ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କଡା ଜବାବ ଦେଇଛନ୍ତି।
- ବିଜେଡିର ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ…
- ମୁଖ୍ୟମନ୍ତ୍ରୀଙ୍କ ଅଫିସ(ତୃତୀୟ ମହଲାରେ) ବିଜେଡିର ଗୋଟିଏ ଦଳୀୟ ଅଫିସ୍ ଅଛି କି ?
- ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୁରାଇବା ଅନୁଚିତ। ଆମ ଦଳରେ କଣ କେହି ନେତା ନାହାନ୍ତି କି ?
- ‘ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାକୁ ସମୟ ଦେଉଛନ୍ତି କି?’
- ‘ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବା ଅସୁବିଧା କି?’
- ‘ପ୍ରତାପ ଦେବ ରାଜାଘର ଲୋକ, ସମସ୍ତଙ୍କୁ ପ୍ରଜା ଭାବନ୍ତି’।
- ‘ଆମର ଦୁର୍ବଳତା, ତ୍ରୁଟି ଦର୍ଶାଇବା କଣ ଦଳ ବିରୋଧି?
ସୌମ୍ୟରଞ୍ଜନ ପଟ୍ଟାନାୟକଙ୍କୁ ପୁଣି ଟାର୍ଗେଟ କରିଛି ବିଜୁ ଜନତା ଦଳ। ଅରୁଣ ସାହୁ ଏବଂ ଅତୁନ ସବ୍ୟସାଚୀ ନାୟକଙ୍କ ପରେ ଟାର୍ଗେଟ କରିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।
- ଦଳରେ ଥାଇ ଦଳ ବିରୁଦ୍ଧରେ ଲେଖିବା ହେତୁ ଦଳ ଛାଡିବା ପ୍ରସଙ୍ଗ ଉଠାଇଛନ୍ତି ପ୍ରତାପ ଦେବ।
- ଗଣତନ୍ତ୍ର ପଦ୍ଧତିରେ ସମସ୍ତେ ମତ ରଖି ପାରିବେ ସେଥିରେ କୌଣସି ଅସୁବିଧା ନାହିଁ।
- କିନ୍ତୁ ଗଣତନ୍ତ୍ର ପଦ୍ଧତିରେ ଯେତେବେଳେ ଆପଣ ନିର୍ଦିଷ୍ଟ ଦଳରେ ଅଛନ୍ତି ଏବଂ ସେ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି,ସେତେବେଳେ ଦଳ ବିରୁଦ୍ଧରେ ଲେଖିବା ଦଳ ବିରୋଧି।
- ଯଦି ସମାଲୋଚନା କରିବାର ଅଛି ତେବେ ସେ ଦଳ ଛାଡନ୍ତୁ।
ପଲିଟିକ୍ସରେ ଝଡ଼,ଫିଲ୍ଡରେ ସାମ୍ବାଦିକ ସୌମ୍ୟରଞ୍ଜନ
ବିଭିନ୍ନ ଦଳ ଛାଡି ବିଜେଡିରେ ଯୋଗଦେଇ ରାଜ୍ୟସଭାକୁ ଏଣ୍ଟ୍ରି କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।ବିଜେଡି ଟିକେଟରେ ଖଣ୍ଡପଡାରୁ ହୋଇଥିଲେ ବିଧାୟକ।ମାତ୍ର କିଛିଦିନ ହେବ ସୌମ୍ୟ ପଟ୍ଟନାୟକଙ୍କ ପରିଚାଳିତ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦର ସମ୍ପାଦକୀୟ ପୃଷ୍ଠାକୁ ନେଇ ଜୋର୍ ଧରିଛି ରାଜନୀତି। ପ୍ରଥମେ ଆମ ଘର ହାଲଚାଲରେ ପରୀକ୍ଷାରେ ପ୍ରଥମ ହେଲା ପରେ ବି କପି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷ ଟାର୍ଗେଟ କରିଥିଲେ ସୌମ୍ୟ। ପରେପରେ ତୁଣ୍ଡି ଖୋଲିଲା ତୁଣ୍ଡ କେବେ,ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା,ଏବଂ ଜନ୍ମଦିନ ଅନୁଚିନ୍ତା ଲେଖି ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ।
ବିଜେଡିର ବିରୋଧ,ବିରୋଧିଙ୍କ ପ୍ରଶଂସା
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାକୁ ନେଇ ଦଳୀୟ ନେତା ବିରୋଧ କରୁଥିଲା ବେଳେ ସମର୍ଥନ କରୁଛନ୍ତି ବିରୋଧି ଦଳ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୌମ୍ୟପଟ୍ଟନାୟକଙ୍କୁ ସମର୍ଥନ କରିଥିଲା ବେଳେ ବିଜେପି ମଧ୍ୟ ପ୍ରେସମିଟ ଜରିଆରେ ସୌମ୍ୟଙ୍କୁ ସମର୍ଥନ ଜଣାଇଛି। କଂଗ୍ରେସ ମଧ୍ୟ ପ୍ରେସମିଟ ଜରିଆରେ ସୌମ୍ୟଙ୍କୁ ପ୍ରଶଂସା କରିଛି। ତେବେ କଥା ହଉଛି ବିଜୟ ପଟ୍ଟନାୟକ,ପ୍ରଦୀପ ପାଣିଗ୍ରାହୀ,ନଳୀନି ମହାନ୍ତିଙ୍କ ଭଳି ନେତା ଏବଂ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ପରାମର୍ଶଙ୍କ ବିରୁଦ୍ଧରେ ତତକ୍ଷଣାତ ପଦକ୍ଷେପ ନେଇ ନିଲମ୍ବନ କରିଥିବା ବିଜେଡି ସୁପ୍ରିମୋ କାହିଁକି ସମ୍ପାଦକୀୟ ଲେଖିବାର 15 ଦିନ ପରେ ବି ଚୁପ୍ ଅଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ।