ଠିକଣା ଥିଲା କଟକର ଓଡ଼ିଆ ବଜାର।ଜାନକୀ ଭବନରୁ ଶୁଭିଥିଲା ଜାତୀୟତାର ସ୍ୱର। ଖାଲି ଜାତୀୟ କାହିଁକି ବରଂ ଆନ୍ତର୍ଜାତୀୟ ବିପ୍ଳବର ଝଙ୍କାର। ନରମପନ୍ଥୀ ନୀତିଠୁ ଦୂରେଇ ଯାଇ ସେ କହୁଥିଲେ ହକ୍ ର କଥା। ଯିଏ ଏ ଦେଶକୁ ଦେଇଛନ୍ତି ସଂଗ୍ରାମ ସାଧନା ଓ ସାହାସର ବାର୍ତ୍ତା। ଯାହାଙ୍କପାଇଁ ଏ ମାଟି ଚିର ଗର୍ବିତ।ସେଇଥିପାଇଁ ତ ଇଣ୍ଡିଆ ଗେଟରେ ଏବେ ତାଙ୍କ ପ୍ରତିମୁର୍ତ୍ତିକୁ ଦେଖୁଛି ସାରା ଦେଶ।ରାଜଧାନୀ ଛାତିରେ ଝଟକୁଛନ୍ତି ନିଆରା ନେତା ସୁଭାଷ ବୋଷ।

 ଭାରତୀୟ ପ୍ରସାସନୀକ ସେବାକୁ ପ୍ରତ୍ୟାଖାନ କରିଥିଲେ ନେତାଜୀ
୧୮୯୭ ଜାନୁଆରୀ ୨୩ ରେ କଟକର ଓଡ଼ିଆ ବଜାରରେ ସୁଭାଷ ବୋଷଙ୍କ ଜନ୍ମ। ପିଲାଟି ଦିନୁ ସେ ଥିଲେ ସ୍ୱାଧିନଚେତା। ରେଭେନ୍ସା କଲେଜରେ ବିତାଇଥିଲେ ମାଧ୍ୟମିକ ଶିକ୍ଷାର ମୁହୁର୍ତ୍ତ। ଛାତ୍ର ଜୀବନରୁ ସେ ଥିଲେ ବିପ୍ଳବୀ। presidency collegeରେ ପଢୁଥିଲା ବେଳେ ଭାରତ ବିରୋଧି ମନ୍ତବ୍ୟ ଦେଇଥିବା ଲେକ୍ଚରଙ୍କୁ ଅପମାନିତ କରିଥିଲେ ସୁଭାଷ। ଯାହା ଥିଲା ତାଙ୍କ ଦେଶ ପ୍ରେମର ନମୁନା।୧୯୨୧ ରେ indian civil serviseକୁ ତୁଚ୍ଛ କରି ସେ ସଂଗ୍ରାମରେ ଯୋଗ ଦେଇଥିଲେ।

ବିଚାରଗତ ବିଭେଦ ସତ୍ତ୍ୱେ ଗାନ୍ଧିଜୀଙ୍କୁ ସମ୍ମାନ
ଗାନ୍ଧିଙ୍କ ଭଳି ନରମପନ୍ଥୀ ନ ଥିଲେ ନେତାଜୀ। ୧୯୨୮ରେ ସାଇମନ୍ କମିଶନ ଆସିଥିଲା ବେଳେ ସେ ଉଠାଇଥିଲେ ପୁଣ୍ଣ ସ୍ୱରାଜର ଦାବୀ। ଗାନ୍ଧିଙ୍କ ସହ ତାଙ୍କର ବିଚାରଗତ ବିବାଦ ଆରମ୍ଭ ହୋଇ ଯାଇଥିଲା। ୧୯୩୧ ଗାନ୍ଧୀ ଇରଉଇନ ଚୁକ୍ତିକୁ ବିରୋଧ କରୁଥିଲେ ସୁଭାଷ।୧୯୩୮ରେ ଗାନ୍ଧିଙ୍କ ମନୋନୀତ ପଟ୍ଟାଭି ସୀତାରାମାୟଙ୍କୁ ପରାସ୍ତ କରି ସେ କଂଗ୍ରେସର ସଭାପତି ହୋଇଥିଲେ।ମାତ୍ର ଗାନ୍ଧୀଙ୍କୁ ସମ୍ମାନ ଜଣାଇ ୧୯୩୯ରେ ସେ ଇସ୍ତଫା ଦେଇଥିଲେ।

ବିଦେଶୀ ମାଟିରେ ଦେଶ ପାଇଁ ସଂଗ୍ରାମ
ଦେଶକୁ ସ୍ୱାଧିନ କରିବାକୁ ଭିନ୍ନ ପନ୍ଥା ଆପଣେଇଥିଲେ ସୁଭାଷ ବୋଷ। ୧୯୪୨ ମେ ୨୯ ରେ ଦୁର୍ଦ୍ଦଶ ନେତା ହିଟଲରଙ୍କୁ ଭେଟି ବିଦେଶୀ ମାଟିରେ କରିଥିଲେ ପ୍ଲାନିଂ। ଜର୍ମାନ ଓ ଜାପାନର ସହଯୋଗରେ ୪୫୦୦୦ ଭାରତୀୟ ବନ୍ଦିଙ୍କୁ ନେଇ free india armyଗଢିବା ସହ ୧୯୪୩ ଅକ୍ଟୋବର ୨୧ରେ ଗଠନ କରିଥିଲେ ଆଜାଦ୍ ହୀନ୍ଦ ଫୌଜ। 

ସିଙ୍ଗାପୁରରେ ରହି ଯୁଦ୍ଧ ଜାରୀ ରଖିଥିଲେ ସୁଭାଷ।ମହିଳା ଝାନ୍ସୀ ରେଜିମେଣ୍ଟ ଥିଲା ମହିଳାଙ୍କ ଶକ୍ତି ପ୍ରଦର୍ଶନର ମାଧ୍ୟମ। ବର୍ଲିନରୁ ଥାଇ ସେ ବାର୍ତା ଦେଇଥିଲେ ‘ତମେ ମତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧିନତା ଦେବି’ ଏ ଉକ୍ତି ହିଁ ଖେଳାଇଥିଲା ଶିହରଣ। ବାସ୍ତବରେ ସେ ଥିଲେ ଯୁଗବିପ୍ଳବୀ।

ନେତାଜୀ ସୁଭାଷ ହେଉଛନ୍ତି ଏକମାତ୍ର ସଂଗ୍ରାମୀ ଯାହାଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ହେଉନାହିଁ। ଏବେବି ତାଙ୍କ ମୃତ୍ୟୁକୁ ନେଇ ଅନେକ ସସ୍ପେନ୍ସ। ୧୯୪୫ ଅଗଷ୍ଟ ୧୮ ରେ ତାଙ୍କର ପ୍ଲେନ୍ କ୍ରାସରେ ମୃତ୍ୟୁ ହୋଇଥିବା କୁହାଯାଥିଲେ ସୁଦ୍ଧା ତାଙ୍କର ଦେହାବଶେଷ ମିଳି ନଥିଲା। ଏପରିକି ନେତାଜୀଙ୍କ ପ୍ଲେନ୍ କ୍ରାସ୍ ହୋଇ ନଥିବା ତତ୍ୟ ମଧ୍ୟ ଶୁଣିବାକୁ ମିଳେ।୧୯୬୬ ରେ ତାସକେଣ୍ଟରେ ଲାଲବାହାଦୁର ଶାସ୍ତ୍ରୀଙ୍କ ସହ ସୁଭାଷଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଫଟ ନଜର ଆସିବା, ଶାସ୍ତ୍ରୀଜି ଗୋଟାଏ ବଡ଼ ସତର ଖୁଲାସା କରିବାର କଥା କହିବା ଏବଂ ଶେଷରେ ସନ୍ଦେହଜନକ ସ୍ଥିତିରେ ତାଙ୍କର ମୃତ୍ୟୁ ହେବା ଘଟଣା କେଉଁଠି ନା କେଉଁଠି ସୁଭାଷ ବୋଷଙ୍କ ଜୀବିତ ଥିବାର ଆଭାସ ଦିଏ।

ଗୁମନାମୀ ବାବାଙ୍କ ନେତାଜୀଙ୍କ ସହିତ ସାମଞ୍ଜସ୍ୟକୁ ନେଇ ମଧ୍ୟ ପ୍ଲେନ୍ କ୍ରାସରେ ସେ ମରି ନଥିବା ସନ୍ଦେହ ସୃଷ୍ଟି ହୋଇଛି। ସୁଭାଷ ବୋଷଙ୍କ ଜୀବନ ଯେତିକି ରହସ୍ୟମୟ ତାଙ୍କ ପ୍ରସଙ୍ଗ ମଧ୍ୟ ସେତିକି ରୋଚକ। ଇଣ୍ଡିଆ ଗେଟରେ ତାଙ୍କ ପ୍ରତିମୁର୍ତ୍ତିକୁ ସ୍ଥାପିତ କରି ସରକାର ଏକ ସୁଚିନ୍ତିତ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଇପାରେ। ଆଗାମୀ ପିଢି ପାଇଁ ସେ ଅନନ୍ୟ ପ୍ରେରଣା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା