୨୦୨୪ ନିର୍ବାଚନରେ କଂଗ୍ରେସର ପ୍ରତିଦ୍ୱନ୍ଦୀ ହେବେ କି ଦଳୀୟ ବିଧାୟକ?

ଭାରତ ଯୋଡ଼ୋ ଯାତ୍ରା କରି ନିଜ ସ୍ଥିତି ସଙ୍ଗଠନ ସଜାଡୁଛି କଂଗ୍ରେସ। ଯୋଡ଼ି ହେଉଛନ୍ତି ଅନେକ ଜନସାଧାରଣ। ଅଣ୍ଟା ସଳଖିବାକୁ ପ୍ରୟାସ ଜାରୀ ରଖିଛନ୍ତି କଂଗ୍ରେସ ନେତା। ଓଡିଶାରେ କିନ୍ତୁ ଦିନକୁ ଦିନ କଂଗ୍ରେସର ସ୍ଥିତି ବିଗୁଡୁଛୁ। PCC ସଭାପତି ପରିବର୍ତ୍ତନ ପରେ ବି ଅବସ୍ଥା ସୁଧୁରୁନି। ଉପ ନିର୍ବାଚନରେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତ ଭୋଟର। ଏପରିକି ୩୦ ହଜାରରୁ ଅଧିକ ପକେଟ ଭୋଟ ଥିବା ପଦ୍ମପୁରରେ କଂଗ୍ରେସ ନେତା୪ ହଜାର ଭୋଟ ଛୁଇଁ ପାରି ନାହାନ୍ତି। ତେବେ ଏପରି ପରିସ୍ଥିତିରେ କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମ ମୋକିମଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ପ୍ରତି ତାଙ୍କର ଆଗ୍ରହ କମୁଥିବା ତାଙ୍କର କାର୍ଯ୍ୟକଳାପ ଦର୍ଶୋଉଛି।

କଂଗ୍ରେସର ଅମାନିଆ ନେତା ମହମ୍ମଦ ମୋକିମ୍
୧୯୮୦ ମସିହାରେ ଶ୍ରୀକାନ୍ତ ପଣ୍ଡାଙ୍କ ପରଠୁ କଂଗ୍ରେସ କଟକ ବାରବାଟି ଆସନ ହାତେଇ ପାରି ନଥିଲା। ଜନତା ଦଳ, ବିଜେପି ଓ ବିଜେଡି ପ୍ରାର୍ଥିଙ୍କ ଗୋଟି ଚାଳନାରେ ବିଫଳ ହୋଇଥିଲା କଂଗ୍ରେସ।୨ ଥରର ବିଜେଡି ବିଧାୟକ ଦେବାଶିଷ ପଣ୍ଡା ଏବଂ ସେହି ଆସନରେ ତିନିଥର ବିଧାୟକ ହୋଇଥିବା ବିଜେପି ପ୍ରାର୍ଥୀ ସମୀର ଦେଙ୍କୁ ହରାଇ ବିଧାୟକ ହୋଇଥିଲେ ମହମ୍ମଦ ମୋକିମ। ଏ ସଫଳତା ତାଙ୍କୁ କରିଥିଲା କଂଗ୍ରେସର ଗେହ୍ଲାପୁଅ।PCC ସଭାପତି ନିର୍ବାଚନରେ ତାଙ୍କ ନାଁ କୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ସେ ରେସରୁ ହଟିବା ପରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ଅନୁପସ୍ଥିତି ଅନ୍ୟ କିଛି ବୟାନ କରୁଥିଲା। ଏ ପରିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ଖୋଲାଖୋଲି ପାର୍ଟି ବିରୁଦ୍ଧରେ ଯାଇ ସେ ମାଟିର କନ୍ୟା ତଥା NDA ପ୍ରାର୍ଥିଙ୍କୁ ସମର୍ଥନ କରିଥିଲେ। ପରେ ପରେ ଷ୍ଟାର ପ୍ରଚାରକ ଲିଷ୍ଟରୁ ତାଙ୍କ ନାଁ ହଟିଥିଲା। ତା ସାଙ୍ଗକୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଭୋଟ ବିକ୍ରି ହେଉଛି ବୋଲି ସେ ମତ ରଖି ରେଡ ଜୋନରେ ଅଛନ୍ତି। ଯେଉଁଥିପାଇଁ କଂଗ୍ରେସ ମୁଖିଆ ମଧ୍ୟ ତାଙ୍କ ଉପରେ ଖପ୍ପା।

କଂଗ୍ରେସରେ ରହିବେ ତ ମହମ୍ମଦ ମୋକିମ !
ମହମ୍ମଦ ମୋକିମ ନୂଆ ବର୍ଷ ଉପଲକ୍ଷେ ଐତିହାସିକ ଦରଘାବଜାର ଜେଲ ପଡିଆରେ ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିଥିଲେ। କିନ୍ତୁ ଏହି ବନ୍ଧୁ ମିଳନ ଉତ୍ସବରେ କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦେଖିବାକୁ ମିଳିଲା ନାହିଁ। ଏପରିକି ଜିଲ୍ଲାର ବଡ଼ବଡ଼ିଆ କଂଗ୍ରେସ ନେତାଙ୍କ ଦେଖା ନ ଥିଲା। ବ୍ୟାନରରେ କଂଗ୍ରେସର ଚିହ୍ନ ବା ଦଳୀୟ କୌଣସି ନେତାଙ୍କ ଫଟୋ ବି ରଖିନଥିଲେ ମୋକିମ। ଖୋଦ୍ ବିଧାୟକ ହୋଇ ଦଳୀୟ ଚିହ୍ନ ନ ରଖିବା,ଦଳର ନେତାଙ୍କୁ ନ ଡାକିବା ଘଟଣା କଂଗ୍ରେସ ପ୍ରତି ତାଙ୍କର ମୋହ ତୁଟୁଥିବା ଘଟଣା ବୟାନ କରୁଛି। ଯଦି ଏ ଅନୁମାନ ସତ ହୁଏ ତେବେ ଆଗକୁ ହୁଏତ କଂଗ୍ରେସ ବିଧାୟକ ହାତ ଛାଡିବା ସହ କଂଗ୍ରେସର ବଡ଼ ପ୍ରତିଦ୍ୱନ୍ଦୀ ହୋଇ ପାରନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି :ରଶ୍ମିତା ବେହେରା
Connect With Us