ଶ୍ରୀକ୍ଷେତ୍ରରେ ଜଳସଙ୍କଟ ସମସ୍ୟା ଦେଖାଦେଇଛି। ପୁରୀରେ ଭୂତଳ ଜଳ ସ୍ତରକୁ ନେଇ ଉଦବେଗଜନକ ରିପୋର୍ଟ ସାମ୍ନାକୁ ଆସିଛି। ପୁରୀ ସହରର ଭୂତଳ ଜଳ ସ୍ତରକୁ ନେଇ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ପୁରୀ ସହରରେ ଭୂତଳ ଜଳସ୍ତର ଯଥେଷ୍ଟ କମି ଯାଇଛି। ଏ ନେଇ ଜଳ ପରିଚାଳନା ବିଭାଗ  ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୌନ୍ଦର୍ଯ୍ୟକରଣ ପାଇଁ ତତ୍ପର ସରକାର:ଭୂତଳ ଜଳସ୍ତର ସମସ୍ୟାକୁ ଅଣଦେଖା
ଭାରତର ପ୍ରମୁଖ ତୀର୍ଥସ୍ଥଳୀ ପୁରୀ ପାଇଁ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଣତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏପରିକି ଅନେକ ବିବାଦ ସତ୍ତ୍ୱେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ନିଶିଦ୍ଧାଞ୍ଚଳରେ ଖନନ ମଧ୍ୟ କରାଯାଇଛି। ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲା ବେଳେ ଭୂତଳ ଜଳସ୍ତର ହ୍ରାସ ଏକ ପ୍ରମୁଖ ସମସ୍ୟା ରୁପେ ମୁଣ୍ଡ ଟେକୁଛି। ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ଭୂତଳ ଜଳସ୍ତର ୬.୨୩ ମିଟର ତଳେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ପୁରୀ ସହରରେ ୨୦୧୯ରେ ଜଳସ୍ତର ୧.୭୩ ମିଟର ତଳେ ଥିଲା ବର୍ଷକରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛିନରେନ୍ଦ୍ର କୋଣ, ଆଇଆଇଟି ଛକ, କୁମ୍ଭାରପଡା ଓ ବାଲିଘାଟ ଆଦି ଅଂଚଳରେ ମଧ୍ୟ ଭୂତଳ ଜଳସ୍ତର କମିଛି। ସିଦ୍ଧ ମହାବୀର ଅଂଚଳରେ ମଧ୍ୟ ଭୂତଳ ଜଳସ୍ତର ଗୋଟିଏ ବର୍ଷରେ ୧ ମିଟର ତଳକୁ ଖସିଛିତୋଟାସାହି ଅଂଚଳରେ ଭୂତଳ ଜଳସ୍ତର ୨.୯୦ ମିଟରରୁ ୩.୮୬ ମିଟର ତଳକୁ ଖସିଯାଇଛି ଗୋବର୍ଦ୍ଧନ ମଠ ଅଂଚଳରେ ଭୂତଳ ଜଳସ୍ତର ୩.୯୨ ମିଟରରୁ ୪.୩୯ ମିଟର ତଳକୁ ଯାଇଛିଆଗାମୀ ଦିନରେ ଏ ସମସ୍ୟା ସମ୍ପର୍କରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେଲେ ସମସ୍ୟାର ଦୂରୀକରଣ ହୋଇପାରିବ।