କ୍ଷମତା ବଞ୍ଚାଇବାକୁ ଚାଲ୍ କରୁଛନ୍ତି ଇମ୍ରାନ୍। ଜନତାଙ୍କୁ ବୁଝାଇବାକୁ ଉଦ୍ୟମ ସେ ଜାରୀ ରଖିଛନ୍ତି। ପାକିସ୍ତାନରେ କ୍ଷମତାସୀନ ମେଣ୍ଟର ଏକ ମୁଖ୍ୟ ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌-ପି ବିରୋଧୀ ଦଳକୁ ଯାଇ ଭେଟିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାଇଁ ବିପଦ ମାଡ଼ି ଆସୁଥିବା ଚର୍ଚ୍ଚା ହେଉଛି। ଇମ୍ରାନଙ୍କ ହାତରୁ କ୍ଷମତା ଚାଲିଯାଏ ପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟରେ ଇମ୍ରାନ୍‌ କ୍ଷମତା ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରୁଛନ୍ତି। ସେ ନିଜ ଜୀବନ ପ୍ରତି ତଥା କ୍ଷମତା ପ୍ରତି ବିପଦ ମାଡ଼ି ଆସୁଥିବା କହିଛନ୍ତି। 

ଇମ୍ରାନ୍

କ୍ଷମତାରୁ ହଟିବେ ଇମ୍ରାନ୍
ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଇମ୍ରାନଙ୍କୁ ସରକାରରୁ ହଟାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାରି ମଧ୍ୟରେ ନାଟକୀୟ ଶୈଳୀରେ ଇମ୍ରାନ୍‌ ଲଗାତାର ପାକିସ୍ତାନର ଜନତାଙ୍କୁ ସମ୍ବୋଧିତ କରୁଛନ୍ତି। ଇମ୍ରାନ କହିଛନ୍ତି, ତାଙ୍କ ସରକାର ପତ୍ତନ ପାଇଁ ଉଦ୍ୟମ ଚାଲିଛି। କେବଳ କ୍ଷମତା ପରିବର୍ତ୍ତନ ପାଇ କେବଳ ଦାବି ହେଉନାହିଁ। ବରଂ କୁହାଯାଉଛି ଯେ, ଇମ୍ରାନ୍‌ ଖାନଙ୍କ ମଧ୍ୟ ହଟାଇ ଦିଆଯାଉ। ଏହି କାରଣରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଇମ୍ରାନ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ମିଛ ଖବର ଓ ଅଭିଯୋଗ ମାଧ୍ୟମରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। 
ଏହା ପୂର୍ବରୁ ପାକିସ୍ତାନ ତହରିକ-ଏ ଇନସାଫ (ପିଟିଆଇ)ର ନେତୃତ୍ବରେ ଗଠିତ ମେଣ୍ଟ ସରକାରର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଦଳ ମୁତ୍ତହିଦା କୌମୀ ମୁଭମେଣ୍ଟ-ପାକିସ୍ତାନ (ଏମକ୍ୟୁଏମ-ପି) ଇସଲାମାବାଦରେ ପ୍ରେସ କନଫରେ କରି ଘୋଷଣା କରିଛନ୍ତି ଯେ ସେ ବିରୋଧୀ ଦଳରେ ସାମିଲ ହୋଇଛନ୍ତି। ଏମକ୍ୟୁଏମ୍‌ ପ୍ରମୁଖ ମକବୁଲ ସିଦ୍ଦିକୀ କହିଛନ୍ତି, ଆମେ ସହିଷ୍ଣୁତା ଓ ସୁସ୍ଥ ଗଣତନ୍ତ୍ରର ରାଜନୀତି ପାଇଁ ନୂଆ ଆରମ୍ଭ କରିବାକୁ ଚାହୁଁଛୁ। ଏମକ୍ୟୁଏମ-ପି ପାଖରେ ୭ଜଣ ସାଂସଦ ଅଛନ୍ତି। ଜମିୟତ ଉଲେମା-ଇସଲାମ (ଜେୟୁଆଇ-ଏଫ୍‌)ର ପ୍ରମୁଖ ମୌଲାନା ଫଜଲୁର ରହମାନ ଦାବି କରିଛନ୍ତି ଯେ, ସଂସଦର ନିମ୍ନ ଗୃହ ନ୍ୟାସନାଲ ଆସେମ୍ବଲି ପାଖରେ ଏବେ ୧୭୫ ଜଣ ସାଂସଦ ଅଛନ୍ତି। ସେ ପୂର୍ବରୁ ମଧ୍ୟ ଘୋଷଣା କରିସାରିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏଲ୍‌ଏମଏ-ଏନ)ର ଅଧ୍ୟକ୍ଷ ଓ ବିରୋଧୀ ଦଳର ନେତା ଶହବାଜ ଶରୀଫଙ୍କୁ ପ୍ରଧାନମନ୍ତ୍ରୀ  ଆସନରେ ବସା ଯାଇପାରେ।