ବିଷ୍ଣୁଙ୍କ ପୁଅ ବିଜେପି ପ୍ରାର୍ଥୀ:ଛିଡ଼ୁନି ବିଜେଡ଼ି କଂଗ୍ରେସର ପ୍ରାର୍ଥୀ ଗଣିତ !

ଧାମନଗର ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୧୭ରେ ବିଷ୍ଣୁଙ୍କ ଦେହାନ୍ତ ପରେ ଏ ଆସନ ଖାଲି ପଡିଛି। ଉପନିର୍ବାଚନର ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୭ ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ରେ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩ ରେ ଧାମନଗରରେ ଉପନିର୍ବାଚନ ହେବ। ଧାମନଗର ଉପନିର୍ବାଚନ ପାଇଁ ବିଜେପି ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥି କରିଛି।ବିଷ୍ଣୁ ବିଜେପିର ବିଧାୟକ ଥିବାରୁ ତାଙ୍କ ପୁଅକୁ ପ୍ରାର୍ଥି କରି ଅନୁକମ୍ପା ଭୋଟ ସହାୟତାରେ ଆସନ ହାତେଇବାକୁ ରଣ ନୀତି କରିଥିବା ବିଶେଷଜ୍ଞଙ୍କ ମତ। କଂଗ୍ରେସ ଓ ବିଜେଡ଼ି ଏ ଯାଏଁ ପ୍ରାର୍ଥି ଘୋଷଣା କରି ନଥିବାରୁ ତାଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ଅଟକିଛି।

ଛିଣ୍ଡୁନି ପ୍ରାର୍ଥି ଗଣିତ!
ଆଉ ମାତ୍ର କିଛିଟା ଦିନ ପରେ ଧାମନଗର ଦେଖିବ ଉପ ନିର୍ବାଚନ। ପ୍ରାର୍ଥି ପତ୍ର ଦାଖଲ ପାଇଁ ବଉ ମାତ୍ର କିଛି ଦିନ ବାକି। ତଥାପି ଛିଣ୍ଡୁନି ପ୍ରାର୍ଥି ଗଣିତ। ବିଜେପି ତରଫରୁ ସୁରଜ ସୂର୍ଯ୍ୟବଂଶୀ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ କଂଗ୍ରେସ ଓ ବିଜେଡ଼ି ଏ ଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାନ୍ତି। କଂଗ୍ରେସ ଆଜି ପ୍ରାର୍ଥି ଘୋଷଣା କରିବା ନେଇ ଚର୍ଚ୍ଚା ହେଉଥିଳା ବେଳେ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି। ସମସ୍ତଙ୍କ ନଜର ବିଜେଡିର ପ୍ରାର୍ଥୀ ଉପରେ। ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରି ଆଗରେ ଥିବାବେଳେ ଏବେ ବି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ନେଇ ସସପେନ୍ସ ଜାରି ରହିଛି। ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ପରୋକ୍ଷରେ ପ୍ରଚାର ଆରମ୍ଭ ହୋଇଗଲାଣି। ଦିନେ ଦୁଇଦିନ ମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି। ଟିକେଟ ଦୌଡରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ ଓ ଡାକ୍ତର ସଂଜୟ ଦାସ ରହିଥିଲା ବେଳେ ଦଳ କାହାକୁ ଭରସା କରୁଛି କି କିଛି ନୂଆ ଚେହେରା ସାମ୍ନାକୁ ଆସୁଛି ତାହା ଦେଖିବା ବାକି
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us