- ପଲଟିକାଲ୍ ନ୍ୟୁଜରେ ଇଣ୍ଟ୍ରେଷ୍ଟ୍ ରଖୁଥିବା ଓଡ଼ିଆଙ୍କ ପାଇଁ, ଏବେ ହଟ୍ ଖବର ଓଡ଼ିଶା ବିଧାନସଭାର ବାଚସ୍ପତି ଆସନ। ଓଡ଼ିଶା ରାଜନୀତିରେ ମହିଳା ମୁଖ୍ୟମନ୍ତ୍ରୀ ଦେଖିଥିଲା କିନ୍ତୁ ଏବେ ମହିଳା ବାଚସ୍ପତି ଦେଖିବ। ପରାଧିନ ଏବଂ ସ୍ୱାଧିନ ଓଡ଼ିଶାରେ 21 ଜଣ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି,କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମହିଳା ନଥିଲେ,Revenue Minister ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥି କରି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ମେ ମାସରୁ ଖାଲି ପଡିଥିବା ବାଚସ୍ପତି ଆସନ ପାଇଁ ବିଞ୍ଜାରପୁର ବିଧାୟକଙ୍କୁ ପ୍ରାର୍ଥି କରିଛି ବିଜେଡି ।
- ଯଦି ଦେଖାଯାଏ ଓଡ଼ିଶା ରାଜନୀତିକୁ ଆଗରୁ ମଧ୍ୟ ମହିଳା ଅକ୍ତିଆର କରିଛନ୍ତି। 1972ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ନନ୍ଦିନୀ ଶତପଥି ରେକର୍ଡ କରିଛନ୍ତି। ନନ୍ଦିନୀ ଶତପଥି ଥରେ ନୁହେଁ, ଦୁଇ-ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ
- କିନ୍ତୁ ଓଡ଼ିଶା ଆଜି ଯାଏଁ ମହିଳା ବାଚସ୍ପତି ଦେଖିନାହିଁ,
- ଭାରତର ରାଷ୍ଟ୍ରପତି ଆସନରେ ବସିଥିବା ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡ଼ିଶାର
- ତେବେ ୟାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହିଳା କାର୍ଡ ସହିତ ଅନୁସୁଚିତ ଜାତି ବର୍ଗର ମହିଳା ପ୍ରମିଳାଙ୍କୁ ବାଚସ୍ପତି ଆସନରେ ବସାଇଛନ୍ତି।
- ତେବେ ଯଦି ନବୀନ ପଟ୍ଟନାୟକଙ୍କ କଥା ବିଚାରକୁ ନିଆଯାଏ ଏକଥା ସ୍ପଷ୍ଟ ଯେ ସେ ବାଚସ୍ପତି ଆସନକୁ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ।ନବୀନ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବାରମ୍ବାର ବାଚସ୍ପତି ବଦଳାଇଛନ୍ତି। ନବୀନ 5 ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶା ଦେଖିଲା 10 ଜଣ ବାଚସ୍ପତି। ବାଚସ୍ପତିଙ୍କୁ ବିବାଦୀୟ କରିବାରେ ମାହିର୍ ନବୀନ। ତାଙ୍କ ସମୟରେ କେବଳ ଶରତ କର ଏବଂ ପ୍ରଦୀପ ଅମାତ ହିଁ ସମ୍ପୁର୍ଣ୍ଣ କାର୍ଯ୍ୟକାଳ ପୁରଣ କରିବାର ସୁଯୋଗ ପାଇଛନ୍ତି। ତାହା ମଧ୍ୟରୁ ମଧ୍ୟ ବାଚସ୍ପତି ହୋଇଥିବା ଶରତ କର ବିବାଦୀୟ ହୋଇ ଦଳ ବି ଛାଡିଛନ୍ତି। ଏବଂ ପରବର୍ତ୍ତି ସମୟରେ କଂଗ୍ରେସରେ ବି ଯୋଗ ଦେିଛନ୍ତି। ଶରତଙ୍କ ପରେ ବାଚସ୍ପତି ହୋଇଥିବା ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିବାଦୀୟ ସଜେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସମୟରେ ବାଚସ୍ପତି ହୋଇଥିବା ପ୍ରହଲାଦ ଦୋରା,କିଶୋର କୁମାର ମହାନ୍ତି,ନିରଞ୍ଜନ ପୁଜାରୀ, ସୁର୍ଯ୍ୟନାରାୟଣ ପାତ୍ର,ବିକ୍ରମ କେଶରୀ ଆରୁଖ କେହିବି ସମ୍ପୁଣ୍ଣ କାର୍ଯ୍ୟକାଳ ପୁରଣ କରିପାରି ନାହାନ୍ତି।ତେବେ ବାଚସ୍ପତି ପଦକୁ ସେ ଯେ ଗୁରୁତ୍ୱ ଦିଅନ୍ତି ନାହିଁ ଏକଥା ସ୍ପଷ୍ଟ। ବାଚସ୍ପତିଙ୍କୁ ଲଗାତର ବଦଳାଇବାର କଳା ବାଦଳ ରହିଛି ନବୀନଙ୍କ ମୁଣ୍ଡରେ। ନିଜର ୫ ଥରର ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳରେ ୯ଜଣଙ୍କୁ ବାଚସ୍ପତି ପଦରୁ ହଟାଇ ସାରିଲେଣି ନବୀନ।
- ଦୁଇ ଥର ବାଚସ୍ପତି ଆସନରେ ବସିଥିବା ପ୍ରଦୀପ ଅମାତ ଏବଂ ଶରତ କର କାର୍ଯ୍ୟକାଳ ପୂରଣ କରିଛନ୍ତି। 2000ରୁ 2004 ଯାଏଁ ଶରତ କର ଏବଂ ୨୦୦୯ରୁ ୨୦୧୪ ଯାଏଁ ପ୍ରଦୀପ ଅମାତ,ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛନ୍ତି।
- ସ୍ୱର୍ଗତ ଶରତ କର ଏବଂ ମହେଶ୍ୱର ମହାନ୍ତିଙ୍କୁ ବିବାଦୀୟ ବାଚସ୍ପତି ଭାବେ ଚିତ୍ରଣ କରିବାକୁ ପଛାଇ ନାହିଁ ବିଜୁ ଜନତା ଦଳ।
- ୨୯ ମେ’ ୨୦୧୯ରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବା ନବୀନ ପଟ୍ଟନାୟକ, ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିଥିଲେ,
- ଜୁନ୍ ପହିଲା ୨୦୧୯ରେ ବାଚସ୍ପତି ଆସନରେ ବସିଥିଲେ ଦିଗପହଣ୍ଡି ବିଧାୟକ ସ୍ୱର୍ଗତ ସୂର୍ଯ୍ୟ ପାତ୍ର।
- କିନ୍ତୁ ପୁରଣା ଫର୍ମୂଲାକୁ ରିପିଟ୍ କଲେ ନବୀନ। ବାଚସ୍ପତି ଆସନରେ ତିନି ବର୍ଷ ବସିଲା ପରେ ବୟସ୍କ ସୂର୍ଯ୍ୟ ନାରାୟଣଙ୍କୁ ରିପ୍ଲେସ୍ କଲେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ।
- ବାଚସ୍ପତି ପଦକୁ ଗୁରୁତ୍ୱ ଦେଉନଥିବା ବିଜୁ ଜନତା ଦଳ ସରକାରରେ,ବିକ୍ରମ ଆରୁଖ ମଧ୍ୟ ପଦ ବଜାୟ ରଖିବାରେ ସଫଳ ହେଲେ ନାହିଁ। ମାତ୍ର ୧୨ମେ’ ୨୦୨୩ରେ ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ।
କାହିଁକି ପ୍ରମିଳାଙ୍କୁ ବାଛିଲେ ମୁଖ୍ୟମନ୍ତ୍ରୀ
- ପ୍ରମିଳା ମଲ୍ଲିକଙ୍କୁ Revenue Minister ପଦରୁ ହଟାଇ, ବାଚସ୍ପତି କରିବାକୁ କାହିଁକି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,
- ଏମିତି ତ ପ୍ରମିଳା ମଲ୍ଲିକଙ୍କ ପଲିଟିକାଲ୍ କ୍ୟାରିଅର ଏତେଟା କ୍ଲିନ୍ ନୁହେଁ,
- ଡାଲି ଦୁର୍ନୀତି, ଚାଷୀ ଆତ୍ମହତ୍ୟା ସମୟରେ ଚାଷୀମାନଙ୍କୁ ଅମର ଲଡୁ ବାଣ୍ଟିବା ପାଇଁ ତାତ୍ସଲ୍ୟ କରି ବିବାଦୀୟ ହୋଇଛନ୍ତି,
- ଗତ ମାସରେ ଭି.କେ. ପାଣ୍ଡିଆନଙ୍କ ଯାଜପୁର ଗସ୍ତ ବେଳେ, ଲୋକଙ୍କୁ ସଭାସ୍ଥଳକୁ ଆଣିବା ପାଇଁ ଟଙ୍କା ବାଣ୍ଟିବାର ଅଭିଯୋଗ ଆସିଛି ପ୍ରମିଳା ମଲ୍ଲିକଙ୍କ ନାଁରେ,ପୁର୍ବରୁ ତାଙ୍କ ସରକାରୀ କ୍ୱାର୍ଟର ରେ ମଧ୍ୟ ଜଣେ ଆତ୍ମହତ୍ୟା କରିଥିବାର ଅଭିଯୋଗ ରହିଛି, ଏପରିକି ବିଞ୍ଝାରପୁର ବ୍ଲକ୍ ଅଳକୁଣ୍ଡ ପଞ୍ଚାୟତର ସରପଞ୍ଚ ପ୍ରଚାର ବେଳେ ଦଳୀୟ ପ୍ରାର୍ଥିଙ୍କୁ ଭୋଟ ଦବାକୁ ଧମକ ଦେବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।
- ବିବାଦୀୟ ପ୍ରମିଳା ମଲ୍ଲିକଙ୍କୁ କାହିଁକି Choose କଲେ ନବୀନ ପଟ୍ଟନାୟକ,
- ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ପାଇଁ ଯଦି କେହି ଦାୟୀ ବା କାହାରିକୁ ଶ୍ରେୟ ଯିବ, ସେ ହେଉଛନ୍ତି Prime Minister ନରେନ୍ଦ୍ର ମୋଦି,
- ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ 33% ସିଟ୍ Reservation ବିଲ୍ ପାର୍ଲାମେଣ୍ଟରେ ଆଣି ନବୀନ ପଟ୍ଟନାୟକଙ୍କ Women Cardକୁ Hijack କରିନେଲେ Prime Minister
- ପୂର୍ବରୁ ଓଡ଼ିଶାର ଆଦିବାସୀ ଝିଅ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ମହିଳା ମାନଙ୍କୁ ନିଜ ସପକ୍ଷରେ ନେଇ ସାରିଛନ୍ତି ମୋଦି,
- ଏ Situationରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ Option ନଥିଲା, ସେ ବାଧ୍ୟ ହୋଇ Women Cardରେ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରିବାକୁ Decision ନେଇଛନ୍ତି,
- ତେଣୁ କୁହାଯାଇପାରେ ପ୍ରମିଳା ମଲିକ ସିଲେକ୍ସନ୍ ନୁହେଁ ବରଂ କମ୍ପଲସନ୍