ଭାରତୀୟ ରାଜନୀତିରେ ନବେ ଦଶକ ଆଣିଥିଲା ବିରାଟ ପରିବର୍ତ୍ତନ। ପ୍ରଧାନମନ୍ତ୍ରୀ ଆସନକୁ ନେଇ ଲାଗି ରହିଥିଲା ଅସ୍ଥିରତା। ଗୋଟାଏ ବର୍ଷରେ ୪ ପ୍ରଧାନମନ୍ତ୍ରୀ ଦେଖିଥିଲା, ଭାରତ। ସେହି ଅସ୍ଥିରତାର କାହାଣୀ ଆରମ୍ଭ ହୋଇଥିଲା ୧୯୯୬ରେ। ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନାଁ ସହ ଆତଙ୍କବାଦୀ ଦାଉଦ ଇବ୍ରାହିମଙ୍କ ନାଁ ଯୋଡି ହବା,ଅନସ୍ଥା ପ୍ରସ୍ତାବରେ ଜିତିବା ଲାଗି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସାଂସଦଙ୍କୁ ଲାଞ୍ଚ ଦେବା ଘଟଣା, ନରସିଂହ ରାଓଙ୍କ ଇମେଜକୁ ଡାଉନ୍ କଲା। କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାକୁ ଲାଗିଲା। କଂଗ୍ରେସରୁ ଅଲଗା ହୋଇ ଏନ୍.ଡି ତିୱାରୀ- ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ, ମାଧବରାଜ ସିଦ୍ଧିଆଙ୍କ-ମଧ୍ୟପ୍ରଦେଶ ବିକାଶ କଂଗ୍ରେସ, ଜି.କେ. ମୁପାନରାଙ୍କ- ତାମିଲ ମାନିଲା କଂଗ୍ରେସ ଗଠନ ରାଓଙ୍କ ସ୍ଥିତିକୁ ଦୋହଲାଇ ଦେଲା।
ଫଳରେ ଏପ୍ରିଲ ୧୯୯୬ର ଲୋକସଭା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଲା ଭାରତୀୟ ଜନତା ପାର୍ଟି। ୧୬୧ଟି ଆସନ ଜିତି କଂଗ୍ରେସକୁ ପଛରେ ପକାଇଥିଲା ବିଜେପି। ନରସିଂହ ରାଓ, ପ୍ରଧାନମନ୍ତ୍ରୀ ଚେୟାରରୁ ହଟିଲେ। ୧୯୯୬ ମେ’ ୧୬’ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅଟଳ ବିହାରୀ ବାଜପେୟୀ। କିନ୍ତୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାରେ ଫେଲ ମାଲିଲେ ଅଟଳ। ୧୩ ଦିନରେ ଭାଙ୍ଗିଗଲା ଅଟଳ ସରକାର। ସରକାର ଭାଙ୍ଗିଲା ପରେ ଯଦିଓ କଂଗ୍ରେସ ଉପରେ ସମସ୍ତଙ୍କ ନଜର ଥିଲା, କିନ୍ତୁ କ୍ଷମତାକୁ ଆସିବାକୁ ଚାହୁଁନଥିଲା କଂଗ୍ରେସ। ଆସାମ ଗଣ ପରିଷଦ, ସିପିଆଇ-ସିପିଏମ୍, ଜନତା ଦଳ, ସମାଜବାଦୀ ପାର୍ଟି, ତାମିଲି ମାନିଲା କଂଗ୍ରେସ, ତେଲଗୁ ଦେଶମ ପାର୍ଟି ପରି ୧୩ଟି ଦଳର ୧୯୨ ସାଂସଦ ମିଶି ୟୁନାଇଟେଡ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନାଁରେ ମେଣ୍ଟ ଗଠନ ହେଲା। ମାତ୍ର ସରକାର ପାଇଁ ସେହି ସଂଖ୍ୟା ଯଥେଷ୍ଟ ନ ହେବାରୁ, ସରକାର ଗଢ଼ିବାରେ କଂଗ୍ରେସ ସାହାଯ୍ୟ କଲା।
ପ୍ରଧାନମନ୍ତ୍ରୀ ରେସରେ ଭି.ପି.ସିଂହ, ଜ୍ୟୋତି ବସୁ, ଚନ୍ଦ୍ରବାବୁ ନାଇଡୁଙ୍କ ନାଁ ଚର୍ଚ୍ଚା ହେଉଥିଲା। କିନ୍ତୁ ତତ୍କାଳୀନ ବିହାର ଚିଫ୍ ମିନିଷ୍ଟର ଲାଲୁ ପ୍ରସାଦ ଯାଦବ ଖେଳିଥିଲେ,ମାଷ୍ଟର ଷ୍ଟ୍ରୋକ୍। ଭି.ପି.ସିଂହଙ୍କ ଫେଭରାଇଟ୍ ଲାଲୁ ଯାଦବ, ପ୍ରସ୍ତାବ ଦେଇଥିଲେ ଦେବଗୌଡ଼ାଙ୍କ ନାଁ। କର୍ଣ୍ଣାଟକ ଚିଫ୍ ମିନିଷ୍ଟର ଅଫିସରୁ ଆସି,ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଦେବଗୌଡ଼ା୧୯୯୬ର ଜୁନ୍ ପହିଲାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏଚ. ଡି ଦେବଗୌଡା। ମାତ୍ର ତାଙ୍କର ଏ ଖୁସି ବେଶି ଦିନ ରହି ନଥିଲା। ମାତ୍ର ୧୦ ମାସରେ ହିଁ ଇସ୍ତଫା ଦେଇଥିଲେ ଦେବଗୌଡା। ଚୌଧୁରୀ ଚରଣ ସିଂହଙ୍କ ଦଶା ଭୋଗିଲେ ଦେବ ଗୌଡା।
ପି.ଭି.ନରସିଂହ ରାଓଙ୍କ ବଦଳରେ ସୀତାରାମ କେଶରୀଙ୍କୁ ଅଧ୍ୟକ୍ଷ କରି ଗେମ୍ ଷ୍ଟାର୍ଟ କରିଥିଲା କଂଗ୍ରେସ। ଗୋଟାଏ ବର୍ଷର କାର୍ଯ୍ୟକାଳ ନ ପୁରୁଣୁ କଂଗ୍ରେସର ଚାଲ ଆଗରେ ହାର ମାନିଥିଲେ ଦେବଗୌଡା। ଦେବ ଗୌଡାଙ୍କୁ ୧୫୮ ସାଂସଦ ସପୋର୍ଟ କରିଥିଲା ବେଳେ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ ୨୯୨ ସାଂସଦ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ।୨୧ଏପ୍ରିଲ ୧୯୯୭ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଇନ୍ଦର କୁମାର ଗୁଜୁରାଲ। ମାତ୍ର ଗୁଜୁରାଲଙ୍କୁ ବି ଦେବଗୌଡାଙ୍କ ପରି ଆସନରୁ ହଟାଇଥିଲା କଂଗ୍ରେସ। ୬ମାସ ପରେ ସମର୍ଥନ ପ୍ରତ୍ୟାହାର କରି ପୁରୁଣା ଷ୍ଟାଇଲ୍ ରିପିର୍ଟ କରିଥିଲା କଂଗ୍ରେସ। ୧୯ ମାର୍ଚ୍ଚ ୧୯୯୮ରେ ପଦରୁ ବିଦା ହୋଇଥିଲେ ଗୁଜୁରାଲ।
ଭାରତରେ ଗୋଟାଏ ବର୍ଷରେ ପ୍ରଧାନମନ୍ତ୍ରୀ ଆସନରେ ହୋଇଥିଲା ବାରମ୍ବାର ଅଦଳ ବଦଳ। ଏହିପରି ଭାବରେ ୧୯୯୬ରୁ ୧୯୯୭ ଭିତରେ ଭାରତରେ ଶପଥ ନେଇଥିଲେ ୪ ଜଣ ପ୍ରଧାନମନ୍ତ୍ରୀ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା