ନିଯୁକ୍ତି ଦେବ ‘ଅଗ୍ନିପଥ’: ସେନା ବିଭାଗରେ ଚାକିରି ପାଇବେ ‘ଅଗ୍ନିବୀର’

ଅନେକ ସ୍ଥାନରେ ‘ଅଗ୍ନିପଥ’ ଯୋଜନାକୁ ନେଇ ବିକ୍ଷୋଭ ପ୍ରକାଶ ପାଉଥିଲା ବେଳେ ଏକ ବିଶାଳ ପଦକ୍ଷେପ ନିଆଯାଇଛି। ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ଦୂର କରିବାରେ ଏହା ସଫଳ ହେବ। ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରୀ ହୋଇଛି। joinindianarmy.nic.in ୱେବସାଇଟରେ ସବିଶେଷ ସୂଚନା ଉପଲବ୍ଧ । ଭାରତୀୟ ସେନା ଜୁନ୍ ୨୦ରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ତାରିଖ ପ୍ରକାଶ କରିଛି। ଭାରତୀୟ ସ୍ଥଳସେନାର ବିଜ୍ଞପ୍ତି ମୁତାବକ ଅଗ୍ନିବୀର ଭାବେ ସାମିଲ ହେବାକୁ ଚାହୁଁଥିବା ଯୁବକମାନେ ସର୍ବନିମ୍ନ ୮ମ ରୁ ୧୦ ଶ୍ରେଣୀ ପାସ କରିଥିବା ଆବଶ୍ୟକ।

ସେନାରେ ଭର୍ତ୍ତି ହେବେ ଅଗ୍ନିବୀର
ଭାରତୀୟ ନୌସେନା,ସ୍ଥଳସେନା ଓ ବାୟୁସେନା ବିଭାଗରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଯୁକ୍ତି ପାଇଁ joinindianarmy.nic.in ୱେସାଇଟ ରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ। ବାୟୁ ସେନା ପାଇଁ ଜୁନ୍ ୨୪ ତାରିଖରୁ ନାଁ ପଞ୍ଜିକରଣ ଆରମ୍ଭ ହେଉଥିବାବେଳେ ନୌସେନା ପାଇଁ ନାଁ ପଞ୍ଜିକରଣ ଜୁନ୍ ୨୫ ତାରିଖରୁ ଆରମ୍ଭ ହେଉଛି। ସେହିପରି ସ୍ଥଳସେନା ପାଇଁ ନାମ ପଞ୍ଜିକରଣ ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ।ଅଗ୍ନିବୀରମାନେ ସ୍ଥଳସେନାର ୪ ଟି ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଜେନରାଲ ଡ୍ୟୁଟି, ଟେକ୍ନିକାଲ, କ୍ଲର୍କ ଓ ଟ୍ରେଡସମ୍ୟାନ ଭାବେ ୪ ଟି ବିଭାଗ ରଖା ଯାଇଛି।ଏହି ଯୋଜନା ମାଧ୍ୟମରେ ଦେଶରେ ବେକାରୀ ସମସ୍ୟା ଅନେକାଂଶରେ ଦୂରୀକରଣ ହୋଇପାରିବ ବୋଲି ଅନୁମାନ କରାଯାଉଛି।
Connect With Us