BJP ପାଇଁ କମିଲା ABVP ଭୋଟ୍

ନବୀନ ପଟ୍ଟନାୟକଙ୍କ ପରି ଭୟ ନକରି କଲେଜ ଏବଂ ୟୁନିଭରସିଟି ଛାତ୍ରସଂସଦ ନିର୍ବାଚନ କରାଇବାକୁ ସାହସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 8 ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଲା। ସରକାରୀ ଦଳର ସମର୍ଥନ ପାଇ ଅଖିଳ ଭାରତୀୟ ପରିଷଦ-ABVP ଆଗରେ ରହିଲା, କିନ୍ତୁ ବିଜୁ ଜନତା ଦଳର ଛାତ୍ର ୟୁନିଟ୍ ଦେଲା କଡ଼ା ଟକ୍କର । ଉତ୍କଳ ୟୁନିଭରସିଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର ମା’ ମାଣିକେଶ୍ୱରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ୟୁନିଭରସିଟି ପରି 6ଟି ବିଶ୍ୱବିଦ୍ୟାଳୟରେ ABVPର ଦବଦବା ରହିଛି । କିନ୍ତୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ଖଲ୍ଲିକୋଟ ୟୁନିଭରସିଟିରେ ଦଳୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ବାଲେଶ୍ୱରର ଫକୀର ମୋହନ ୟୁନିଭରସିଟି, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଲ ୟୁନିଭରସିଟି ଏବଂ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଜେପି ସମର୍ଥିତ ABVPର ସଭାପତି ପ୍ରାର୍ଥୀଙ୍କୁ ଝଟକା ଲାଗିଛି।

ରାଜ୍ୟର 17ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଚିଟିଂ ଷ୍ଠାଫଙ୍କ ଘୋର ଅଭାବ ଛାତ୍ରସଂସଦ ନିର୍ବାଚନକୁ ଯଥେଷ୍ଟ ପ୍ରଭାବିତ କରିଛି । ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ 2086 ଜଣ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଶିକ୍ଷାଦାନ କରିବା କଥା । କିନ୍ତୁ ଏବେ ପାଠ ପଢ଼ାଉଛନ୍ତି ମାତ୍ର 636 ଜଣ ଶିକ୍ଷକ। ଅର୍ଥାତ 1450ଟି ଟିଚିଂ ଷ୍ଟାଫ୍ ପଦ ଖାଲି ପଡିଛି । ଶିକ୍ଷାଦାନରେ ଅବ୍ୟବସ୍ଥା, ଛାତ୍ରସଂସଦ ନିର୍ବାଚନକୁ ପ୍ରଭାବିତ କଲା। ଯାହା ଫଳରେ ବିଶ୍ୱବିଦ୍ୟାଳୟ ଗୁଡିକରେ ବିଜେପି ସମର୍ଥିତ ABVP ପ୍ରାର୍ଥୀଙ୍କୁ ଅଡୁଆ ହେଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକରେ ବାଜି ମାରିଛି ଛାତ୍ର ବିଜେଡି। ଭଦ୍ରକ ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ପ୍ରେସିଡେଣ୍ଟ,ସେକ୍ରେଟାରୀ ସମେତ ଅନ୍ୟ ପୋଷ୍ଟ ହାତେଇଛି ବିଜେଡି । ତେବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୁର୍ଯ୍ୟବଂଶିଙ୍କ ନିର୍ବାଚନ ମଣ୍ଡଳୀ ଧାମନଗର ଅଞ୍ଚଳରେ ଥିବା କଲେଜ ଗୁଡିକରେ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ନିମାପଡ଼ା କଲେଜରେ ହାରିଛନ୍ତି। ବିଜେପି ନେତା ସମୀର ଦାଶଙ୍କ ଗୋଟି ଚାଳନାରେ ଫେଲ୍ ମାରିଛନ୍ତି ଡେପୁଟି ସିଏମ୍। ସେହିଭଳି ବାଚସ୍ପତି ସୁରମା ପାଢୀ ଏବଂ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଶ ପଣ୍ଡାଙ୍କ ନୟାଗଡ଼ ଜିଲ୍ଲାରେ ବି ସମାନ ଅବସ୍ଥା । ବିଜେପି ପାୱାରରେ ଥାଇବି ପଛରେ ପଡ଼ିଲା ABVP। ବୈଜୟନ୍ତ ପଣ୍ଡାଙ୍କ ଗଡ଼ କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଭିକ୍ଟ୍ରି ହାତେଇଛି ବିସିଜେଡି। ବିଜେପିର ନ୍ୟାସନାଲ ସ୍ପୋକ୍ ପର୍ସନ୍ ସମ୍ବିତ ପାତ୍ରଙ୍କର ସଂସଦୀୟ କ୍ଷେତ୍ର ପୁରୀ ୱୋମେନ୍ସ କଲେଜରେ ବିସିଜେଡି ୱିନ୍ କରିଥିଲା ବେଳେ ଏସିସିଏସ୍ କଲେଜରେ ଷ୍ଟୁଡେଣ୍ଟସଙ୍କ ଭରସା ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ରରେ ତ ସାଙ୍ଘାତିକ ଅବସ୍ଥା । ବାଲେଶ୍ୱରର 17 କଲେଜରୁ ABVPକୁ ମାତ୍ର 5 ପ୍ରେସିଡେଣ୍ଟ ସିଟ୍ ମିଳିଥିଲା ବେଳେ ବିସିଜେଡିକୁ ମିଳିଛି 10 ସିଟ୍। ଯୋଉ କଣ୍ଟାବାଞ୍ଜି ନବୀନ ପଟ୍ଟନାୟକଙ୍କୁ ଅସ୍ୱୀକାର କରିଥିଲା, ସେହି କଣ୍ଟାବାଞ୍ଜି ଭୋକେସନାଲ କଲେଜରେ ଛାତ୍ରଛାତ୍ରୀଙ୍କ ଭରସା ଜିତିଛି ବିସିଜେଡି। ତେବେ ଅସଲ କଥା ହେଲା ବିଭିନ୍ନ ୟୁନିଭରସିଟିରେ ଟିଟିଂ ଷ୍ଟାଫ ସର୍ଟେଜ ରହିବା ଏବଂ ବିଜେପିର 28 ମାସର ସରକାରରେ ସନ୍ତୋଷ ଜନକ ପୋଷ୍ଟିଂ ନହେବା ଏବିଭିପିକୁ କାଳ ବୋଲି ଚର୍ଚ୍ଚା।

Happy Birthday ନବୀନ ପଟ୍ଟନାୟକ

“ଆପଣମାନେ ଖୁସି ତ, ମୁଁ ବି ଖୁସି” ଏ ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସଂକ୍ଷିପ୍ତ ସ୍ଲୋଗାନ, କିନ୍ତୁ ଅତି ଲୋକପ୍ରିୟ। ନବୀନ ପଟ୍ଟନାୟକ ୧୬ ଅକ୍ଟୋବର ୨୦୨୬ରେ ୮୦ ବର୍ଷରେ ପାଦ ଥାପିଛନ୍ତି । ୫୧ ବର୍ଷ ବୟସ ପର୍ଯ୍ୟନ୍ତ ରାଜନୀତିର ଧାର ଧରିନଥିବା ନବୀନ ପଟ୍ଟନାୟକ, ବାପାଙ୍କର ଦେହାନ୍ତ ପରେ ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି । ୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ଓଡ଼ିଶା ପଲିଟିକ୍ସରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ। ଅନୁକମ୍ପାକୁ ଆଶ୍ରା କରି ଲୋଡ଼ା ପଡ଼ିଲେ ବିଜୁ ପରିବାର ସଦସ୍ୟ। ମାତ୍ର ବିଜୁଙ୍କ ବଡ଼ ପୁଅ ପ୍ରେମ୍, ଝିଅ ଗୀତା ମେହେଟ୍ଟା ଏବଂ ସ୍ତ୍ରୀ ଜ୍ଞାନ ପଟ୍ଟନାୟକ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ଶେଷ ସାହାରା ସାଜିଲେ।ବିଜୁଙ୍କ ସମର୍ଥକ ମାନଙ୍କର କଥା ଭାଙ୍ଗି ନପାରି ରାଜନୀତିକୁ ଏଣ୍ଟ୍ରି କଲେ ନବୀନ । ୧୯୯୭ ଜୁନରେ ଜନତା ଦଳରେ ସାମିଲ ହେଲେ । ଆସିକା ଲୋକସଭା ଆସନରୁ ବିଜୟୀ ହୋଇ ନିର୍ବାଚନ ପଲିଟିକ୍ସର ଫାଷ୍ଟ ଷ୍ଟେପ୍ ଚଢ଼ିଲେ। ତା’ପରେ ୨୬ ଡିସେମ୍ବର ୧୯୯୭ରେ ନବଗଠିତ ବିଜୁ ଜନତା ଦଳରେ ଯୋଗଦେଲେ । ବିଜୁ ଜନତା ଦଳ ଓ ବିଜେପି ମେଣ୍ଟର ପ୍ରାର୍ଥୀ ନବୀନ ପଟ୍ଟନାୟକ ୧୯୯୮ରେ ପୁଣି ଆସିକା ଭୋଟରଙ୍କ ଆସ୍ଥାଭାଜନ ହେଲେ । ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ୱାସ ଜିଣି କେନ୍ଦ୍ର ସରକାରରେ ଖଣି ଓ ଇସ୍ପାତ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କଲେ ନବୀନ ।

