ଫେଲ୍ ମାରିଲା ବିଜେଡି ପଲିସି:ପାର୍ଟି ପାଇଁ ମାଟିକୁ ଭୁଲିଲା ରାଜ୍ୟ କଂଗ୍ରେସ

ନିଜ ଜିଦରେ ଅଟଳ ରାଜ୍ୟ କଂଗ୍ରେସର ବିଧାୟକ ଓ ସଂସଦ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାଟି ସହ ବିଶ୍ୱାସଘାତକତା କରୁଛି ରାଜ୍ୟ କଂଗ୍ରେସ। ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଥିଲା ବେଳେ ବାଟ ଓଗାଳୁଛି ରାଜ୍ୟ କଂଗ୍ରେସ। ପାର୍ଟିର ନିଷ୍ପତ୍ତି ଆଧାରରେ ରାଜ୍ୟ କଂଗ୍ରେସର ଭୋଟ୍ ଯଶୱନ୍ତ ସିହ୍ନାଙ୍କୁ ଯିବ।ସେମାନେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ମମର୍ଥନ କରିବେ ନାହିଁ। ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ବିଧାୟକମାନଙ୍କୁ ଭେଟି ହାଇକମାଣ୍ଡଙ୍କ ନିଷ୍ପତି ବିଷୟରେ ଅବଗତ କରାଇଛନ୍ତି।
କଂଗ୍ରେସକୁ ବୁଝାଇବାରେ ନବୀନ ଫେଲ୍:ନଛୋଡବନ୍ଧା ରାଜ୍ୟ କଂଗ୍ରେସ
ଓଡ଼ିଶାର ମହିଳା ତଥା ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ କରିବ ନାହିଁ। କଂଗ୍ରେସର ସମସ୍ତ ଭୋଟ୍ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି। ଯଶ୍ୱୱନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତଥାପି ତାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଳି ଚୁଡାନ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏନେଇ ସୂଚନା ଦେଇଛନ୍ତି। ଦ୍ରୌପଦୀଙ୍କ ସପକ୍ଷରେ ଭୋଟ ଦେବାକୁ କିଛିଦିନ ପୁର୍ବରୁ ବିଜେଡିର ବିଭିନ୍ନ ପ୍ରତିନିଧି କଂଗ୍ରେସ ସଦସ୍ୟଙ୍କୁ ଭେଟି ଅନୁରୋଧ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ଭିକ୍ଷା କରିଛନ୍ତି। ମାତ୍ର ସମସ୍ତଙ୍କ ଅନୁରୋଧକୁ ପଚରେ ପକାଇ ରାଜ୍ୟ କଂଗ୍ରେସ ପାର୍ଟିର ନିଷ୍ପତ୍ତି ଆଧାରରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us