ବ୍ରିଟେନ ରାଜନୀତି ଏକ ନୂଆ ମୋଡ ନେଇଛି।ସମର୍ଥନ ଗଣିତରେ ଫେଲ୍ ମାରିଛନ୍ତି ହାଇ ପ୍ରୋଫାଇଳ ନେତା। ପାର୍ଟି ମଧ୍ୟରେ ବିଦ୍ରୋହ କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଜୁଲାଇ ୭ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କଞ୍ଜରଭେଟିଭ ପାର୍ଟିର ୫୦ ଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ବାଧ୍ୟ ହୋଇ ବୋରିସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଭବ ଋଷି ସୁନକ୍ ସବୁଠୁ ଆଗରେ ରହିଛନ୍ତି। ଯଦି ସେ ବିଜୟଲାଭ କରନ୍ତି ତେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିବେ।

ଭାରତୀୟ ବଂଶୋଭବ ଋଷି ସୁନକ୍

କେମିତି କ୍ଷମତାଚ୍ୟୁତ ହେଲେ ବୋରିସ୍ ଜନସନ୍

ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ରାଜନୈତୀକ କନ୍ଦଳ ହେତୁ ସେ ଏପରି କରିଥିବା ଚର୍ଚ୍ଚା ହେଉଛି। ଜୁଲାଇମାସ ଆରମ୍ଭରୁ ବୋରିସଙ୍କ ଉପରେ ରାଜନୈତୀକ ଚାପ ପଡୁଥିଲା। ବୋରିସଙ୍କୁ ବିରୋଧ କରି ଗୋଟେଏ ପରେ ଗୋଟାଏ ନେତା ଇସ୍ତଫା ଦେଇଥିଲେ। ସର୍ବପ୍ରଥମେ  ବ୍ରିଟେନ ସରକାରରେ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ ଇସ୍ତଫା ଦେଇଥିଲେ। ଏହାପରେ  ୩ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୫୦ ଜଣ ସାଂସଦ ଇସ୍ତଫା ଦେଇଛନ୍ତି। ସମର୍ଥନ ଗଣିତରୁ ପଛରେ ରହିଯାଇଥିବାରୁ ବୋରିସ୍ ବାଧ୍ୟହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ବୋରିସ୍ ଜନସନ

କଡ ଲେଉଟାଉଛି ଇତିହାସ !
ସମୟ ଥିଲା ଭାରତର ଶାସନ ଡୋରି ବ୍ରିଟିଶ ଅଧିକାରୀଙ୍କ ହାତରେ ଥିଲା ।ଭାରତକୁ ଶାସନ କରୁଥିଲେ ବ୍ରିଟିଶ ଅଧିକାରୀ। ମାତ୍ର ଆଜି ଇତିହାସ କଡ ଲେଉଟାଇବାକୁ ଯାଉଛି। ଦୀର୍ଘ ଦିନ ଧରି ଭାରତକୁ ଶାସନ କରୁଥିବା ଦେଶକୁ ଶାସନ କରିବେ ଜଣେ ଭାରତୀୟ ବଂଶୋଦ୍ଭବ। ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଢ଼େର୍ ଅଧିକ। ଋଷି ସୁନକ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ। ବ୍ରିଟେନରେ ତାଙ୍କର ଅଧିକ ଲୋକପ୍ରିୟତା ରହିଛି। ସେ ସରକାରଙ୍କ ଚେହେରା ଭାବେ ବିଭିନ୍ନ ପ୍ରସଙ୍ଗରେ ସାମ୍ନାରେ ରହୁଥିଲେ। କରୋନା କାଳରେ ବ୍ରିଟେନର ଅର୍ଥନୀତିରେ ସୂଧାର ଆଣିବା ଓ କୋଭିଡ ମ୍ୟାନେଜମେଣ୍ଟକୁ ନେଇ ସେ ବିଶ୍ୱରେ ଚର୍ଚ୍ଚିତ। ସେ ପ୍ରଧାନମନ୍ତ୍ରୀ ହେଲେ ଭାରତପାଇଁ ଏହା ଗର୍ବ ଓ ଗୌରବର ବିଷୟ ସାଜିବ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା