୨୦୨୧ ରେ ସାରା ଦେଶ ଦେଖିଥିଲା ଶିମିଳିପାଳର ନିଆାଁ। ନିଆଁ ଧାସରେ କଳା ପଡ଼ିଥିଲା ସବୁଜ ଶିମିଳିପାଳ। ୭ ଟି ରେଞ୍ଜରେ ବେକାବୁ ନିଆଁକୁ ଆୟତ କରିବା ପୁର୍ବରୁ ଅନେକ କିଛି ହୋଇଥିଲା ଧୁଳିସାତ। ପାର୍ଲିଆମେଣ୍ଟରେ ଏ ନେଇ ପ୍ରଶ୍ନ ଉଠାଇଥିଲେ ତତ୍କାଳୀନ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ଶିମିଳିପାଳ ଜଳୁଥିଲା ବେଳେ ତାକୁ ଅନୁଧ୍ୟାନ କରିବା ପରିବର୍ତ୍ତେ କ୍ରିକେଟ ଗ୍ରାଉଣ୍ଡରେ ଖେଳର ମଜା ନେଉଥିଲେ ରାଜ୍ୟର ନାମୀଦାମି ମିନିଷ୍ଟର ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଲୋଚନାକୁ ଆସିଥିଲା ଓଡ଼ିଶା ମିନିଷ୍ଟରଙ୍କ vvip ଆପାଥି। ଏବେ ପୁଣି ସେ ଘଟଣାର ରିପିଟ ଟେଲିକାଷ୍ଟ ହେବାକୁ ଯାଉଛି।
ହୁ ହୁ ହୋଇ ଜଳୁଛି ନିଆଁ। ଆଖି ପିଛୁଳାକେ ବଢୁଛି ନିଆଁର ପ୍ରକୋପ। ପାଉଁଶ ହେଉଛି ମାଳମାଳ ଜଙ୍ଗଲ। ୨୦୧୯ ସୁଦ୍ଧା ଓଡ଼ିଶାର ଫରେଷ୍ଟ ଏରିଆ ଥିଲା ୫୨,୪୭୨ square Kilometer ଯାହାକି ଷ୍ଟେଟ୍ ଜୋଗ୍ରାଫିକାଲ୍ ଏରିଆର ୩୩.୫୦% ହୋଇଥିଲା ବେଳେ ଭାରତର ୨୧.୭୧% ଫରେଷ୍ଟ କଭର କରୁଥିଲା। ମାତ୍ର ସରକାରଙ୍କ ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ପ୍ରୋଗାମ ମାଧ୍ୟମରେ ୨୦୨୨ ରେ ଏହାର ପରିମାଣ ବୃଦ୍ଧି ପାଇ ୫୩୭.୪୪ square Kilometer ରେ ପହଞ୍ଚିଛି। ରାଜ୍ୟରେ ଜଙ୍ଗଲ ଯେତିକି ବଢିଛି ନିଆଁର ପ୍ରକୋପ ବି ସେତିକି ବଢିଛି। ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆାଁ କବଳରେ। କିଛି ଜାଗାରେ ନିଆଁ ଲିଭା ଯାଉଥିଲା ବେଳେ କିଛି ଜାଗାରେ ଜଙ୍ଗଲ ଏବେ ବି ଜଳୁଛି। ସବୁ ରେକର୍ଡକୁ ପଛରେ ପକାଇ ଜଙ୍ଗଲ ନିଆାଁରେ ୧ ନମ୍ବରରେ ରହିଛି ଓଡ଼ିଶା। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ମୁତାବକ ବଣରେ ନିଆଁ ଲାଗିବାର ସଂଖ୍ୟା ଚିଠାରେ ଓଡ଼ିଶାର ନାଁ ସବୁଠୁ ଆଗରେ। ବିଗତ ୭ ଦିନରେ ଓଡ଼ିଶାର ୫୮୬ଟି ଜାଗାରେ ଲାଗିଛି ନିଆଁ। ବନାଗ୍ନିରେ ୧ ନମ୍ବରରେ ଥିବା କଣ୍ଣାଟକକୁ ବି ପଛରେ ପକାଇଛି ଓଡ଼ିଶା। ଗତ ଦୁଇ ଦିନରେ ରାଜ୍ୟରେ ୨୫୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିଲା ବେଳେ ନବରଙ୍ଗପୁରରେ ନିଆଁ ଲାଗିଥିବା ଜଙ୍ଗଲର ସଂଖ୍ୟା ୯୨ ଛୁଇଁଛି। ପରିବେଶବିତଙ୍କ ପାଇଁ ଏ ସବୁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ସାଧାରଣତଃ ଖରାଦିନେ ହିଁ ଜଙ୍ଗଲରେ ଅଧିକ ସଂଖ୍ୟାରେ ନିଆଁ ଲାଗେ। କିନ୍ତୁ ଏ ବର୍ଷ ଶିତ ଦିନରେ ବି ରେକର୍ଡ ଭାଙ୍ଗିଲାଣି ଓଡ଼ିଶା। ଖରା ଆସିବା ପୂର୍ବରୁ ପରିସ୍ଥିତି ଅଣାୟତ ହେଲାଣି। ନିଆଁ ରୋକିବାରେ ଫେଲ ମାରିଛି ବନ ବିଭାଗ। ମାଳମାଳ କର୍ମଚାରୀ ସତ୍ତ୍ୱେ ପାଉଁଶ ହେଉଛି ଜଙ୍ଗଲ। ୨୦୨୨ ରେ ବନାଗ୍ନିରେ କର୍ଣ୍ଣାଟକ ୧ ନମ୍ବର ଓଡ଼ିଶା ଦୁଇ ନମ୍ବର ଓ ଉତ୍ତରାଖଣ୍ଡ ତିନି ନମ୍ବରରେ ଥିଲା। ଚଳିତ ବର୍ଷ କିନ୍ତୁ ଓଡ଼ିଶା ତା ରେକର୍ଡ ଭାଙ୍ଗିଛି। ଗତ ୨ ତାରିଖରେ ରାଜ୍ୟର ୧୩୦ ରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ୩ ତାରିଖରେ ୧୨୪ଟି ଜଙ୍ଗଲରେ ନିଆଁ ଲାଗିଛି। ଏ ଲିଷ୍ଟରେ ସବୁଠୁ ଆଗରେ ରହିଛି କୋରାପୁଟ।କୋରାପୁଟର ୯୬ ଟି ସ୍ଥାନରେ ଲାଗିଛି ନିଆଁ। ସମ୍ବଲପୁର, ସୁନ୍ଦରଗଡ଼ ,ମୟୁରଭଞ୍ଜ ଏବଂ କେନ୍ଦୁଝର ମଧ୍ୟ ନିଆଁ କବଳରୁ ମୁକୁଳି ପାରିନି। ମୟୁରଭଞ୍ଜରେ ୧୩ଟି, ଅନୁଗୁଳର ୯ ଟି ଓ ସୁନ୍ଦରଗଡ଼ରେ ୧୩ଟି ଜଙ୍ଗଲରେ ନିଆଁ ଲାଗିଛି। ଢେଙ୍କାନାଳ,କନ୍ଧମାଳ,କଳାହାଣ୍ଡି,ରାୟଗଡ଼ା,ଖୋର୍ଦ୍ଧା ଓ କୋରାପୁଟର ଅନେକ ଜଙ୍ଗଲ ଏବେ ନିଆଁ କବଳରେ। ଗଛ ପତ୍ରଝଡ଼ା ଦେବା ସାଙ୍ଗକୁ ବର୍ଷା ନ ହେବା କାରଣରୁ ନିଆଁ ବ୍ୟାପିବାର ସମ୍ଭାବନା ଢେର୍ ଅଧିକ। ରାଜ୍ୟ ସରକାର,ବନ ବିଭାଗ ଓ ସ୍ଥାନୀୟ ଅଧିବାସୀ ଏଥିପ୍ରତି ସଜାଗ ନହେଲେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ହୁଏତ ସମ୍ଭବ ହୋଇ ନ ପାରେ।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା