ସେ ଧର୍ଯ୍ୟକୁ ଦେଇଥିଲେ ଧ୍ୱଜାର ରୁପ,ନିଜ ମନରେ ସାଇତା ଦେଶଭକ୍ତିକୁ ଆଧାର କରି ତାଙ୍କ ମନରେ ଉଙ୍କିମାରୁଥିବା ଭାବନାକୁ ଖଦି କପଡାରେ ଚିତ୍ରଣ କରି ସେ ଯାହା ଆଙ୍କିଦେଲେ ତାହା ଆମ ଦେଶବାସୀଙ୍କ ପାଇଁ ଅପରୁପ। ପତାକା ମାଧ୍ୟମରେ ଦେଶର ସଂହତି,ଭିତ୍ତି,ପ୍ରଗତି ,ସ୍ଥିତି,ସଂସ୍ଥିତି,ଅବସ୍ଥିତି ଓ ପରିସ୍ଥିତିକୁ ଦର୍ଶେଇବାର ଅନନ୍ୟ  ମାନସିକତା ପାଇଁ ସେ ସର୍ବଦା ସ୍ମରଣୀୟ।ଆମ ଜାତିର ମାନ ,ଅଭିମାନ, ସମ୍ମାନ, ସ୍ୱାଭିମାନକୁ ତ୍ରିରଙ୍ଗାର ରୁପ ଦେଇ ସେ ସାଜିଗଲେ ଫ୍ଲାଗ୍ ମ୍ୟାନ୍।ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ଗହଳିରେ ସେ ଏକ ସ୍ୱତନ୍ତ୍ର  ବ୍ୟକ୍ତିତ୍ୱ।ଯିଏ ଜାତ ପତାକା ପାଇଁ ସର୍ବଦା ସ୍ମରଣୀୟ ।

  ଭାରତୀୟ ପତାକାର ଇତିହାସ
ଦେଶ ପରାଧିନତାର ଶିକୁଳିରେ ବନ୍ଧାହୋଇ ସ୍ୱାଧିନତା ପାଇଁସଂଘର୍ଷ କରୁଥିବା ସମୟରେ ସ୍ୱତନ୍ତ୍ରତାର ପରିଚୟ ପାଇଁ ପତାକା ଏକ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। ଅନେକ ଥର ଭାରତୀୟ ପତାକାରେ ପରିବର୍ତ୍ତନର ମୋହର ବାଜିଥିବା ଚର୍ଚ୍ଚା ହୁଏ। ଏଯାବତ୍ ଭାରତୀୟ ପତାକାରେ ୭ଥର ପରିବର୍ତ୍ତନ ହୋଇଛି  ପତାକାର ଇତିହାସ ଉପରେ ଗବେଶଣା କଲେ ଜଣାଜାଏ ଯେ  ମସିହାରେ ପ୍ରଥମେସ୍ୱାମୀ ବିବାକାନନ୍ଦଙ୍କର ଜଣେ ଶିଶ୍ୟ ଜାତୀୟତା ମନ୍ତ୍ରରେ  ଉଦ୍‌ବୁଦ୍ଧ ହୋଇ ଏକ ଜାତୀୟ ପତାକା ତିଆରି କରିଥିଲେ  । ଏହି ପତାକାରେ ସାହସର ପ୍ରତୀକ  (ଲାଲ୍) ଜିତ୍ ର ପ୍ରତୀକ,(ହଳଦୀଆ) ସ୍ୱଚ୍ଛତାର ପ୍ରତୀକ (ଧଳା ରଙ୍ଗ) ସହିତ ୧୦୧ ଟି ପ୍ରଜ୍ଜ୍ୱଳିତ ଦୀପ ରହିଥିଲା।ପତାକାର ଧଳା ଅଂଶରେ ବଙ୍ଗଳା ଭାଷାରେ ବନ୍ଦେ ମାତରମ୍ ଲେଖାଯାଇଥିଲା  ।ଏହି ପତାକା ପ୍ରଥମତର ପାଇଁ ୧୯୦୬ ମସିହା  ଅଗଷ୍ଟ ୭ରେ  କଲିକତାର ପାର୍ସୀଭବନ ଛକରେ ଫରଫର ହୋଇ ଉଡିଥିଲା।ଅଗଷ୍ଟ ୨୨ରେ ଜର୍ମାନର ଷ୍ଟେଟଗାର୍ଡରେ ଅନ୍ତଃରାଷ୍ଟ୍ରୀୟ ସମ୍ମୀଳନୀରେ ଭିଖାଜୀ କାମା ଏହି ପତାକା ଉଡାଇ ଭାରତୀୟ ଧ୍ୱଜାର ଏକ ସ୍ୱତନ୍ତ୍ର  ଇତିହାସ ରଚିଥିଲେ ।ସମୟକ୍ରମେ ଇଣ୍ଡିଆନ୍ ଫ୍ଲାଗକୁ ଫାଇନାଲ୍ ଟଚ୍ ଦେଇ ଇତିହାସରେ ଅମର ହୋଇଗଲେ ଫ୍ଲାଗ୍ ମ୍ୟାନ୍ ପିଙ୍ଗଲି ଭେଙ୍କାୟା  
 ଫ୍ଲାଗ୍   ହିରୋ ଫ୍ଲାଗ୍ ମ୍ୟାନ୍
  ଭାରତୀୟ ଜାତିର ଅସ୍ମିତା,ଅଭିମାନ ଓ ସ୍ୱାଭିମାନର ପ୍ରତୀକ ତ୍ରୀରଙ୍ଗାକୁ ପରିକଳ୍ପନାରୁ ପରୀପାଟ୍ଟୀର ରୁପ ଦେଇଛନ୍ତି ପିଙ୍ଗଲି ଭେଙ୍କାୟା।୧୯୧୬ ରୁ ୧୯୨୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷର ଅନୁସନ୍ଧାନ, ୫୦ଟି ଦେଶର ପତାକା ସମ୍ବନ୍ଧରେ ଅନୁଧ୍ୟାନ, ଜନସାଧାରଣଙ୍କ ମାନସିକତାକୁ ଆକଳନ , ଓ ବିଭିନ୍ନ ପ୍ରକାରର ପରୀକ୍ଷଣ ପରେ  ସେ ,ଏହି ମିଶନରେ ସଫଳ ହୋଇଥିଲେ।୧୯୩୧ ମସିହାରେ ସେ ନିଜର ପରିକଳ୍ପନାକୁ ଶେଷ ସ୍ପର୍ଷ ଦେଇଥିଲେ।ସର୍ବ ଧର୍ମ ସମନ୍ୱୟ, ସଂହତି, ସାହସ ବୀରତ୍ୱ ଓ ପ୍ରଗତୀର ପ୍ରତୀକ ରୁପେ  ଭାରତର ଜାତୀୟ ପତାକା ପୂର୍ଣ୍ଣାଙ୍ଗ ରୂପ ନେଇଥିଲା । ପତାକା ତିଆରି ସମୟରେ ସେ ନିଜର ଅନନ୍ୟ ମାନସିକତାର ମାନଚିତ୍ର ଆଙ୍କିଥିଲେ ।ସବୁ ଦିଗକୁ ବିଚାର କରି  ସେ ପତାକାର ଡିଜାଇନ୍ କରିଥିଲେ। ପତାକାର ଉପର ଭାଗରେ ଥିବା କେଶର ରଂଗ ବୀରତ୍ବ ଓ ସାହସର ସଂକେତ ସାଜିଥିବା ବେଳେ ଧଳା ରଂଗ ଶାନ୍ତି ଓ ଶବୁଜ ରଂଗ ମୈତ୍ରୀ ଭାବନାର ସଂକେତକୁ ସୁଚାଏ।ପତାକାର ମଝି ଅଂଶରେ ୨୪ଟି ଅରଯୁକ୍ତ ଅଶୋକଚକ୍ର ୨୪ଘଣ୍ଟା ଦେଶପ୍ରତି ଜାଗ୍ରତ ରହିବାକୁ ସୁଚାଏ। ପତାକା ତିଆରି ବେଳେ ପିଙ୍ଗାଲି ଭେଙ୍କାୟା ଭାରତୀୟଙ୍କ  ଧର୍ମୀୟ ଭାବନାକୁ ବି ସମ୍ମାନ ଦେଇଛନ୍ତି।କେଶର ରଂଗ ହିନ୍ଦୁଓ ଜୈନ ଧର୍ମକୁ ସୁଚାଉଥିବା ବେଳେ ଧଳା ରଂଗ ଖ୍ରୀଷ୍ଟିୟାନ ଓ ଜୈନ ଧର୍ମ ଓ ଶବୁଜ ରଂଗ ଇସଲାମ୍ ଧର୍ମକୁ  ସୂଚାଏ  ।୧୮୭୮ ମସିହା ଅଗଷ୍ଟ ୨ ରେ ଆନ୍ଧ୍ରପ୍ରଦେଶର ମଛଲୀପଟନମରେ   ଏହି ମହାପୁରୁଷଙ୍କର ଜନ୍ମ।ସେ କେମ୍ବ୍ରିଜ୍ ୟୁନିଭରସିଟିରୁ ସ୍ନାତକ କରିଛନ୍ତି ।୧୯୪୭ ଜୁଲାଇ ୨୨ରେ ତାଙ୍କର ପରିକଳ୍ପନାକୁ ପୂର୍ଣ୍ଣ ସ୍ୱୀକୃତି ମିଳିଥିଲା । ତାଙ୍କର କୃତିକୁ ଜାତୀୟ ପତାକାର ସ୍ୱୀକୃତି ମିଳିଥିଲା।୧୯୬୩ ଜୁଲାଇ ୪ରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏହି ମହାନ୍ ଦେଶପ୍ରେମୀଙ୍କ ଦେଶପ୍ରୀତିକୁ ସମ୍ମାନ ଦେଇ ୨୦୦୯ ମସିହାଠାରୁ ଭାରତ ସରକାର ତାଙ୍କ ନାଁରେ ଡାକ ଟିକେଟ୍ ପ୍ରଚଳନ କରିଛନ୍ତି।