ହତ୍ୟା ଏବଂ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରୁଛନ୍ତି କଂଗ୍ରେସ-ବିଜେପିପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତିକୁ ନେଇ ନବୀନ ନିବାସ ଘେରିଲା ବିଜେପି। ପୂର୍ବରୁ ଛାତ୍ର କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛିଲାଗୁଛି ଚୁପ ବସିଥିବା ବିରୋଧି ଦଳ ଗୁଡ଼ିକ ନବୀନ ସରକାରକୁ ଟାର୍ଗେଟ୍ କଲେଣି

 ଅପରାଜିତାଙ୍କ ଅନୁପସ୍ଥିତ ଫର୍ମୂଲା ରିପିଟ୍
କିନ୍ତୁ ଚମକାଇ ଦେଉଛି, ବିଜେପିର ବିକ୍ଷୋଭ ରାଲିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦେଖା ନମିଳିବା ଅବଶ୍ୟ ବିଜେପିର ବିରୋଧ ପ୍ରଦର୍ଶନରେ ଅପରାଜିତାଙ୍କ ସାମିଲି ନହେବା,ଏହା ପ୍ରଥମ ଘଟଣା ନୁହେଁ ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ବିଜେପିର ବିରୋଧରୁ ନିଜକୁ ଦୂରେଇ ରଖିଥିଲେ ଭୁବନେଶ୍ୱର ସାଂସଦ। ପରୀ ହତ୍ୟା ମାମଲାରେ ୨୦୨୦ଡିସେମ୍ବର ୨୦ ତାରିଖରେ, ଭୁବନେଶ୍ୱର-ଲିଙ୍ଗରାଜ ମନ୍ଦିର ଠାରୁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ବିଜେପି ପଦଯାତ୍ରା କରିଥିଲାକିନ୍ତୁ୫ ଦିନିଆ ପଦଯାତ୍ରାରୁ ନିଜକୁ ଦୂରେଇ ରଖିଥିଲେ ସାଂସଦ ଅପରାଜିତା ମାଡାମ୍।

ଦଳୀୟ ବିକ୍ଷୋଭ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିବାକୁ ରିପିଟ୍ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରେ ଥାଇ ସୁଦ୍ଧା ସେକ୍ସ କାରବାରର ମହାନାୟିକା ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ମାମଲାରେ ବିଜେପିର ବିରୋଧ ପ୍ରଦର୍ଶନରେ ଯୋଗ ଦେଲେ ନାହିଁ ଅପରାଜିତା
 BMC ନିର୍ବାଚନରେ ଭୋଟ ଦେଲେନି
ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ ଦେଇ ନଥିଲେ ଅପରାଜିତା ଷଡ଼ଙ୍ଗୀ ୨୪’ମାର୍ଚ୍ଚ ୨୦୨୨ରେ ସାଂସଦମାନେ ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ହ୍ୱିପ୍ ଜାରି ହୋଇଥିଲା। ସେଥିପାଇଁ BMC ନିର୍ବାଚନରେ ଭୋଟ ଦେଇପାରିଲେ ନାହିଁ ବୋଲି କହିଥିଲେ ଅପରାଜିତା ଷଡ଼ଙ୍ଗୀ

ତେବେ ଖର୍ଚ୍ଚ ବିଲ୍ ପାରିତ ଲାଗି ଲୋକସଭାରେ ୨୭୨ ସାଂସଦଙ୍କର ସମର୍ଥନ ଆବଶ୍ୟକ ଥିଲା। ବିଜେପି ନେତୃତାଧିନ NDAର ଲୋକସଭା ସାଂସଦଙ୍କ ସଂଖ୍ୟା ୩୩୭, ଯାହା ମଧ୍ୟରୁ କେବଳ BJPର ସାସଦଙ୍କ ସଂଖ୍ୟା  ୩୦୩ ଲୋକସଭାରେ ଖର୍ଚ୍ଚ ବିଲ୍ ପାରିତ ଲାଗି ଆବଶ୍ୟକ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ସାଂସଦ ଅଛନ୍ତି ବିଜେପି ନିକଟରେ
ଅନୁମାନ କରାଯାଉଥିଲା ଦଳୀୟ ନେତୃତ୍ୱଙ୍କ ଠାରୁ ଅନୁମତି ଆଣି BMC ନିର୍ବାଚନରେ ଭୋଟ ଦେବାକୁ ଆସିବେ ଭୁବେନେଶ୍ୱର ସାଂସଦକିନ୍ତୁ ଅନୁମାନ ଭୁଲ ହେଲା। ଅପର ପକ୍ଷରେ BJDର ବରିଷ୍ଠ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସଂସଦୀୟ କାର୍ଯ୍ୟ ଅପେକ୍ଷା ମତଦାନକୁ ଗୁରୁତ୍ୱ ଦେଇ ବରଗଡ଼ରେ ଭୋଟ ଦେଇଥିଲେ
କଂଗ୍ରେସର ମେଣ୍ଟ, ଅପରାଜିତାଙ୍କ ପାଇଁ ସୁଯୋଗ
ତେବେ ୨୦୧୯ ନିର୍ବାଚନରେ ସିପିଏମ ସହ ମେଣ୍ଟ କରି ଭୁବନେଶ୍ୱର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ମାତ୍ର ୨୩,୦୨୬ ଖଣ୍ଡ ଭୋଟ ମିଳିଥିଲାଆଉ କଂଗ୍ରେସ ପ୍ରାର୍ଥୀ ନଦେବା ଏବଂ ଲଗାତର ଜିତୁଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ପ୍ରାର୍ଥୀ ନକରିବାରୁ ସୁବିଧା ଜନକ ସ୍ଥିତିରେ ରହିଲା ବିଜେପି। ଫଳରେ ମାତ୍ର ୨୩,୮୩୯ ଭୋଟ ବ୍ୟବଧାନରେ ଜିତିଗଲେ ଅପରାଜିତା।

ଜନାର୍ଦ୍ଦନ ପତି

କିନ୍ତୁ ପ୍ରଥମ ଥରର ସାଂସଦ ଅପରାଜିତା ଷଡ଼ଙ୍ଗୀ, ନିଜ ପାଇଁ ୨୦୧୯ ନିର୍ବାଚନରେ ଭୋଟ ଦେଇଥିଲେଅଥଚ ଯେଉଁ କର୍ପୋରେଟ ପ୍ରାର୍ଥୀମାନଙ୍କ କଠିନ ପରିଶ୍ରମ ଯୋଗୁ ବିଜୟୀ ହୋଇଥିଲେ, ସେହି କର୍ପୋରେଟର ଏବଂ ମେୟର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆସିଲେ ନାହିଁ ଭୁବନେଶ୍ୱର ସାଂସଦଏବେ ଧାମନଗର ଉପନିର୍ବାଚନ ପ୍ରଚାର ଏବଂ ରାଜଧାନୀର ବିକ୍ଷୋଭ ଠାରୁ ଦୂରେଇ ରହିଲେ ଅପରାଜିତା।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା