ସେ ଥିଲେ ବଲିଉଡ୍ ଇଣ୍ଡଷ୍ଟ୍ରିର ବିୟୁଟି କୁଇନ୍,ସିନେମା ଜଗତର ସୁରିଲା ସାୟେରୀ,ବଲିଉଡ୍ ଓ  ଟଲିଉଡର ଚର୍ଚ୍ଚିତ  ଡାଏରୀ ଓ ଏପରି ଏକ ନିଆରା ନାୟିକା ଯାହାଙ୍କ ଜୀବନରେ ଖୁବ୍ ଜଲ୍ଦି ପଡିଜାଇଥିଲା ଯବନୀକା।ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଥାପି ସେ ସାଜିଯାଇଥିଲେ ନଂ ୱାନ୍ ଆକ୍ଟର,ଭର୍ସାଟାଇଲ୍ ଡ୍ୟାନ୍ସର ଓ ଏପରି ଅନେକ କିଛି ଯାହା ତାଙ୍କୁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲ।।କେବଳ ସେତିକି ନୁହେଁ ଅଳ୍ପ ସମୟର ଅଭିନୟ ଅବଧି ଭିତରେ ସେ ସାଜିଯାଇଥିଲେ ଅନେକଙ୍କ ଡ୍ରିମ୍ ଗାର୍ଲ୍ ଓ ଲାଜବାବ୍ ଦୀବାନୀ ଯାହାଙ୍କ ଅଚାନକ ମୃତ୍ୟୁକୁ ନେଇ ଏବେବି ଅନେକ ପ୍ରଶ୍ନବାଚୀ ଉଙ୍କି  ମାରେ।

ଦିବ୍ୟା ଭାରତି

 କେମିତି ହୋଇଥିଲା ଦିବ୍ୟାଙ୍କ ମୃତ୍ୟୁ ?
୧୯୯୩ମସିହା ଅପ୍ରେଲ୍ ୫ ତାରିଖ ରେ ମୁମ୍ବାଇର ତୁଳସୀ ଆପାର୍ଟମେଣ୍ଟର ପଞ୍ଚମ ଫ୍ଲୋରରୁ ହଠାତ୍ କିଛି ପଡିବାର ଶବ୍ଦ ସହିତ  ଏକ ବିକଟାଳ ଶବ୍ଦ ଶୁଭିଥିଲା।ଗ୍ରାଉଣ୍ଡରୁ ରକ୍ତ ଜୁଡୁବୁହୁ  ଏକ ଶରୀର ମିଳିଳା ଯାହା ଦିବ୍ୟାଭାରତୀଙ୍କର ଥିଲା।ତୁରଚ୍ତ ଦିବ୍ୟାଙ୍କୁ ଆର୍.ଏନ୍.କପୁର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଦୁର୍ଭାଗ୍ୟ ସେ ସେଠାରେ ନିଜର ଶେଷ  ନିଶ୍ୱାସ ତ୍ୟାଗ କରିଥିଲେ। ସେଦିନ ଦିବ୍ୟାଙ୍କ ବନ୍ଧୁ  ତଥା ତାଙ୍କର ଡ୍ରେସ୍ ଡିଜାଇନର ନୀତା ଓ  ତାଙ୍କ ସ୍ୱାମୀ ଶ୍ୟାମ୍ ସେଠାରେ ଉପସ୍ଥିତ ଥିଲେ। ତାଙ୍କର ବୟାନ୍ ଅନୁସାରେ ଡ୍ରିଙ୍କ୍ସ କରିବାବରେ ଅନ୍ୟମନସ୍କ ହୋଇ ଦିବ୍ୟା ଝରକାରେ ବସିଥିବା ସମୟରେ ନିଶାଶକ୍ତ ହୋଇ  ତଳକୁ ଖସିପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା
 ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା ?
ଦିବ୍ୟାଙ୍କ ମୃତ୍ୟୁକୁ ନେଇ ଏବେବି ଅନେକ କଳ୍ପନା,ଜଳ୍ପନା ଉଙ୍କି ମାରେ।କେହି ଏହାକୁ ଦୁର୍ଘଟଣା ମାନୁଥିବା ବେଳେ ଅନେକ ଏହାକୁ ଆତ୍ମହତ୍ୟା ଓ  ହତ୍ୟାର ରୁପ ମଧ୍ୟ ଦିଅନ୍ତି। ଦିବ୍ୟାଙ୍କ ମୃତ୍ୟୁର ରହସ୍ୟ ଉପରୁ ଏବେସୁଦ୍ଧା ସମ୍ପୁର୍ଣ୍ଣରୁପେ ପରଦା ହଟିନାହିଁ। ୧୯୯୮ରେ ଏ ଖବର ଉପରେ କବର୍ ହେବା ପରଠୁ ସତ ସାମ୍ନାକୁ ଆସିବାର ସମସ୍ତ ବାଟ ବନ୍ଦ ହୋଇଯାଇଛି। ଅନେକ ଦିବ୍ୟାଙ୍କ ସ୍ବାମୀ  ସଜୀତ୍ ନଦୀଦ୍ ବାଲାଙ୍କୁ ସନ୍ଦେହ ମଧ୍ୟ କରନ୍ତି ।୧୦ ମଇ ୧୯୯୨ ରେ ଉଭୟଙ୍କ ବିବାହ ହୋଇଥିଲେ ସୁଦ୍ଧା ପରସ୍ପର ମଧ୍ୟରେ ମତଭେଦ ରହିଥିଲା । ଅଣ୍ଡରୱାର୍ଲ୍ଡ ବିଜିନେସରେ  ସଜୀତ୍ ନଦୀଦ୍ ବାଲାଙ୍କ ସମ୍ପୃକ୍ତି ତାଙ୍କୁ ସନ୍ଦେହ ପରିସରକୁ ଟାଣୁଥିଲେ ସୁଦ୍ଧା ପୁଲିସ୍  ସଜୀତଙ୍କୁ କ୍ଲୀନଚିଟ୍ ଦେଲାପରେ ସନ୍ଦେହ ଆହୁରି ଘନୀଭୁତ ହୋଇଛି ।ଦିବ୍ୟାଙ୍କ ମୃତ୍ୟୁର ମାସେପରେ ତାଙ୍କର କେୟାରଟେକର୍ ତଥା ସେ ଘଟଣାର ଆଉ ଏକ ସାକ୍ଷୀ  ଅମ୍ରିତାଙ୍କ ମୃତ୍ୟୁ ଘଟଣାକୁ  ସନ୍ଦେହ ଚାଦରରେ ଘୋଡାଇ  ରଖିଛି। ଏ ଘଟଣାର ନିର୍ଯାସ ବାହାରିନଥିବାରୁ କୌଣଷି ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇପାରିନାହିଁ। ଏବେବି ରହସ୍ୟ ଘେରରେ ରହିଥିବା ଦିବ୍ୟାଙ୍କ ମୃତ୍ୟୁକୁ ନେଇ  ଅନେକଙ୍କ ମନରେ ଅନେକ ପ୍ରଶ୍ନ , ଯେ ଏହା ଏକ   ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା ?