ଦେଶରେ ଯେତେବେଳେ ଇଂରେଜ ସରକାରର ପାଦୁର୍ଭାବ ବୃଦ୍ଧି ପାଇଥିଲା ସେ ସମୟରେ ଜନଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା। ଦେଶରେ ଅରାଜକତା ବ୍ୟାପି ଚାଲିଥିଲା। ବିଦେଶୀଙ୍କ ଅତ୍ୟାଚାରରେ ଭାରତ ତ୍ରାହିତ୍ରାହି ଡ଼ାକିଥିଲା। ଭାରତର ଅର୍ଥନୀତି,ରାଜନୀତି ସବୁ କ୍ଷେତ୍ରରେ ଇଂରେଜ ଦଖଲ କରିବା ଆରମ୍ଭ କରିଦେଇଥିଲେ। ଦେଶର ଶାସନଭାର ହାତକୁ ନେଇ ସେମାନେ ମାଲିକାନା ଜାହୀର କରିଥିଲେ। ସେ ସମୟରେ ବ୍ୟକ୍ତିଗତ ଭାବେ ଏହାକୁ ବିରୋଧ କରିବା ସେତେଟା ସମ୍ଭବପର ନ ଥିଲା। ଶକ୍ତିଶାଳୀ ଇଂରେଜ ଗୋଷ୍ଠୀଙ୍କୁ ବିରୋଧ କରିବାକୁ ଭାରତୀୟଙ୍କ ପାଇଁ ଏକ ରାଜନୈତିକ ନେତୃତ୍ୱ ସୃଷ୍ଟି କରିବାର ଆବଶ୍ୟକତା ଥିଲା। ସେହି ଆବଶ୍ୟକତା ପୂରଣ କରିବା ପାଇଁ ଏକ ଦଳ ସୃଷ୍ଟି ହୋଇଥିଲା। ଏହା ହେଉଛି ଦେଶର ସର୍ବ ପୁରାତନ ରାଜନୈତୀକ ଦଳ। ଆସନ୍ତୁ ସେ ସମ୍ପର୍କରେ ଜାଣିବା।
କିଭଳି ତିଆରି ହୋଇଥିଲା କଂଗ୍ରେସ
ଭାରତର ପ୍ରଥମ ସ୍ୱାଧିନତା ଆନ୍ଦୋଳନ କୁହାଯାଉଥିବା ୧୮୫୭ ଆନ୍ଦୋଳନର ବିଫଳତା ହିଁ ଏକ ରାଜନୈତୀକ ଦଳ ଗଠନର ମୂଳଦୂଆ ପକାଇଥିଲା। ୧୮୫୭ ର ସେ ଆନ୍ଦୋଳନ ଯଦିଓ ଏତେଟା ସଫଳ ହୋଇ ପାରି ନଥିଲା, କିନ୍ତୁ ପରବର୍ତ୍ତି ସମୟରେ ସଂଗ୍ରାମ ପାଇଁ ଏହା ଏକ ଖୋରାକ୍ ସାଜିଥିଲା। ସେ ସମୟରେ ଇଂରେଜ ସରକାର ଭାରତୀୟଙ୍କ ଦମନ ଶୈଳୀରେ ଭୟଭିତ ହୋଇ ଆଗାମୀ ଦିନରେ ଏହାକୁ କବଜା କରିବାକୁ ଏକ ରାଜନୈତିକ ସଂଗଠନ ତିଆରି କରିବାକୁ ଚିନ୍ତା କରିଥିଲେ। ସେହି ଦଳ ଜରୀଆରେ ଆନ୍ଦୋଳନକାରୀ ଓ ତାଙ୍କ ମନୋଭାବ ବିଷୟରେ ଜାଣିବା ତାଙ୍କର ପ୍ରମୁଖ ଉଦ୍ଧେଶ୍ୟ ଥିଲା। ୧୮୮୫ ଡିସେମ୍ବର ୨୮ରେ ମୁମ୍ବାଇର ଗୋକୁଲଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟରେ କଂଗ୍ରେସର ଗଠନ ହୋଇଥିଲା ସ୍କଟଲ୍ୟାଣ୍ଡର ଜଣେ ଅବସରପ୍ରାପ୍ତ ନାଗରିକ ସେବା ଅଧିକାରୀ ଏ.ଓ ହୁମ(ଆଲାନ୍ ଅକ୍ଟାଭିଆନ୍ ହୁମ୍) କଂଗ୍ରେସ ପାର୍ଟିର ପ୍ରତିଷ୍ଠା କରିଥିଲେl ୧୮୮୫ ରେ, ୭୨ ଜଣ ସାମାଜିକ କର୍ମୀ, ସାମ୍ବାଦିକ ଏବଂ ଆଇନଜୀବୀଙ୍କ ଏକ ଦଳ କଂଗ୍ରେସର ପ୍ରଥମ ଅଧିବେଶନରେ ଭାଗ ନେଇଥିଲେ।ଏହି ପ୍ରଥମ ଅଧିବେଶନର ବାରିଷ୍ଟର ଉମେଶ ଚନ୍ଦ୍ର ବାନାର୍ଜୀ ସଭାପତି ଥିଲେ। ଦଳର ଦ୍ୱିତୀୟ ଅଧିବେଶନ ୨୭ ଡିସେମ୍ବର ୧୮୮୬ ରେ କୋଲକାତାରେ ଅନୁଷ୍ଠିତ ହୋଇଥିଲା | ଏହି ଅଧିବେଶନରେ ଦାଦାଭାଇ ନାରେଜି ଅଧ୍ୟକ୍ଷତା କରିଥିଲେ।ଐତିହାସିକଙ୍କ ଅନୁଯାୟୀ, କଂଗ୍ରେସର ପ୍ରାରମ୍ଭ ବର୍ଷରେ ଏହାର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସରକାରଙ୍କ ସହଯୋଗରେ ଦେଶର ସମସ୍ୟାର ସମାଧାନ। କିନ୍ତୁ ୧୯୦୫ ମସିହାରେ ବଙ୍ଗଳା ବିଭାଜନ ପରେ କଂଗ୍ରେସ ଖୋଲାଖୋଲି ଭାବେ ବ୍ରିଟିଶମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କଲା।
କଂଗ୍ରେସ ଏକ ସେଫ୍ଟି ଭଲ୍ଭ
ଧିରେଧିରେ କଂଗ୍ରେସକୁ ନେଇ ଇଂରେଜ ସରକାରଙ୍କ ଚକ୍ରାନ୍ତ ପଦାକୁ ଆସିଥିଲା। କଂଗ୍ରେସ ଜରିଆରେ ବିଦ୍ରୋହର ସମସ୍ତ ସୂଚନା ତାଙ୍କୁ ମିଳିଯାଉଥିଲା। ଗୋଟାଏ ଗୋଷ୍ଠୀ ମଧ୍ୟ ବ୍ରିଟିଶ ସରକାରଙ୍କ ସହଯୋଗରେ ସମସ୍ୟା ସମାଧାନ କରିବାକୁ ଚାହୁଁଥିଲା ବେଳେ ଆଉ ଗୋଟାଏ ଗୋଷ୍ଠୀ ବିଦ୍ରୋହ ଚାହୁଁଥିଲେ। ସେ ସମୟରେ କଂଗ୍ରେସ ଚରମପନ୍ଥି ଓ ନରମପନ୍ଥି ଏହିଭଳି ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଲାଲା ଲାଜପତ ରାୟ ୟଙ୍ଗ ଇଣ୍ଡିଆରେ ଏକ ସ୍ତମ୍ଭ ଜରୀଆରେ ଏହାକୁ କଟାକ୍ଷ କରି ଲେଖଥିଲେ ଯେ ଇଂରେଜ ସରକାରଙ୍କ ପାଇଁ କଂଗ୍ରେସ ହେଉଛି ଏକ ସେଫ୍ଟି ଭଲ୍ଭ। ଏହା ଜରୀଆରେ ସେ ଇଂରେଜ ସରକାରଙ୍କ ଉଦ୍ଧେଶ୍ୟ ସାମ୍ନାକୁ ଆଣିଥିଲେ ।
କଂଗ୍ରେସର ଗାନ୍ଧୀ
୧୯୧୫ରେ କଂଗ୍ରେସ ସହ ଯୋଡ଼ି ହୋଇଥିଲେ ଗାନ୍ଧୀ। ସେ ଇଂଲଣ୍ଡରୁ ଫେରିବା ପରେ ତାଙ୍କ ବ୍ୟକ୍ତିତ୍ୱ ସହ ଯୋଡ଼ି ହୋଇଥିଲା ଗେପାଳ କୃଷ୍ଣ ଗୋଖଲେଙ୍କ ସହ। ଦକ୍ଷିଣ ଆଫ୍ରିକା କଥା ଜାଣି ସେ ଖୁସି ହେବା ସହିତ ତାଙ୍କୁ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ଦେଇଥିଲେ। ମହାତ୍ମାଗାନ୍ଧୀ ପରେପରେ ଲୋକଙ୍କୁ ପ୍ରଭାବିତ କରି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଚମ୍ପାରଣ ବିଦ୍ରୋହ,ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆଦି ଆନ୍ଦୋଳନ ସମୟରେ କଂଗ୍ରେସ ଜରୀଆରେ ଦେଶର ବହୁ ପ୍ରତିଷ୍ଠିତ ନେତା ଏଥିରେ ଯୋଗ ଦେଇଥିଲେ। କଂଗ୍ରେସ ଜରୀଆରେ ଆନ୍ଦୋଳନ ଧିରେଧିରେ ତୀବ୍ର ହେବା ସହିତ ଶେଷରେ ସଫଳତା ମିଳିଛି। ଇଂରେଜଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଦଳ ଶେଷରେ ତାଙ୍କପାଇଁ କାଳ ସାବ୍ୟସ୍ତ ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା