Bartaman Odisha
  • ନ୍ୟୁଜ୍
  • ପଲିଟିକ୍ସ
  • ସ୍ପୋର୍ଟସ୍
  • ଫିଲ୍ମ

ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

By admin • December 17, 2019 • ସ୍ପୋର୍ଟସ୍

କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ରେ ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଡେ-ନାଇଟ୍ ଓ୍ୱାନଡେ ।ଚେନ୍ନାଇରେ ଖେଳା ଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ବି ବିଜୟୀ ହୋଇଛି।ଦ୍ୱିତୀୟ ମ୍ୟାଚ ଭିସାଖାପାଟଣାରେ ଖେଳାଯିବ।ତେବେ ବାରବାଟୀ ଏପର୍ଯ୍ୟନ୍ତ ୨୦ଟି ଓ୍ୱାନଡେ ମ୍ୟାଚ ଆୟୋଜନର ସୁଯୋଗ ପାଇଛି। ବର୍ଷା କାରଣରୁ ୧୯୯୬ ଏବଂ ୨୦୧୩ରେ ଭାରତ ଓ ଅଷ୍ଟ୍ରେଲିଆ  ମଧ୍ୟରେ  ଖେଳା ଯିବାକୁ ଥିବା ୨ଟି ମ୍ୟାଚ ବାତିଲ ହୋଇଛି। ଅନ୍ୟପକ୍ଷରେ ଭାରତ ଏଠାରେ ୧୬ଟି ମ୍ୟାଚ ଖେଳି ୧୨ଟିରେ ବିଜୟ ହୋଇଥିବା ବେଳେ ୪ଟିରେ ପରାଜୟ ହୋଇଛି।ଆଉ ୧୯୮୭ରେ ଅଷ୍ଟ୍ରେଲିଆ-ଜିମ୍ବାଓ୍ୱେ ଓ ୧୯୮୯ରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯାଇଥିଲା ବାରବାଟୀରେ।

ବିଜୟରୁ ଆରମ୍ଭ
ବାରବାଟୀରେ ପ୍ରଥମ ଅନ୍ତର୍ଜାତୀୟ ଓ୍ୱାନଡେ ମ୍ୟାଚ ୨୭ ଜାନୁଆରୀ ୧୯୮୨ରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୩୦ ରନ କରିଥିଲା।ଅଧିନାୟକ ଗାଭାସ୍କରଙ୍କ ଲଢୁଆ ୭୧ରନ ବଳରେ ଭାରତୀୟ ଦଳ ୫ ଓ୍ୱିକଟରେ ମ୍ୟାଚକୁ ଜିତି ନେଇଥିଲା।

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଅପରାଜୟ
ବାରବାଟୀରେ ଭାରତ ବିପକ୍ଷରେ ଖେଳିଥିବା ସମସ୍ତ ୩ଟି ମ୍ୟାଚରେ ପରାସ୍ତ ହୋଇଛି ଓ୍ୱେଷ୍ଟଇଣ୍ଡିଜ।ଦୁଇ ଦଳ ପ୍ରଥମେ ମୁହାଁ ମୁହିଁ ହୋଇଥିଲେ ୯ ନଭେମ୍ବର୧୯୯୪ରେ।ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟଇଣ୍ଡିଜ ୨୫୧ରନ କରିଥିଲା।ଆଝାରୁଦ୍ଧିନଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆର ଜାଡେଜାଙ୍କ ଶତକ(୧୦୪)ବଳରେ ବିଜୟୀ ହୋଇଥିଲା ଭାରତ।
୨୦୦୭ରେ ଦ୍ୱିତୀୟ ଥର ପାଇଁ ଭେଟ ହୋଇଥିଲେ ଉଭୟ ଦଳ। ଦ୍ରାବିଡିଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୮୯ରେ ଅଲ ଆଉଟ ହୋଇଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ମାତ୍ର ୧୬୯ ରନରେ ଭ୍ରମଣକାରୀ ଦଳ ଅଲଆଉଟ ହୋଇଥିଲା। ରମେଶ ପାଓ୍ୱାରଙ୍କୁ ୩ ଓ୍ୱିକେଟ ମିଳିଥିବା ବେଳେ ୬୩(୮୭) ରନ କରିଥିବା ଦୀନେଶ କାର୍ତ୍ତିକ ହୋଇଥିଲେ ମ୍ୟାନ୍ ଅଫ ଦ ମ୍ୟାଚ।
୨୦୧୧ରେ ରୋମାଞ୍ଚକର ଲଢେଇରେ ମାତ୍ର ୧ ଓ୍ୱିକେଟରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ। ଓ୍ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ୨୧୧ରନ କରିଥିଲା। ସେହ୍ୱାଗଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ୪୮.୫ ଓଭରରେ ୯ଓ୍ୱି କେଟ ହରାଇ ୨୧୩ରନ କରି ବିଜୟୀ ହୋଇଥିଲା। ଏବେ ଅପେକ୍ଷା ଡିସେମ୍ବର ୨୨କୁ ।

ସର୍ବୋ୍ଚ୍ଚ ସ୍କୋର
୨୦୧୭ର ଇଂଲଣ୍ଡ ବିରୋଧରେ ଯୁବରାଜ ୧୫୦ ରନ୍ ଓ ଧୋନି(୧୩୪)ଶତକ ବଳରେ ଚିମ୍ ଇଣ୍ଡିଆର ୩୮୧ ସ୍କୋର ବାରବାଟୀ ଗ୍ରାଉଣ୍ଡରେ ସର୍ବୋଚ୍ଚ ସ୍କୋର। ସେହି ମ୍ୟାଚରେ ଇଂଲଣ୍ଡର ଇଆନ ମୋର୍ଗାନ ଲଢୁଆ ୧୦୨ ରନ ବଳରେ ୩୬୬ରନ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ସ୍କୋର ।

ଖେଳାଳି ୧୧ ଶତକ ୧୨
ବାରବାଟୀରେ ୧୧ଜଣ ଖେଳାଳିଙ୍କ ନାମରେ ରହିଛି ୧୨ ଶତକ ।ଭାରତୀୟ ଖେଳାଳି ଅଜୟ ଜାଡେଜାଙ୍କ ନାଁରେ ୧୧୬ ଓ ୧୦୪ ଦୁଇଟି ଶତକ ରେକର୍ଡ ରହିଛି। ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଛି ଆଝାରୁଦ୍ଧିନଙ୍କ ନାମରେ । ୧୯୯୮ରେ ଜିମ୍ବାବଓ୍ୱେ ବିରୋଧରେ ଅଧିନାୟକ ମହମ୍ମଦ ଆଝାରୁଦ୍ଧିନଙ୍କ ଅପରାଜିତ ୧୫୩ ରନ୍ ଏବେବି ବାରବାଟୀରେ ଅତୁଟ ରହିଛି ।
ଉପରେ ସଚିନ୍
ତେନ୍ଦୁଲକର ୧୦ଟି ମ୍ୟାଚ ଖେଳି ୫୮.୬୨ ହାରରେ ୪୬୯ରନ କରି ବାରବାଟୀର ସର୍ବାଧିକ ସ୍କୋରର ହୋଇ ରହିଛନ୍ତି ।  ଜାଡେଜା ୩ ମ୍ୟାଚରୁ ୨୭୩ ଓ  ଆଝାରୁଦ୍ଧିନ ୪ ଇନିଂସରୁ ୨୪୨ ରନ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି ।

ଶ୍ରୀନାଥଙ୍କ ନାଁରେ ରେକର୍ଡ
ଭାରତ ବିପକ୍ଷରେ ୧୦ ଓଭର ବୋଲିଂ କରି ୨୭ ରନ ଦେଇ ୪ଓ୍ୱିକେଟ ନେଇଥିବା ଓ୍ୱେଷ୍ଟଇଣ୍ଡିଜର ଡାରେନ ପଲଙ୍କ ନାମ ତାଲିକାର ଉପରେ ରହିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ବୋଲର ରବିନ୍ଦ୍ର ଜାଦେଜାଙ୍କ ୩୨/୪ ଓ ଇଶାନ୍ତ ଶର୍ମାଙ୍କ ୩୪/୪ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛି ।ସେହିଭଳି ୩ଟି ମ୍ୟାଚରୁ ୭ଓ୍ୱିକେଟ ନେଇଥିବା ଭାରତୀୟ ବୋଲର ଜାଭଗଲ ଶ୍ରୀନାଥଙ୍କ ନାମ ବାରବାଟୀରେ ସର୍ବାଧିକ ଓ୍ୱିକେଟ୍ ହାସଲ କାରି ଭାବେ ରହିଛି।
(ଷ୍ଟୋରୀ ଲେଖିଛନ୍ତି-ସଞ୍ଜୟ ପ୍ରଧାନ)

BARABATI STADIUMBartaman OdishaIndia Vs West IndiesIndian Cricket TeamSachin Tendulkar
Tweet
0
Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ
ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

About the Author

admin

You Might Also Like

  • ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

  • ହଜାରତମ ଟି-20ରେ ହାରିଲା ଟିମ୍ ଇଣ୍ଡିଆ;ରେକର୍ଡ କଲେ ରୋହିତ

  • ‘ଦାଦା ହେ ତୋ,ମୁମକିନ୍ ହୈ’:ଫ୍ଲଡ୍ ଲାଇଟରେ ଟେଷ୍ଟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

  • ଓଡ଼ିଶାର ଗର୍ବ-ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ:ମିଳିବ ଅର୍ଜୁନ ସମ୍ମାନ

No Comments

    Leave a Reply Cancel Reply

    Video

    https://www.youtube.com/watch?v=hER96lgu8yk

    Latest News

    • ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP!

      March 11, 2020
    • ମଧ୍ୟପ୍ରଦେଶ ମହାଡ୍ରାମା: ୩୬ବର୍ଷ ପରେ ଗାନ୍ଧି ପରିବାରର ‘ଗୋଓ୍ୱାଲିୟର ଚାଲ୍ ଫେଲ୍’

      March 10, 2020
    • ମହିଳାଙ୍କୁ ମହାଜନ କରିବାକୁ ବ୍ୟବସ୍ଥା

      December 18, 2019
    • ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍

      December 17, 2019
    • Thanks ଅଭିଷେକ:୧୨ ବର୍ଷ ପରେ ରାଣୀ -ସୈଫ୍‌ଙ୍କୁ ଏକାଠି କଲେ

      December 12, 2019

    Subscribe & Follow

    Find us on Facebook

    Popular Posts

    BIJU-ARUN

    ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍

    On November 14, 2018
    01
    Prakash-Mishra

    ପୁରୀରେ ଜମିବ IPS ଲଢ଼େଇ ! ପୂର୍ବତନ ପୋଲିସ କମିଶନରଙ୍କ ସହ ପୂର୍ବତନ DGPଙ୍କ ହୋଇପାରେ ଟକ୍କର !

    On November 19, 2018
    02
    MAHANGA MOOD

    ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?

    On November 4, 2018
    03
    Facebook Twitter

    CONTACT: 167/1541, Jagannath Marg, Anant Vihar, Pokhariput, Bhubaneswar Phone: 7683947977 Email: bartamanodisha@gmail.com

    Copyright © 2018. All rights reserved.