ଜେପି ନଡ୍ଡାଙ୍କ କଟାକ୍ଷ: କଂଗ୍ରେସ ଭାଇ ଭଉଣୀଙ୍କ ପାର୍ଟି

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ସମାବେଶରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ଟିପ୍ପଣୀ ଦେବା ସହ ତେରେଛା ବାଣ ମାରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ବର୍ଣ୍ରନା କରିଛନ୍ତି ନଡ୍ଡା। ତେବେ ଏହାରି ଭିତରେ ସେ କଂଗ୍ରେସକୁ ଯାର୍ଗେଟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ଦଳକୁ ନେି ତେରେଛା ବାଣ ମାରିଛନ୍ତି। କେବଳ ରାଜ୍ୟ ସରକାରଙ୍କଠି ନ ଅଟକି ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆଉ କଂଗ୍ରେସକୁ ଭାଇ-ଭଉଣୀଙ୍କ ପାର୍ଟି ବୋଲି ମଧ୍ୟ କହି ଏହି ସମାବେଶରେ ସେ ଉଦବୋଧନ ଦେଇଛନ୍ତି। ଯାହାକୁ ନେଇ ରାଜନୈତୀକ ହଟଚମଟ ସୃଷ୍ଟି ହୋଇଛି।

ପରିବାରବାଦ ରାଜନୀତିକୁ ଟାର୍ଗେଟ
ଜେପି ନଡ୍ଡା ତାଙ୍କ ଭାଷଣରେ ରାଜନୀତିରେ ପରିବାରବାଦ ପ୍ରସଙ୍ଗ ଉଠାଇଛନ୍ତି। ପାରିବାରିକ ପାର୍ଟିଗୁଡିକର ଉଦାହରଣ ଦେଇ ସେ କାଶ୍ମୀରର ଫାରୁକ ଅବଦୁହ୍ଲା, ଉମରଅବଦୁହ୍ଲା, ହରିୟାଣାର ଓମ ପ୍ରକାଶ ଚୌଟାଲା, ବିହାରର ଆରଜେଡି, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାର ବିଜେଡି ପ୍ରସଙ୍ଗ ଉଠାଇବା ସହ ଆଞ୍ଚଳିକ ଦଳଗୁଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ବିଜେପିକୁ ଛାଡିଦେଲେ ବାକି ସବୁଦଳ ପରିବାରବାଦ ନୀତିରେ ବିଶ୍ୱାସ କରିବା କଥା ଜେପି କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ, ନା ଏବେ ଜାତୀୟ ହୋଇ ଅଛି, ନା ଭାରତୀୟ ହୋଇ ରହିଛି, ଏହି ପାର୍ଟି ଏବେ ଭାଇ-ଭଉଣୀଙ୍କ ପାର୍ଟି। ନଡ୍ଡାଙ୍କ ଏହି ଗସ୍ତକୁ ଟାର୍ଗେଟ କରି ବିଜେଡି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବେଳେ କାହାକୁ କେତେ ସଫଳତା ମିଳୁଛି ତାହା ଦେଖିବା ବାକି।
Connect With Us