କଣ୍ଟ୍ରୋଭର୍ସିର କ୍ଷେତ୍ର ପାଲଟିଲାଣି IPL। ବିଭିନ୍ନ ସମୟରେ ଏ ମ୍ୟାଚକୁ ନେଇ ବିବାଦ ସୃଷ୍ଟି ହେଉଛି। ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ଭିତରେ ସୃଷ୍ଟି ହୋଇଥିବା  ବିବାଦ ଧିରେଧିରେ ଭିନ୍ନ ମୋଡ଼ ନେଉଛି। ଖେଳ ପଡ଼ିଆ ଭିତରେ ସୀମିତ ନ ରହି  ଦେଶ ସାରା ଖବର ପ୍ରସାରିବାରେ ଲାଗିଛି। ଏ  ବିବାଦକୁ ନେଇ ବଡ ବୟାନ ରଖିଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର। ଉଭୟଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କୁ ବହିଷ୍କାର କରାଯାଉ:ସୁନିଲ ଗାଭାସ୍କର
RCB ଏବଂ LSJ ମ୍ୟାଚରେ ବିରାଟ କୋହଲିଙ୍କ ସହ ଲକ୍ଷ୍ନୌର ମେଂଟର ଗୌତମ ଗମ୍ଭୀରଙ୍କ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଉଭୟଙ୍କୁ ଚାରିଆଡୁ ସମାଲୋଚିତ ହେବାକୁ ପଡିଛି। ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ କଥା କଟାକଟି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ କେବଳ ମ୍ୟାଚ୍ ଫି ନକାଟି  ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମତ ରଖିଛନ୍ତି। ମୋଟା ଅଙ୍କର ଜରିମାନା ପରିବର୍ତ୍ତେ ମ୍ୟାଚରୁ ବହିଷ୍କୃତ କରିବା ଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ  କହିଛନ୍ତି।

ପ୍ରଥମ IPL ମ୍ୟାଚରେ ଶ୍ରିଶାନ୍ଥକୁ ଚାପୁଡ଼ା ମାରିଥିଲେ ହରଭଜନ ସିଂ
୨୦୦୮ରେ ଆରମ୍ଭ ହୋଇଥିଲା ପ୍ରଥମ IPL ମ୍ୟାଚ। ସେବେଠୁ ଏ ଖେଳ ଭାରତରେ ଏକ ସ୍ୱତନ୍ତ୍ର ଜାଗା ନେଇଛି। ବିଭିନ୍ନ ଦଳ ଭିତରେ ପ୍ରତିଦ୍ୱନ୍ଦିତା ହେଉଛି। IPL ମ୍ୟାଚରେ ଅନେକ ଥର ବିଭ୍ରାଟ ହେଇଛି। ପ୍ରଥମ ମ୍ୟାଚରେ ମଧ୍ୟ ବହୁତ ବଡ଼ ବିବାଦ ସୃଷ୍ଟି ହେଇଥିଲା। Mumbai Indians ଏବଂ  Kings XI Punjab ଟିମ୍ ଭିତରେ କଥା କଟାକଟି ହୋଇଥିଲା। ପଞ୍ଜାବ ଟିମ୍ ୨୦ ଓଭର ବିନିମୟରେ ୧୮୨ ରନ୍ କରିଥିବା ବେଳେ Mumbai Indians ପରବର୍ତ୍ତି ବ୍ୟାଟିଂ ଜାରୀ ରଖିଥିଲା। ୧୧୬ ରନ୍ ହାସଲ କରିଥିଲା ସମୟରେ ଏସ ଶ୍ରିଶାନ୍ଥ ଏବଂ ହରଭଜନ ସିଂଙ୍କ ମଧ୍ୟରେ  କଥାକଟାକଟି ହୋଇଥିଲା। ଯୋଉଥିପାଇଁ ଏସ ଶ୍ରିଶାନ୍ଥଙ୍କୁ ଚାପୁଡ଼ା ମାରିଥିଲେ ହରଭଜନ। ଏଥିପାଇଁ ତାଙ୍କୁ IPL ମ୍ୟାଚ ସେସନ ଖେଳିବାକୁ ଦିଆ ଯାଇ ନଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା