ପ୍ରଥମଥର ପାଇଁ ଓଡ଼ିଶା ଜାତୀୟ ସିନିୟର ମହିଳା ହକି ଚାମ୍ପିୟନସିପ୍‌ ଜିତିଛି। ମେ ୧୭ ରେ ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନସିପ୍‌ର ଫାଇନାଲ ମୁକାବିଲାରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକକୁ ହରାଇ ରେକର୍ଡ କରିଛି। ଓଡ଼ିଶା ପକ୍ଷରୁ ପୁନମ ବାର୍ଲା ଓ ଅସୀମ କାଞ୍ଚଳନ ବାର୍ଲା ଗୋଲ ସ୍କୋର କରି ରେକର୍ଡ କରିଛନ୍ତି।

ସାରା ଦେଶ ଦେଖିଲା ଓଡିଶା ମହିଳା ଟିମର କମାଲ୍
ହକି କ୍ଷେତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଜାତୀୟ ସ୍ତରରେ ଓଡିଶାର ହକି ଖେଳାଳୀ  ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ହାସଲ କରିଛନ୍ତି। ମହିଳା ହକି ଟିମର ରେକର୍ଡ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛି। ଆରମ୍ଭରୁ ଖୁବ୍ ଭଲ ଖେଳ ପ୍ରଦର୍ଶନ ସହିତ ମ୍ୟାଚ୍‌ର ଶେଷ ମିନିଟ୍‌ ଅର୍ଥାତ୍ ୫୯ ମିନିଟରେ ଓଡ଼ିଶା ପାଇଁ ଅସୀମ କାଞ୍ଚନ ବାର୍ଲା ଦ୍ଵିତୀୟ ଗୋଲ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ।ଓଡ଼ିଶା କର୍ଣ୍ଣାଟକାକୁ ହରାଇ ପ୍ରଥମଥର ଚାମ୍ପିୟନ ହେବାର ଆଖ୍ୟା  ଅର୍ଜନ କରିଛି। ଓଡ଼ିଶା ମହିଳା ଦଳର ଏହି ଐତିହାସିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଶୁଭେଚ୍ଛା ଜଣାଇଛନ୍ତି।