୨୧ବର୍ଷ ପରେ ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ହର୍ନାଜ୍ ସାନ୍ଧୁ।ମିସ୍ ୟନିଭର୍ସ ଟାଇଟଲ ଜିତି ସେ ଦେଶର ଶ୍ରୀବୃଦ୍ଧି କରିଛନ୍ତି।ଇସ୍ରାଏଲର ଏଲାଟରେ ଆୟୋଜିତ ୭୦ ତମ ମିସ୍ ୟୁନିଭର୍ସ ୨୦୨୧ ରେ ସାନ୍ଧୁ ଭାରତର ପ୍ରତିନିଧିତ୍ୱ କରିଥିଲେ।ବହୁଦିନର ପ୍ରତିକ୍ଷା ପରେ ମିସ୍ ୟୁନିଭର୍ସ କ୍ରାଉନ୍ ସେ ଭାରତକୁ ଆଣିଛନ୍ତି।୨୦୦୦ ରେ ଲାରା ଦତ୍ତା ଏହି ଟାଇଟଲ୍ ଜିତିଥିଲେ।୨୧ ବର୍ଷ ପରେ ହର୍ନାଜ୍ ସାନ୍ଧୁ ହେଉଛି ନୂତନ ମିସ୍ ୟୁନିଭର୍ସ।ମେକ୍ସିକୋରୁ ପୂର୍ବତନ ମିସ୍ ୟୁନିଭର୍ସ ୨୦୨୦ ଆଣ୍ଡ୍ରିଆ ମେଜାଙ୍କ ସାନ୍ଧୁଙ୍କୁ ମୁକୁଟ ପ୍ରଦାନ କରିଛନ୍ତି।

କଣ ଥିଲା ଭାରତୀୟ ଝିଅଙ୍କ ଉତ୍ତର ଯାହା ଫଳରେ ମିଳିଲା କ୍ରାଉନ୍
ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ହର୍ନାଜ୍ ସାନ୍ଧୁଙ୍କ ପ୍ରଦର୍ଶନ ଖୁବ୍ ଉଚ୍ଚକୋଟୀର ଥିଲା।ପ୍ରଶ୍ନ ଉତ୍ତର ରାଉଣ୍ଡରେ ତାଙ୍କର ନୀର୍ଭିକ ଉତ୍ତର ବିଚାରକମଣ୍ଡଳୀଙ୍କୁ ଖୁବ୍ ଆତ୍କୃଷ୍ଟ କରିଥିଲା।ତେବେ ହର୍ନାଜ୍ ସାନ୍ଧୁଙ୍କୁ ଯୁବତୀମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଚାପର ମୁକାବିଲା ପାଇଁ ସେ କେଉଁ ଉପଦେଶ ଦେବେ ବୋଲି ପଚରାଯିବାରୁ ସେ ଖୁବ୍ ନୀର୍ଭିକତାର ସହିତ ଉତ୍ତର ରଖିଥିଲେ ‘’ଆଜିର ଯୁବପିଢି ନିଜ ଉପରେ ବିଶ୍ୱାସ କରିବା ଉଚିତ୍।ବାହାରକୁ ଆସ, ନିଜ ପାଇଁ କୁହ,କାରଣ ତୁମେ ତୁମର ଜୀବନର ନେତା,ତୁମେ ନିଜର ସ୍ୱର।ମୁଁ ନିଜ ଉପରେ ବିଶ୍ୱାସ କଲି ଏବଂ ସେଥିପାଇଁ ମୁଁ ଆଜି ଏଠାରେ ଠିଆ ହୋଇଛି” ବୋଲି ସାନ୍ଧୁ ଉତ୍ତର ଦେଇଥିଲେ।
                                                               ମିସ୍ ୟୁନିଭର୍ସ ଟାଇଟଲ୍ ଜିତି ଗୌରବ ଆଣିଥିବା ସାନ୍ଧୁ ୧୭ ବର୍ଷ ବୟସରେ ପେଜେଣ୍ଟ୍ରିରେ ଯାତ୍ରା ଆରମ୍ଭ କରିଥିଲେ।ସେ ପୂର୍ବରୁ ମିସ୍ ଡିଭା ୨୦୨୧, ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ୨୦୧୯ ମୁକୁଟ ପିନ୍ଧିଥିଲେ ଏବଂ ଫେମିନା ମିସ୍ ଇଣ୍ଡିଆ ୨୦୧୯ ରେ ଟପ୍ ୧୨ ରେ ସ୍ଥାନିତ ହୋଇଥିଲେ।ତାଙ୍କର ଏ ସଫଳତା ପାଇଁ ଦେଶବାସୀ ଖୁବ୍ ଉତ୍ସାହିତ ଅଛନ୍ତି।