ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ଆସନ୍ତା ଜୁଲାଇ ୧୦ରେ ମାମଲାର ଶୁଣାଣି ହେବ ସେଥିପାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବ ହାଇକୋର୍ଟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରତ୍ନଭଣ୍ଡାର ଚାବି ହଜିବା ନେଇ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ମଧ୍ୟ କୋର୍ଟରେ ଆବେଦନ ହୋଇଛି। ନିୟମ ଅନୁସାରେ ପ୍ରତ୍ୟେକ କମିଶନଙ୍କ ରିପୋର୍ଟକୁ ସରକାର ବିଧାନସଭାରେ ଉପସ୍ଥାପିତ କରି, ଲୋକଙ୍କୁ ଜଣାଇବା ଉଚିତ। ସେଥିପାଇଁ ଜଷ୍ଟିସ ରଘୁବୀର ଦାସଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ଲାଗି ପୁରୀର ସ୍ୱେଚ୍ଛାସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ ହୋଇଥିଲା।

ନକଲି ଚାବି ଗପ
ତେବେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ୨୦୧୮ ଏପ୍ରିଲ ୪ରେ ଉଠିଥିଲା ପ୍ରଶ୍ନଚାବି ନଥିବାରୁ ରତ୍ନଭଣ୍ଡାର ମରାମତି ପାଇଁ  ASI ଏବଂ  ଯାଞ୍ଚ କମିଟି, ଭିତର ଭଣ୍ଡାରକୁ ଯାଇ ପାରିନଥିଲେ। ହୋ-ହଲ୍ଲା ପରେ ଏକ ନକଲି ଚାବିର ଆର୍ବିଭାବ ହୋଇଥିଲା। ରେକର୍ଡ ରୁମରୁ ମିଲିଥିଲା ନକଲି ଚାବି। Temple Act ୧୯୬୦ ଅନୁଯାୟୀ,ଶ୍ରୀମନ୍ଦିରର ଚାବି ପୁରୀ ଟ୍ରେଜେରୀରେ ରଖାଯାଏ। କିନ୍ତୁ ନକଲି ଚାବି ମିଳିଲା ରେକର୍ଡ ରୁମରୁ।

ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନକଲି ଚାବିର ଗପକୁ ବିଶ୍ୱାସ କଲେ ନାହିଁ ଏ ତଥ୍ୟ ଜଗନ୍ନାଥ ପ୍ରେମୀଏସବୁର ଅନୁଧ୍ୟାନ ପାଇଁ ୨୦୧୮ ଜୁନ ୬’ ରେ ଗଠନ ହେଲା ଜଷ୍ଟିସ ରଘୁବୀର ଦାସ କମିଶନ। ୨୦୧୮ ଡିସେମ୍ବର ପହିଲାରେ ଜଷ୍ଟିସ ରଘୁବୀର ଦାସ,୩୨୪ ପୃଷ୍ଠାର ରିପୋର୍ଟ ଦେଲେ। ଏହା ଭିତରେ ପ୍ରାୟ ସାଢ଼େ ୪ବର୍ଷ ବିତିଥିଲେ ମଧ୍ୟ ଓଡ଼ିଶା ସରକାର ରତ୍ନଭଣ୍ଡାର ଚାବି ହଜିବା ନେଇ ଜଷ୍ଟିସ୍ ଦାସ ଦେଇଥିବା ରିପୋର୍ଟକୁ ସାର୍ବଜାନୀନ କରୁନାହାଁନ୍ତି।

ଖୋଲୁ ନାହାଁନ୍ତି ରତ୍ନଭଣ୍ଡାର
ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ବହୁ ଅମୂଲ୍ୟ ରତ୍ନ ଅଳଙ୍କାର ରହିଛି। ଜଗନ୍ନାଥଙ୍କ ସହ ଅନେକଙ୍କ ଭାବାବେଗ ଜଡ଼ିତ ହେଇଥିବାରୁ ତାଙ୍କ ସହ ସମ୍ପୃକ୍ତ ପ୍ରତିଟି ବିଷୟ ସ୍ୱତନ୍ତ୍ର। ଅନ୍ୟ ସରକାର ସମୟରେ ରତ୍ନଭଣ୍ଡାର ଖୋଲିଥିଲା ବେଳେ ନବୀନ ପଟ୍ଟନାୟକଙ୍କ ୨୩ବର୍ଷର ଶାସନ ସମୟରେ ଥରୁଟିଏ ବି ଖୋଲିପାରିନି ରତ୍ନଭଣ୍ଡାର

ବେପରୁଆ ଶ୍ରୀମନ୍ଦିର ପ୍ରଶାସନ
୧୯୬୦ ଅକ୍ଟୋବର ୨୭ ତାରିଖରୁ ଶ୍ରୀମନ୍ଦିରର ଦାୟିତ୍ୱ ଭାର ନେଲେ ଓଡ଼ିଶା ସରକାର। ଦାୟିତ୍ୱ ନେବା ପରେ ୧୯୬୮,୧୯୬୯,୧୯୭୨,୧୯୭୪ ରେ ଖୋଲା ଯାଇଥିଲା ରତ୍ନଭଣ୍ଡାର। ୧୯୭୮ରେ ଗଚ୍ଛିତ ରତ୍ନର ତାଲିକା ମଧ୍ୟ ହୋଇଥିଲା। ୧୯୮୨ ଏବଂ ତାପରେ ଶେଷଥର ପାଇଁ ୧୯୮୪ରେ ଖୋଲା ଯାଇଥିଲା ରତ୍ନଭଣ୍ଡାର। କିଛି ଦିନ ତଳେ ଜଗନ୍ନାଥ ମନ୍ଦିର ଦୁଇଟି ଫାଇଲ ମଧ୍ୟ ହଜିଥିଲା