୧୯୯୯ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଗାଦିରୁ ହଟି ସାରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।। ଅଞ୍ଜନାଙ୍କ ମାମଲା ଓଡ଼ିଶା କଂଗ୍ରେସକୁ ଢେର୍ ପଛକୁ ଠେଲିଦେଲା। ଅଞ୍ଜନାକୁ ମୁଦ୍ଦା କରି ବିଧାନସଭା ନିର୍ବାଚନକୁ ଓହ୍ଲାଇଲା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି।୨୦୦୦ ମସିହାରେ ହିଞ୍ଜିଳି ଆସନରୁ ବିଧାନସଭାକୁ ଏଣ୍ଟ୍ରି କଲେ ନବୀନ। BJD–BJPର ମେଣ୍ଟ ଆଗରେ ଚିତପଟାଙ୍ଗ ମାରିଲା କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି ୬୮ ସିଟ ହାତେଇବା ସହ BJP ୩୮ଟି ଆସନ ହାସଲ କରେ । କଂଗ୍ରେସ ମାତ୍ର ୨୬ଟି ଆସନରେ ସୀମିତ ରୁହେ। ସେଇଠୁ ହିଁ ଆରମ୍ଭ ହେଲଷ ନବୀନଙ୍କର ମୁଖ୍ୟମନ୍ତ୍ରୀ ଇନିଂସ । ମାତ୍ର ୨୦୦୯ରେ ନବୀନଙ୍କ ପାଇଁ ଆସିଥିଲା ଅଗ୍ନୀ ପରୀକ୍ଷା। ବିଜେପି ଠାରୁ ଅଲଗା ହୋଇ ଇଲେକ୍ସନ୍ ଲଢିବାକୁ ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ। ସେଥିରେ ସଫଳ ମଧ୍ୟ ହେଲେ। ବିଜେଡିକୁ ଏକାକୀ ୧୨୩ ଆସନ ମିଳିଲା। 2014 ଓ 2019 ନିର୍ବାଚନରେ ନବୀନଙ୍କୁ ମିଳିଲା ଅପ୍ରତିଦ୍ୱନ୍ଦ୍ୱୀର ମୁକୁଟ । କିନ୍ତୁ 2000 ମସିହାରୁ 2019 ନିର୍ବାଚନ ଯାଏଁ ନବୀନଙ୍କ ବିଜୟର ସିକ୍ରେଟ୍ ଥିବା ମଲିଟିପୁଲ୍ ପାଓ୍ୱାର ସେଣ୍ଟରରେ ପଡିଗଲା ତାଲା । 2020 ମସିହାରୁ ବିଜୁ ଜନତା ଦଳ ସରକାର ଏବଂ ପାର୍ଟିର ସମସ୍ତ ଡିସିସନ୍ ନେଲେ ଭୈରବ ପାଣ୍ଡିଆନ୍ । ବିଜେଡିର ବରିଷ୍ଠ ନେତାମାନଙ୍କର ଗୁରୁତ୍ୱ ରହିଲା ନାହିଁ, କିମ୍ବା ବରିଷ୍ଠ ଅଫିସର ମାନଙ୍କ ମତାମତ ଆଉ ଲୋଡିଲେ ନାହିଁ ନବୀନ । ଏକମାତ୍ର ଡିସିସିନ୍ ମେକର ହୋଇଗଲେ ପାଣ୍ଡିଆନ । ଅଣଓଡ଼ିଆ ଆଇଏଏସ ଅଫିସର ଭୈରବ ପାଣ୍ଡିଆନଙ୍କ ମୋହରେ ନବୀନ, ନିଜର ଅନ୍ୟ ସମସ୍ତ ବିଶ୍ୱସ୍ଥ ଲୋକଙ୍କୁ ହରାଇଲେ । ଯାହାର ଫଳ ଭୋଗିଲେ ନବୀନ ନିଜେ । ଅପରାଜୟ ନବୀନ 2024ରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ପରାଜୟର ସ୍ୱାଦ ଚାଖିଲେ । ଆଉ ଷଷ୍ଠ ଥରର ମୁଖ୍ୟମନ୍ତ୍ରୀ ହେବାର ଆଶା, ସ୍ୱପ୍ନରେ ରହିଗଲା। ଯଦି ପାଣ୍ଡିଆନଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଭରସା କରିଥାନ୍ତେ, ହୁଏତ ନବୀନ ପଟ୍ଟନାୟକଙ୍କର ନିଜର 80 ତମ ଜନ୍ମଦିନ ବିରୋଧି ଦଳର ନେତା ଭାବେ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପାଳନ କରିଥାନ୍ତେ ।

