ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ଭଗବତ ମନ ଜଣେ କ୍ରୀଡ଼ାବିତଙ୍କୁ ରାଜ୍ୟସଭାକୁ ରାଜ୍ୟସଭାକୁ ପଠାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ମନଙ୍କର ସର୍ବୋଚ୍ଚ ପୋଲ୍ ପ୍ରତିଶୃତି ମଧ୍ୟରୁ ଅନ୍ୟତମ, ଯାହା ଆମ୍ ଆଦମୀ ପାର୍ଟି (AAP) ନେତା ଯଥା ଶୀଘ୍ର ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତର ସୁପ୍ରସିଦ୍ଧ କ୍ରିକେଟର  ତଥା  ପୂର୍ବତନ ସ୍ପିନର ହରଭଜନ ସିଂହଙ୍କୁ ରାଜ୍ୟସଭାରେ ଦେଖିବାକୁ ମିଳିପାରେ। ସୁଚନା ଅନୁଯାୟୀ ଆମ ଆଦମୀ ପାର୍ଟି (ଆପ୍‌)ତାଙ୍କୁ ରାଜ୍ୟସଭା  ପଠାଇବା ପାଇଁ ଚାହୁଁଛି। ଆପ୍ ତରଫରୁ ଏ ନେଇ ଯୋଜନା ଜାରୀ ରହିଛି। ଏଥି ସହିତ ହରଭଜନ ସିଂହଙ୍କୁ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଭଗୱନ୍ତ ମାନ୍ ପଂଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କୀତ ଖବର ପ୍ରକାଶିତ ହୋଇଛି । 

ହରଭଜନ ସିଂହ

ରାଜ୍ୟସଭା ଯିବେ କି ହରଭଜନ?
ପଞ୍ଜାବ ନିର୍ବାଚନର ଘମାଘୋଟ ଲଢ଼େଇରେ ଆପ୍ ବିଶାଳ ବିଜୟ ହାସଲ କରିଛି। ପଂଜାବ ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ସମୟରେ ଭଗୱନ୍ତ ମନ ଘୋଷଣା କରିଥିଲେ ଯେ, ସେ ଯଦି କ୍ଷମତାକୁ ଆସନ୍ତି, ତା’ହେଲେ ତାଙ୍କର କାର୍ଯ୍ୟକାଳ ସମୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ଜଳନ୍ଧରରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଥିଲେ। ଯଦି ହରଭଜନ ସିଂହଙ୍କୁ ରାଜ୍ୟସଭା ପଠାଯାଏ, ତା’ହେଲେ ତାଙ୍କୁ ଏହି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।