ସେଦିନ ଚିଠିରେ କାହିଁକି ତାର ବାନ୍ଧିଥିଲେ ଫକୀରମୋହନ ସେନାପତି ?

ଭୋଳାନାଥ ଖମାରିଆ ଜାଣିବୁ,ମହାରାଣୀ ପୁତ୍ରଙ୍କ ସକାଶେ ନିତାନ୍ତ ଦରକାର,ଅତିଶିଘ୍ର ଶହେ ହେଲେ ମଧ୍ୟ ପାନ,ଦୁଇ ସହ ଗୁଆ ପଠେଇବୁ। ଉତ୍ତର ପଟୁ ମାହାରା କରି ଆଖୁ ବାଡ଼ିକୁ ଶିଘ୍ର ପାଣି ବୁହାଇବୁ। ନୋହିଲେ ଆଖୁବାଡ଼ି ବିନାଶ ଯିବ ବୋଲି ଜାଣିବୁ। ଇତି ଫକିର ମୋହନ ସେନାପତି। ସେଦିନ ଏମିତି ଏକ ଚିଠି ଚହଳ ପକାଇଥିଲା। ଚିଠି ଉପରେ ବନ୍ଧା ହୋଇଥିଲା ୩ ଖଣ୍ଡ ତାର। ଯାହାର ଗୁଢ ରହସ୍ୟ ଭେଦ କରିବା ଏତେଟା ସହଜ ନ ଥିଲା। ଶହେ ପାନ,ଦୁଇ ଶହ ଗୁଆ ଆଖୁବାଡ଼ି ଏ ସବୁକୁ ବୁଝିବା ପାଇଁ ଲୋଡ଼ା ପଡିଥିଲେ ମଧୁସୁଦନ ଦାସ। ପ୍ରଜାମେଳି ସମୟରେ ବନ୍ଦୀ ହୋଇ ମାଟିର ସୁରକ୍ଷା ପାଇଁ ପାନକୁ ସିପାହି,ଗୁଆକୁ ଗୁଳି ଆଖୁବାଡିରୁ ପାଣି ଅର୍ଥ ସିଂହଭୁମିରୁ ସୈନ୍ୟ ମଗାଇ ସେ ଦେଇଥିଲେ ବିଦ୍ରୋହର ଇସାରା।ବୌଦ୍ଧିକ ଜ୍ଞାନର ସେନାପତି। ଚିଠି ଉପରେ ତିନି ଖଣ୍ଡ ତାର ବାନ୍ଧିବାର ଉଦ୍ଧେଶ୍ୟ ଥିଲା ଗଭର୍ଣ୍ଣର,ସୁପରିଟେଣ୍ଡେଣ୍ଟ ଓ ନନ୍ଦକିଶୋର ବାବୁଙ୍କୁ ଏ ବାର୍ତ୍ତା ଜଣାଇ ଆଶୁ ପଦକ୍ଷେପ ନେବା। ତାଙ୍କର ଏ ବିଚକ୍ଷଣତା ହିଁ ତାଙ୍କୁ ସଜେଇଥିଲା ପ୍ରକୃତ ସେନାପତି।

ସଂକ୍ରାନ୍ତି ପୁରୁଷ ଫକିରମୋହନ
ଫକିରମୋହନ ସେନାପତି ହେଉଛନ୍ତି ଓଡ଼ିଆ ସାହିତ୍ୟର ସେନାପତି। ବଙ୍ଗାଳୀଗୋଷ୍ଠିଙ୍କ ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷା ମାନ୍ୟତାରୁ ବଞ୍ଚିତ କରିବାର ପ୍ରଚେଷ୍ଠାକୁ ବିଫଳ କରିବାରେ ସେ ସଫଳ ହୋଇଛନ୍ତି। ତାଙ୍କର ଜନ୍ମ ଓ ମୃତ୍ୟୁ ଲଗ୍ନ ସଂକ୍ରାନ୍ତିରେ ହୋଇଥିବାରୁ ତାଙ୍କୁ ସଂକ୍ରାନ୍ତି ପୁରୁଷ ବି କୁହାଯାଏ। ୧୮୪୩ ମକର ସଂକ୍ରାନ୍ତିରେ ଜନ୍ମ ହୋଇଥିବା ଫକିର ମୋହନ ୧୯୧୮ ମସିହା ଜୁନ୍ ୧୪ର ରଜ ସଂକ୍ରାନ୍ତିରେ ଦେହାନ୍ତ ହୋଇଥିଲା।

ଓଡ଼ିଆ ଗଳ୍ପ ଜଗତର ଅନ୍ତୁଡ଼ିଶାଳ ଫକିରମୋହନ
ପଦ୍ୟ ବିଭାଗ ସେତେବେଳେ ଓଡ଼ିଆ ସାହିତ୍ୟକୁ ଆବୁଡ଼ି ରଖିଥିବା ବେଳେ ତା ଠୁ ଭିନ୍ନ ଧାରାରେ ଯାଇ ସେ ପକେଇଥିଲେ ଗଦ୍ୟ ସାହିତ୍ୟର ମୂଳଦୁଆ। ତାଙ୍କ ରଚିତ ରେବତୀ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ର ଗଳ୍ପ। ଲୋ ରେବ, ଲୋ ନିଆଁ, ଲୋ ଚୁଲି ଆଜିବି ପ୍ରତିଟି ପାଠକଙ୍କୁ ସେନାପତି ମୁହାଁ କରେ। ୧୨୫ ବର୍ଷ ପରେ ବି ଏ ଗପରେ ନୂଆ ପଣ ଅଛି। ଏହା ବ୍ୟତୀତ ପ୍ରାୟଶ୍ଚିତ,ଛ ମାଣ ଆଠ ଗୁଣ୍ଠ,ମାମୁଁ, ଲଛମା ଭଳି କାଳଜୟୀ ସୃଷ୍ଟି ତାଙ୍କୁ ଆମର କରିଛି।ଆତ୍ମଜୀବନ ଚରିତ ଭଳି ଆତ୍ମଜୀବନୀ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମ ଜୀବନି। ତାଙ୍କର କଲମ ଚାଳନା ଓ କଥା କୋଣାର୍କ ପାଇଁ ସେ ସର୍ବପୂଜ୍ୟ।
ଏ ଷ୍ଟୋରୀ ଲେଖିଛନ୍ତି –ରଶ୍ମିତା ବେହେରା
Connect With Us