ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ADR) ବିଭିନ୍ନ ଦଳର ଆୟକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ଆଞ୍ଚଳିକ ଦଳ କେଉଁ ଉତ୍ସରୁ କେତେ ପାଣ୍ଠି ସଂଗ୍ରହ କରିଛନ୍ତି ଏ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। DMK କୁ ସବୁଠୁ ଅଧିକ ଚାନ୍ଦା ମିଳିଥିବା ବେଳେ ବିଜେଡି ଦୁଇ ନମ୍ବରରେ ରହିଛି।
ବିଜେଡିକୁ ଅଜଣା ସୂତ୍ରରୁ ମିଳିଛି ୨୯୧ କୋଟି
ADR ରିପୋର୍ଟ ଅନୁସାରେ ଦେଶରେ ଥିବା ୨୭ ଟି ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି। ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ୍ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଥିବା ବେଳେ ୯୮ ପ୍ରତିଶତ ଆୟ ଅଜଣା ଉତ୍ସରୁ ଆସିଛି। ଅଜଣା ସୂତ୍ରରୁ ଆୟ ପାଇଥିବା ଦଳଗୁଡିକ ମଧ୍ୟରେ ତାମିଲନାଡୁର DMK ଶୀର୍ଷରେ ରହିଥିବା ବେଳେ ବିଜେଡି ଦ୍ୱିତୀୟରେ ରହିଛି। DMK ୩୦୬ କୋଟି ଟଙ୍କା ପାଇଥିବା ବେଳେ ବିଜେଡିକୁ ୨୯୧ କୋଟି ଟଙ୍କା ମିଳିଛି।
ତୃତୀୟ ଦଳ ଭାବେ ତେଲେଙ୍ଗାନାର ଆଞ୍ଚଳିକ ଦଳ TRS ୧୫୩ କୋଟି ଟଙ୍କା ଅଜଣା ଉତ୍ସରୁ ପାଇଛି। ADRର ରିପୋର୍ଟରୁ ଜଣାପଡିଛି ଯେ, ବିଜେଡି ୨୦୨୧-୨୨ରେ ମୋଟ ୩୦୭ କୋଟି ଟଙ୍କା ଆୟ କରିଥିଲା। ସେଥିରୁ ୯୫ % ଅର୍ଥାତ୍ ୧୯୧ କୋଟି ଟଙ୍କା ଅଜଣା ସୂତ୍ରରୁ ମିଳିଛି। ବିଜେଡିକୁ ଚାନ୍ଦାରୁ ମାତ୍ର ୫% ଅର୍ଥ ମିଳିଛି।