍ତିକରଣ ନାଁରେ ମଠ ମନ୍ଦିର ଭାଙ୍ଗିବା ଦ୍ୱାରା ଦେବୀ ଦେବତା କୋପ କରିବେ। ଓଡ଼ିଶାକୁ ବିପତ୍ତି ପଡିବା ସହିତ ଶାସନତନ୍ତ୍ରରେ ଉନ୍ମାଦନା ସୃଷ୍ଟି ହେବ।ଧର୍ମନିରପେକ୍ଷ ଶାସନ ବ୍ୟବସ୍ଥାରେ ଧାର୍ମିକ ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ସହଭାଗୀତା ଓ ସହଯୋଗର ଅଧିକାର ଅଛି। ମାନନୀୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଛି ଯେ ସେ ପୁରୀକୁ ବିକାଶ ନାଁ ରେ କିପରି ବିକୃତ କରାଯାଉଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଶାସନତନ୍ତ୍ର ତା ଯୋଜନାରୁ ନିବୃତ ରହୁ। ଦେବୀ ଦେବତାଙ୍କ ଭାଙ୍ଗି ଯାଇଥିବା ଆସ୍ଥାନ ପାଇଁ ଦୁଃଖ ପ୍ରକାଶ କରିବା ସହିତ ଭବିଷ୍ୟତରେ ଏଭଳି ଅପଚେଷ୍ଠାରୁ ଶାସନକଳ ଦୂରେଇ ରହୁ।”
Connect With Us