Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ମୋହାଲିରେ ଅଷ୍ଟ୍ରେଲିଆ ନୁହେଁ,ଟର୍ଣ୍ଣରଙ୍କ ଠାରୁ ହାରିଗଲା ଇଣ୍ଡିଆ

By admin • March 11, 2019 • ସ୍ପୋର୍ଟସ୍

ଜିତିବା ମ୍ୟାଚ୍ ହାତଛଡ଼ା କରିଦେଲା ଟିମ୍ ଇଣ୍ଡିଆ। ନିଶ୍ଚିତ ବିଜୟକୁ ଭାରତ ହାତରୁ ଛଡ଼ାଇ ନେଇ,ମୋହାଲି ଦିନିକିଆରେ କଙ୍ଗାରୁ ବାହିନୀ୪ଓ୍ୱିକେଟରେ ବିଜୟୀ ହୋଇଛି। ୩୫୮ରନ୍ ସ୍କୋରକୁ ସହଜରେ ଚେଜ୍ କଲା ଭ୍ରମଣକାରୀ ଦଳ।ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଏହା ଥିଲା ଅଷ୍ଟ୍ରେଲିଆର ବଡ଼ ରନ୍ ଚେଜ୍।ଦିଲ୍ଲୀରେ ଆସନ୍ତା ୧୩ତାରିଖରେ ଶେଷ ଦିନିକିଆ ନିର୍ଣ୍ଣାୟକ ହେବ।

Ashton-Turner-1

                   ଏଷ୍ଟନ ଟର୍ଣ୍ଣର: ୪୩ ବଲରୁ ୮୪ରନ୍, ୬ଟି ଛକା ଓ ୫ଟି ଚୌକା

ଅଷ୍ଟ୍ରେଲିଆର ତିନି ଜଣ ବ୍ୟାଟ୍ସମ୍ୟାନ୍ ଭଲ ଖେଳିଲେ।କିନ୍ତୁ ଚର୍ଚ୍ଚା ଜଣଙ୍କୁ ନେଇ, ଯିଏ ମ୍ୟାଚ୍ ଗତିକୁ ଅଷ୍ଟ୍ରେଲିଆ ପଟକୁ ଟର୍ଣ୍ଣ କରି ଦେଲେ।ଅଷ୍ଟ୍ରେଲିଆ ନୁହେଁ,ସେହି କ୍ରିକେଟର ଭାରତକୁ ହରାଇ ଦେଲେ। ନାଁ ତାଙ୍କର ଏଷ୍ଟନ ଟର୍ଣ୍ଣର।ମାର୍କସ ଷ୍ଚୋଇନିସଙ୍କ ସ୍ଥାନରେ ଚତୁର୍ଥ ଦିନିକିଆରେ ତାଙ୍କୁ ସୁଯୋଗ ଦେଇଥିଲେ ଅଷ୍ଟ୍ରେଲିଆ। ୬ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସି ଧୂଆଁଧାର ଇନିଂସ ଖେଳିଥିଲେ। ୪୩ବଲରେ ଅପରାଜିତ ୮୪ ରନ୍। ୪୫ତମ ଓଭରରୁ ଭାରତୀୟ ବୋଲରଙ୍କୁ ପ୍ରହାର ଆରମ୍ଭ କରିଥିଲେ। ସେତେବେଳେ ଜିତିବା ପାଇଁ ଅଷ୍ଟ୍ରେଲିଆ ଦରକାର ଥିଲା ୩୬ ବଲରେ ୬୨ରନ୍। ଭୁବନେଶ୍ୱର କୁମାର ତାଙ୍କ ଓଭରରେ ୨ଟି ଛକା ଓ ଗୋଟିଏ ଚୌକା ସହ ଦେଇଥିଲେ ୨୦ରନ୍। ଏଷ୍ଟନ ଟର୍ଣ୍ଣର ୩୨ବଲରେ ଅର୍ଦ୍ଧଶତକ ମାରିଥିଲେ। ଆଉ ମ୍ୟାଚ୍ ଭାରତ ହାତରୁ ଚାଲି ଯାଇଥିଲା।
କ୍ୟାଚ୍ ମିସ୍, ମ୍ୟାଚ୍ ମିସ୍

Turner
ଏଷ୍ଟନ ଟର୍ଣ୍ଣର

ବୁମରାହଙ୍କ ଓଭରରେ ଟର୍ଣ୍ଣରଙ୍କ ଗୋଟିଏ ମ୍ୟାଚ୍ ଛାଡ଼ିଥିଲେ କେଦାର ଯାଦବ।ପରେ ଶିଖର ଧଓ୍ୱନ ବି ଟର୍ଣ୍ଣରଙ୍କ ସହଜ କ୍ୟାଚ୍ ହାତରୁ ଖସେଇ ଦେଇଥିଲେ। ଦୁଇ ଥର ଜୀବନ ଦାନ ପାଇଥିବା ଟର୍ଣ୍ଣର ୪୦ବଲରୁ ପିଟି ଦେଲେ ୮୦ରନ୍। ଶେଷ ତିନି ଓଭରରେ ବାକି ଥିବା ୮ ରନକୁ ୧୩ଟି ବଲ୍ ବାକି ଥାଇ ହାସଲ କରି ନେଇଥିବା ଅଷ୍ଟ୍ରେଲିଆ। କ୍ୟାରିଅରର ଦ୍ୱିତୀୟ ଦିନିକିଆ ଖେଳୁଥିବା ଟର୍ଣ୍ଣର ମ୍ୟାଚକୁ ବିଲକୁଲ୍ ଟର୍ଣ୍ଣ କରି ଦେଖାଇଦେଲେ।

ବୋଲିଂ ଓ ଖରାପ୍ ଓ୍ୱିକେଟ କିପିଂ
ଦ୍ୱିତୀୟ ଇନିଂସରେ ବୋଲିଂ କରି ସଫଳତା ପାଇଲା ନାହିଁ ଭାରତ। ଓ୍ୱିକେଟ ନେବାରେ ଫେଲ୍ ମାରିଲେ ବୋଲର।ଚହଲ ନିଜ କୋଟାରେ ୮୦ ରନ୍ ଦେଇଥିବା ବେଳେ କୁଳଦୀପ ୬୪ରନ୍ ଦେଇଥିଲେ। ସେହିପରି ଭୁବନେଶ୍ୱର ୯ ଓଭର ଫିଙ୍ଗି ୬୭ ରନ୍ ବ୍ୟୟ କଲେ। ୯ ଓଭରରେ ଦେଇଥିଲେ୬୩ରନ୍।

Rohit-and-Dhawan

                                       ରୋହିତ ଶର୍ମା-ଶିଖର ଓଧ୍ୱନ

ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ ଥିଲା ଓ୍ୱିକେଟ ପଛରେ ରୁଷଭ ପନ୍ଥଙ୍କ ଫିଲ୍ଡିଂ। ହ୍ୟାଣ୍ଡସକମ୍ବଙ୍କ ଏକ ସହଜ ଷ୍ଟମ୍ପିଂ କରି ପାରିଲେ ନାହିଁ ରୁଷଭ। ତାଙ୍କର ଏଭଳି କିପିଂ ଦେଖି କ୍ରିକେଟ ପ୍ରେମୀ ଏକଥା ଭାବୁଛନ୍ତି ଧୋନି ଥିଲେ ଏମିତି ହୋଇ ନଥାଆନ୍ତା।ଷ୍ଟାଡିୟମରେ ବି ଧୋନି ଧୋନି ନାରା ଜୋର ବି ହୋଇଥିଲା।ତାସାଙ୍ଗକୁ କେଦାର ଯାଦବ ଓ ଶିଖର ଧଓ୍ୱନଙ୍କ କ୍ୟାଚ୍ ମିସ୍ ମ୍ୟାଚ୍ ମିସ୍ କରିଦେଲା। ମୋହାଲିରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୯ ଓ୍ୱିକେଟ ହରାଇ ୩୫୮ରନ୍ କରିଥିଲା। ଶିଖର ଧଓ୍ୱନ ସର୍ବାଧିକ ୧୪୩ ରନ୍ କରିଥିବା ବେଳେ ରୋହିତ ଶର୍ମା ୯୫ରେ ଆଉଟ୍ ହୋଇଥିଲେ। 

Australia WonIndia Cricket Team
Tweet
0
୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ:ଏପ୍ରିଲ ୧୧’ରୁ ଭୋଟ ଗ୍ରହଣ ଆରମ୍ଭ,ମେ’୨୩ ଗଣତି
ବିଜୁ ଯୁବବାହିନୀର ଫାଇଦା ପାଇବ କି BJD? TISSA ନେଇଥିଲା ନନ୍ଦିନୀଙ୍କ ଚୌକି

About the Author

admin

You Might Also Like

  • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.