ହିନ୍ଦୁ ଧର୍ମ ବଦଳାଇ ଇସଲାମ୍ ହେଲେ,କଟିବ ଜାତି କୋଟା

ହିନ୍ଦୁ ଧର୍ମ ପରିବର୍ତ୍ତନ କଲେ ଆଉ ମିଳିବନି ପଛୁଆ ବର୍ଗର ସଂରକ୍ଷଣ ସୁବିଧା, ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ପ୍ରଶାନ୍ତ ମିଶ୍ର ଏବଂ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ରାୟ ଅନୁଯାୟୀ, ହିନ୍ଦୁ ଧର୍ମ ଛାଡିବା ପରେ ହିନ୍ଦୁ ଧର୍ମର ଜାତିଗତ ପରିଚୟ ଆଧାରରେ ସେହି ବ୍ୟକ୍ତି ଇସଲାମ ଧର୍ମର ପଛୁଆବର୍ଗ ସଂରକ୍ଷଣ ସୁବିଧା ଦାବି କରାଯାଇ ପାରିବେ ନାହିଁ । ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସଠିକ୍ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଯେ “ଜଣେ ଇସଲାମ୍ ଧର୍ମ ଗ୍ରହଣ କଲେ, ସେହି ବ୍ୟକ୍ତି ତାମିଲନାଡୁର ମୁସୁଲମାନଙ୍କ ପାଇଁ ଥିବା 7ଟି ପଛୁଆ ବର୍ଗ କ୍ୟାଟେଗୋରୀ ମଧ୍ୟରୁ କୌଣସି ଗୋଟିକରେ ବି ସଦସ୍ୟ ହୋଇପାରିବେ ନାହିଁ। ହିନ୍ଦୁ ଧର୍ମ ପରିବର୍ତ୍ତନ ପୂର୍ବରୁ ତାଙ୍କର ଜାତିଗତ ପରିଚୟକୁ ମୁସଲିମ୍ ପଛୁଆ ବର୍ଗ ଶ୍ରେଣୀରେ ସ୍ଥାନାନ୍ତର କରାଯାଇ ପାରିବ ନାହିଁ। ସେହିପରି, କୌଣସି ଧାର୍ମିକ ସଂଗଠନ ଜଣେ ବ୍ୟକ୍ତିଙ୍କର ସଂରକ୍ଷଣ ପାଇବାର ଯୋଗ୍ୟତାକୁ ନିର୍ଦ୍ଧାରଣ କରିପାରିବ ନାହିଁ।”

ପୂର୍ବରୁ ମାଡ୍ରାସ ହାଇକୋର୍ଟ କହିଥିଲେ ଯେ, ଜଣେ ବ୍ୟକ୍ତି ଇସଲାମ୍ ଧର୍ମ ଗ୍ରହଣ କରିବା ପରେ ହିନ୍ଦୁ ଧର୍ମରେ ମିଳୁଥିବା ଜାତିଗତ ପରିଚୟ ଆଧାରରେ ପଛୁଆ ବର୍ଗ ସଂରକ୍ଷଣ ସୁବିଧା ଦାବି କରିପାରିବେ ନାହିଁ।କିନ୍ତୁ ତାମିଲନାଡୁ ସରକାର ହିନ୍ଦୁ ଧର୍ମ ଛାଡି ଇସଲାମ୍ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଜାତିଗତ ସଂରକ୍ଷଣ ସୁବିଧା ଦେବା ପାଇଁ ଯୁକ୍ତି କରୁଥିଲେ। ସେଥିପାଇଁ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଯାଇଥିଲେ । କିନ୍ତୁ ତାମିଲିନାଡୁ ସରକାରଙ୍କର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

  • ସେହିଭଳି ସମ୍ବିଧାନର ଅନୁସୂଚିତ ଜାତି ଆଦେଶ ଅନୁଯାୟୀ, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତି ବା ସିଡ୍ୟୁଲ୍ କାଷ୍ଟ ବର୍ଗର ସଦସ୍ୟ ଭାବେ ଗଣନା କରାଯିବ ନାହିଁ ।
  • ତେଣୁ ଜଣେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ଯଦି ଇସଲାମ୍ ଧର୍ମ ଗ୍ରହଣ କରନ୍ତି, ତେବେ ତାଙ୍କର SC ସଂରକ୍ଷଣ ସୁବିଧା ଆପେ ଆପେ ହଟିଯିବ ।
  • ଏପରିକି ଜଣେ ହିନ୍ଦୁ, ଧର୍ମ ପରିବର୍ତ୍ତନ କଲେ ଇସଲାମ୍ ଧର୍ମର ପଛୁଆ ବର୍ଗର ସଦସ୍ୟତା ଆପେ ଆପେ ମିଳିବ ନାହିଁ
  • ଅର୍ଥାତ ଇସଲାମ୍ ଧର୍ମର ଅଧିସୂଚିତ ପଛୁଆ ବର୍ଗର ସଦସ୍ୟତା ପାଇବା ପାଇଁ ହିନ୍ଦୁ ଧର୍ମର ପୂର୍ବ ଜାତିଗତ ପଛୁଆପଣକୁ ଆଇନଗତ ଆଧାର ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।
  • ସେହିଭଳି ପୁନର୍ବାର ହିନ୍ଦୁ ଧର୍ମକୁ ଫେରିଲେ ମଧ୍ୟ ସଂରକ୍ଷଣ ସ୍ୱତଃ ମିଳିବ ନାହିଁ।
  • ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ହିନ୍ଦୁ ଧର୍ମରୁ ଇସଲାମକୁ ପରିବର୍ତ୍ତନ ହେଉଥିବା ସଂଖ୍ୟା ଉପରେ ଅକୁଂଶ ଲାଗିପାରେ।
    ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ

ପୁରୀରେ କାହା ପଲ୍ଲା ଭାରି? ଧର୍ମେନ୍ଦ୍ରଙ୍କୁ ଚେକ୍ ଦେଉଛନ୍ତି କି ମୋହନ

ପୁରୀ ପଲିଟିକ୍ସକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି କୋଲ୍ଡ ୱାର । ପୂର୍ବତନ ବିଧାୟକ ମାନଙ୍କୁ ନେଇ ଧର୍ମେନ୍ଦ୍ର ପ୍ରଧାନ ବଳ କଷୁଥିଲା ବେଳେ CMଙ୍କ କ୍ୟାମ୍ପରେ ଅଛନ୍ତି ଷ୍ଟାଣ୍ଡିଂ MLA । ତେବେ ପ୍ରଶ୍ନ, କାହା କଣ୍ଟ୍ରୋଲରେ ପୁରୀ? ଅକ୍ଟୋବର 11 ତାରିଖ ରାତିରେ ପୁରୀରେ ଡେରା ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । 12 ତାରିଖ ସକାଳୁ ସେବା ସଙ୍କଳ୍ପ ଅଭିଯାନ ମାଧ୍ୟମରେ ପୁରୀ ବଡ଼ଦାଣ୍ଡ ଓ ଡିଷ୍ଟିକ୍ଟ ହେଡକ୍ୱାର୍ଡର ହସ୍ପିଟାଲର ସଫେଇ କଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ସାମିଲ ହେଲେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସଂଧ୍ୟାରେ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମେନ୍ଦ୍ର, ସେହି ପ୍ରୋଗ୍ରାମରେ ଉପସ୍ଥିତ ରହିଲେ ଧର୍ମେନ୍ଦ୍ରଙ୍କ ଦୃଢ଼ ସମର୍ଥକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଧର୍ମେନ୍ଦ୍ରଙ୍କୁ ମୋହନଙ୍କ କାଉଣ୍ଟର
ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପ୍ରୋଗ୍ରାମ କଲେ ସେପଟେ ପୁରୀକୁ ମହାନଗର ନିଗମ ମାନ୍ୟତା ଦେଇ କ୍ରେଡିଟ୍ ନେଉଥିବା ମୁଖ୍ୟମନ୍ତ୍ରୀ, ଆକ୍ସନ୍ ମୁଡକୁ ଆସିଗଲେ। ଠିକ୍ ସେହିଦିନ, ମାନେ ଅକ୍ଟୋବର 12 ତାରିଖରେ ଲୋକସେବା ଭବନରେ ପୁରୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

  • ଧର୍ମେନ୍ଦ୍ରଙ୍କ ପୁରୀର ପ୍ରୋଗ୍ରାମକୁ ଭୁବନେଶ୍ୱରରୁ କଲେ କାଉଣ୍ଟର
  • ପଲିଟିକାଲି ନୁହେଁ ବରଂ ପ୍ରଶାସନିକ ଶୈଳୀରେ ଧର୍ମେନ୍ଦ୍ରଙ୍କୁ ମିଳିଲା କାଉଣ୍ଟର
  • ଧର୍ମେନ୍ଦ୍ରଙ୍କ ସଫେଇ ଓ ସେବାୟତଙ୍କ କାର୍ଯ୍ୟକ୍ରମରେ ଥିଲେ ପଲିଟିକାଲ୍ ଲିଡର
  • ମାତ୍ର ମୋହନଙ୍କ ମିଟିଂରେ ରହିଲେ ଅଫିସର
  • ଚିଫ୍ ସେକ୍ରେଟାରୀ, ଡେଭଲପମେଣ୍ଟ କମିଶନର, CMOର ଶାସ୍ୱତ ମିଶ୍ରଙ୍କ ସହ ପୁରୀ କଲେକ୍ଟର ଏବଂ SPଙ୍କୁ ନେଇ ମିଟିଂ କଲେ ମୋହନ ମାଝୀ

 

କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ବିଦା ହେଲା ପରେ ବଦଳିଛି ପୁରୀ ଜିଲ୍ଲାର ପଲିଟିକାଲ୍ ଇକ୍ୟୁଏସନ୍ । ଧର୍ମେନ୍ଦ୍ରଙ୍କୁ କରଛଡ଼ା ଦେଉଛନ୍ତି ନେତା। ପ୍ରଧାନଙ୍କ କ୍ୟାମ୍ପର ଟାଣୁଆ ନେତା ଏବେ ମୁଖ୍ୟମନ୍ତ୍ରୀଙ୍କ ଟିମରେ । ପୁରୀ ଜିଲ୍ଲାରେ ଥିବା 6ଟି ବିଧାନସଭା ଆସନରୁ 4ଟି ଆସନରେ ବିଜେପି ବାଜିମାତ୍ କରିଥିଲା । ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯଦିଓ ପ୍ରାଇମେରୀ ଷ୍ଟେଜରେ ଧର୍ମେନ୍ଦ୍ରଙ୍କ ସହ ଥିଲେ, କିନ୍ତୁ ମନ୍ତ୍ରୀପଦ ଆଶାରେ ସେମାନେ ଏବେ ସିଏମଙ୍କ କ୍ୟାମ୍ପରେ । ନିମାପଡ଼ା MLA ତଥା ଡେପୁଟି ସିଏମ୍ ପ୍ରଭାତୀ ପରିଡ଼ା ତ ମୂଳରୁ ମନମୋହନ ସାମଲଙ୍କ ଟିମର । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯଦିଓ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ, କିନ୍ତୁ ତାଙ୍କ ଝିଆରି ତଥା ସିଟିଂ MLA ଉପାସନା ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ । ଆଉ ପୁରୀ ସାଂସଦ ସମ୍ବିତ ପାତ୍ର ଆରମ୍ଭରୁ ଧର୍ମେନ୍ଦ୍ରଙ୍କ ବିରୋଧୀ ଏ ଦୃଷ୍ଟିରୁ ବିଚାର କଲେ ପୁରୀ ଜିଲ୍ଲା ବିଜେପିର 4 ଜଣ ଷ୍ଟାଣ୍ଡିଂ MLA ଏବଂ MP ଧର୍ମେନ୍ଦ୍ରଙ୍କ ସହ ନାହାନ୍ତି। ଏକ୍ସ MLAଙ୍କ ଭରସାରେ ପଲିଟିକାଲ୍ ଆଟେନସନ୍ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଟା କରୁଥିଲା ବେଳେ ତାଙ୍କ ମିଟିଂକୁ ଫୁଜ୍ କରୁଛନ୍ତି ମୁଖ୍ୟମନ୍ତ୍ରୀ।  କିନ୍ତୁ ଆସନ୍ତା ଡିସେମ୍ବର ମାସରେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୁରୀ ସହରର କାର୍ଯ୍ୟକ୍ରମ, ହୁଏତ ଓଡ଼ିଶା ରାଜନୀତିକୁ ହଲଚଲ୍ କରିପାରେ । ଯଦି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମେନ୍ଦ୍ର ନିଜର ପଲିଟିକାଲ୍ ମୁଭମେଣ୍ଟରେ ସଫଳ ହୁଅନ୍ତି, ତାହାଲେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ବିଜୁ ଜନତା ଦଳକୁ ମଧ୍ୟ ବହୁତ ବଡ଼ ଝଟକା ମିଳିପାରେ ପୁରୀରୁ !
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ ବରାଳ

