ଏନଭଲପରେ କାହା ନାଁ ?

ଆଜି ବିଏମ୍ସିର ଡ଼େପୁଟି ମେୟର ନିର୍ବାଚନ ହେବ। ବିଏମସି ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଡ଼େପୁଟୀ ମେୟର୍ ପଦ ହାତେଇବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ନିର୍ବାଚନରେ ବିଜେଡି ୪୮ ସିଟ୍ ହାତେଇଥିଲା ବେଳେ ଦୁଇ ସ୍ୱାଧିନ ପ୍ରାର୍ଥିଙ୍କୁ ଦଳରେ ମିଶାଇ ୫୦ ଟି ଭୋଟ୍ ଥୟ କରିଛି।କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ଡ଼େପୁଟି ମେୟରଙ୍କୁ ନେଇ କୌଣଷି ସ୍ପଷ୍ଟୀକରଣ ମିଳିନାହିଁ। କିଏ ନବୀନଙ୍କ ଆସ୍ଥା ଜିତୁଛି ତାହା ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଁ ସାମ୍ନାକୁ ଆସିବ

କଟକ ଭଳି ଭୁବନେଶ୍ୱରରେ ନୂଆ ଚାଲ୍ ଖେଳିବେ କି ନବୀନ?
ଭୁବନେଶ୍ୱର ଡ଼େପୁଟୀ ମେୟର ପଦ ପାଇଁ ପ୍ରାର୍ଥି ଘୋଷଣା ଉପରେ ରହିଥିବା ସସ୍ପେନ୍ସ ଆଶାୟୀଙ୍କ ଛାତିରେ ଛନକା ପୁରାଇଛି। ଭୁବନେଶ୍ୱର ବିଜେଡ଼ି ଜିଲ୍ଲା ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକଙ୍କ ସମେତ ଏକାମ୍ର ଓ ମଧ୍ୟ ଭୁବନେଶ୍ୱର ବିଧାୟକ ମଧ୍ୟ ଏ ସମ୍ବନ୍ଧରେ ନୀରବ ରହିଛନ୍ତି। ପ୍ରତିଥର ନୁଆ ଚାଲ୍ ଖେଳୁଥିବା ନବୀନ କଟକରେ ଆଦୀବାସି ଝିଅ ଦମୟନ୍ତୀ ମାଝୀଙ୍କୁ ଡ଼େପୁଟୀ ମେୟର କଲାଭଳି ଭୁବନେଶ୍ୱରରେ କିଛି ବି କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦୌଡରେ ଥିବା ଅମରେଶ ଜେନା,ବିରଞ୍ଚି ନାରାୟଣ ମହାସୁପକାର ଓ ମିହିରଙ୍କ ଭଳି ଦାବୀଦାରଙ୍କୁ ବିଜେଡ଼ି ଚୟନ କରୁଛି କି ବସ୍ତି ଭୋଟ୍ ହାତେଇବାକୁ କଟକ ଭଳି ନୁଆ ଚାଲ୍ ଖେଳୁଛି ତାହା ଆଉ କିଛି ସମୟ ପରେ ସାମ୍ନାକୁ ଆସିବ। କଟକ ଭଳି ବିଜେଡି ବସ୍ତି ଅଞ୍ଚରୁ ବିଜୟୀ ହୋଇଥିବା ଶ୍ରମୀକ ତଥା ଆଦିବାସୀଙ୍କୁ ମଧ୍ୟ ପ୍ରାର୍ଥୀ କରେ ବୋଲି ଚର୍ଚ୍ଚା ହେଉଛି।ଯଦି ଏ ଅନୁମାନ ସତ ହୁଏ ତେବେ ୮ ନମ୍ବର ୱାର୍ଡରୁ ବିଜୟୀ ହୋଇ ରାଜମୀସ୍ତ୍ରୀରୁ କର୍ପୋରେଟର ସାଜିଥିବା ଲାଲମୋହନ ଟୁଡୁଙ୍କ ସମ୍ଭାବନା ଅଧିକ। ତେବେ ପ୍ରକୃତ୍ତରେ କିଏ ନବୀନଙ୍କ ଆସ୍ଥା ଜିତୁଛି ଓ କାହା ଭାଗ୍ୟ ଏନଭଲପରେ ସିଲ୍ ହୋଇଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
Connect With Us