୨୮ ମାସରେ ୩ ରାଜ୍ୟପାଳ!କାହିଁକି ବଦଳୁଛନ୍ତି ଗଭର୍ଣ୍ଣର?

ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ । 28 ମାସରେ ଓଡ଼ିଶା ଦେଖିଲା 3 ରାଜ୍ୟପାଳ । ବାରମ୍ବାର ରାଜ୍ୟପାଳ ବଦଳିକୁ ନେଇ ପଲିଟିକାଲ୍ ସର୍କଲ୍ ସରଗରମ । ଓଡ଼ିଶାରେ ଏବେ ଟ୍ରିପଲ୍ ମୋହନ ରାଜ୍ ଚାଲିବା ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ବ୍ରଜ ମୋହନ ଏବଂ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅକ୍ତିଆରରେ ଏବେ ଓଡ଼ିଶା । ଓଡ଼ିଶାର ଗଭର୍ଣ୍ଣର ହରିବାବୁ କମ୍ଭମପାଟିଙ୍କୁ ରିପ୍ଲେସ୍ କରିଛନ୍ତି ବ୍ରଜମୋହନ ରାମ । CM ସିଟରେ ଆଦିବାସୀ ଚେହେରାଙ୍କୁ ଇଣ୍ଟ୍ରଡ୍ୟୁସ କରିଥିବା ବିଜେପି, ଗଭର୍ଣ୍ଣର ପଦରେ ଦଳିତ ନେତାଙ୍କୁ ବସାଇଛି । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ଝାଡ଼ଖଣ୍ଡର ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱ ତୁଲାଇଛନ୍ତି । 1996ରୁ 2004 ଯାଏଁ ପଲାମୁ ସିଟରୁ 3ଥର ଲୋକସଭାକୁ ପ୍ରତିନିଧିତ୍ୱ କରିଥିବା ବ୍ରଜମୋହନ, ଅନଡିଭାଇଡେଡ୍ ବିହାରରୁ ଲତେହାର ସିଟରୁ ବିଧାୟକ ହୋଇଥିଲେ । ବ୍ରଜମୋହନଙ୍କ ପାରିବା ପଣିଆକୁ ନୁହେଁ ବରଂ ବିଜେପି ସରକାରରେ ଗଭର୍ଣ୍ଣର ପୋଷ୍ଟକୁ ନେଇ ଚର୍ଚ୍ଚା।

ପ୍ରକୃତରେ ଅସୁବିଧା କେଉଁଠି, ରାଜ୍ୟପାଳଙ୍କ ଓଡ଼ିଶାରେ ରହିବାକୁ ଆଗ୍ରହ ନାହିଁ, ନା’ ରଖେଇ ଦେଉନାହାନ୍ତି ବିଜେପି ସରକାର । ହରିବାବୁ ବିଦା ହେବାର ଅସଲ କାରଣ କ’ଣ? ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ହଠାତ୍ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ, ଆଉ ହରିବାବୁ ହଠାତ ବିଦା । ତେବେ ହରିବାବୁ କମ୍ଭମପାଟି ଗଭର୍ଣ୍ଣର ସିଟରୁ ହଟିବା ନେଇ କୌଣସି କନଫ୍ୟୁଜନ୍ ନାହିଁ କାରଣ ତାଙ୍କର 5 ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇସାରିଛି ।

  • 2021 ମସିହା ଜୁଲାଇ 19 ତାରିଖରେ ମିଜୋରାମର ରାଜ୍ୟପାଳ ଆସନରେ ବସିଥିଲେ ହରିବାବୁ
  • 2025 ଜାନୁଆରୀ 2 ତାରିଖରେ ମିଜୋରାମ ଛାଡିଥିଲେ ହରିବାବୁ
  • 2025 ମସିହା ଜାନୁଆରୀ 3 ତାରିଖରୁ 2026 ଅକ୍ଟୋବର 12 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଗଭର୍ଣ୍ଣର ସିଟରେ ବସିଲେ
  • ସମ୍ବିଧାନର ଅନୁଚ୍ଛେଦ 156(3) ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟକାଳ ହେଉଛି 5 ବର୍ଷ
  • ସେହି ହିସାବରେ ହରିବାବୁଙ୍କ କାର୍ଯ୍ୟକାଳ 2026 ଜୁଲାଇ 18 ତାରିଖରୁ ଶେଷ ହୋଇଯାଇଛି
  • ମିଜୋରାମରେ 3 ବର୍ଷ 3 ମାସ 14 ଦିନ ଏବଂ ଓଡ଼ିଶାରେ ବର୍ଷେ 9 ମାସ 9 ଦିନକୁ ମିଶାଇ 5 ବର୍ଷ 2 ମାସ 23 ଦିନ କ୍ଷମତାରେ ରହିଛନ୍ତି ହରିବାବୁ
  • ଟର୍ମ କମ୍ପ୍ଲିଟ ହେବା ପରେ ମଧ୍ୟ 2 ମାସ 23 ଦିନ ଏକ୍ସଟ୍ରା ସମୟ ଗଭର୍ଣ୍ଣର ସିଟରେ ବସିଛନ୍ତି
  • ତାଙ୍କର ଟେନ୍ୟୁୟରକୁ ନେଇ କୌଣସି ସନ୍ଦେହ ନାହିଁ, କିନ୍ତୁ କଥା ହେଉଛି ଅନ୍ୟ କୌଣସି ରାଜ୍ୟର ଦାୟିତ୍ୱ ମିଳିନି
    ଓଡ଼ିଶାରୁ ବିଦା ହେବା ପଛରେ ତାଙ୍କର ଏକ୍ସଟ୍ରା ପଲିଟିକାଲ୍ ଇଣ୍ଟରଫେୟାରାନ୍ସ ହିଁ ମେନ୍ କଜ୍ ବୋଲି ଚର୍ଚ୍ଚା ହେଉଛି
  • ହରିବାବୁ ରାଜ୍ୟପାଳ ପଦର ମର୍ଯ୍ୟଦା ହାନୀ କରିଥିବାର ଅଭିଯୋଗ ହେଉଥିଲା
  • ପ୍ରୋଟୋକଲକୁ ଭାଙ୍ଗି ମନ୍ତ୍ରୀ ମାନଙ୍କର ଘରକୁ ଯାଇ ସେ ସାକ୍ଷାତ କରୁଥିଲେ
  • ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଜଳସମ୍ପଦ ବିଭାଗର ସମୀକ୍ଷା ମଧ୍ୟ କରୁଥିଲେ, ଯାହା ପ୍ରୋଟୋକଲ୍ ବାହାରେ
  • ତେବେ ଏହା ପୂର୍ବରୁ ଓଡ଼ିଶାରେ ବିଜେପି ସରକାରକୁ ଆସିବାର 6ମାସ ପରେ ଗଭର୍ଣ୍ଣର ସିଟରୁ ହଟିଥିଲେ ରଘୁବର ଦାସ
  • ରଘୁବର ଦାସ 2024ଡିସେମ୍ବର 24 ତାରିଖରେ ହଠାତ୍ ରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା
  • ଏବେ ଆସିଲେଣି ବ୍ରଜମୋହନ ରାମ
    ତେବେ ବିଜୁ ଜନତା ଦଳର 24 ବର୍ଷ ସରକାର ସମୟରେ ଓଡ଼ିଶାବାସୀ ଦେଖିଥିଲେ 6 ଜଣ ରାଜ୍ୟପାଳ, କିନ୍ତୁ ବିଜେପିର ମାତ୍ର 28 ମାସର ସରକାରରେ ଓଡ଼ିଶା ଦେଖିଲାଣି 3 ରାଜ୍ୟପାଳ ।
    ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା