ଜଞ୍ଜିର ଫିଲ୍ମ ହିଟ୍ ହୋଇନଥିଲେ ହୁଏତ ବାହା ହୋଇପାରି ନ ଥାଆନ୍ତେ ଅମିତାଭ ଓ ଜୟା

ଭାରତୀୟ ସିନେମାରେ ଅମିତାଭ ଓ ଜୟା ବହୁ ଚର୍ଚ୍ଚିତ ଚେହେରା। ସିନେମାର ଶିରୋନାମାରେ ଉଭୟଙ୍କ ସ୍ଥାନ ଖୁବ୍ ଶୀର୍ଷରେ।କେବଳ ଅଭିନୟର ଗାର ଭିତରେ ସେମାନଙ୍କ ସମ୍ପର୍କ ସୀମିତ ନୁହେଁ ,ବରଂ ଅଭିନୟର ସରହଦ ଡେଇଁ,ପତି ପତ୍ନୀର ଲକ୍ଷ୍ମଣ ରେଖା ଭିତରେ ରହି ସେମାନେ ଏକ ସୁନ୍ଦର ବୈବାହିକ ଜୀବନ ଜିଇବାରେ ସଫଳ ହୋଇଛନ୍ତି। ଦର୍ଶକଙ୍କ ପ୍ରଶଂସା ସହ ସାଉଁଟିଛନ୍ତି ଦାମ୍ପତ୍ୟ ଜୀବନର ସଫଳତା। ସମ୍ପର୍କର ବେଳାଭୁମିରେ ଗଢ଼ିବାକୁ ସମର୍ଥ ହୋଇଛନ୍ତି ନିଚ୍ଛକ ପ୍ରେମର ତାଜମହଲ ପରସ୍ପର ପ୍ରତି ହୃଦୟରେ ସାଇତା ପ୍ରେମକୁ ଆଧାର କରି ଗଢ଼ିତୋଳିଚନ୍ତି ଭଲପାଇବାର ରାଜମହଲ। ତେବେ ଉଭୟଙ୍କ ପ୍ରେମ ଓ ବିବାହ ପଛରେ ଲୁଚିରହିଥିବା ଅନେକ ରହସ୍ୟ ଅନେକଙ୍କୁ ଅଜଣା।

ରିଲ୍ ଲାଇଫରୁ ରିୟଲ୍ ଲାଇଫରେ ଅମିତାଭ-ଜୟା
ଅମିତାଭ ଓ ଜୟାଙ୍କ ବିବାହ ଏକ ପ୍ରେମବିବାହ ଥିଲା। ଫିଲ୍ମ ଜଗତରୁ ହିଁ ଫିଲ୍ମି ଆନ୍ଦାଜରେ ସେମାନଙ୍କ ପ୍ରେମ ସମ୍ପର୍କ ଦୃଢ଼ୀଭୁତ ହୋଇଥିଲା। ଅଲ୍ ଇଣ୍ଡିଆ ରେଡ଼ିଓରୁ ବିଫଳ ହେବାପରେ ସଙ୍ଘର୍ଷରତ ଅମିତାଭ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ୧୯୬୯ ମସିହାରେ ତାଙ୍କ ଅଭୀନିତ ହିନ୍ଦୁସ୍ଥାନୀ ଏତେଟା ସଫଳତା ହାସଲ କରିପାରିନଥିଲା। ତଥାପି ପଛକୁ ପାଦ ନ ହଟାଇ ଆଗକୁ ବଢ଼ିଚାଲିଥିଲେ ଅମିତାଭ।ସମୟକ୍ରମେ ଜୟା ମଧ୍ୟ ଫିଲ୍ମ ଲାଇନରେ ଧମାକେଦାର ଏଣ୍ଟ୍ରି ମାରିଲେ। ଜୟାଙ୍କ ବାପାଙ୍କ ବନ୍ଧୁ ତପନ ସିହ୍ନାଙ୍କ ପରାମର୍ଶ କ୍ରମେ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ବଙ୍ଗାଳୀ ଫିଲ୍ମ ମହାନଗରରେ ସେ ଅଭିନୟ କରିଥିଲେ। ଧିରେଧିରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ବୃଦ୍ଧି ପାଇଥିଲା। ସେ ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ରୁ ଗୋଲ୍ଡ ମେଡାଲ୍ ବି ପାଇଥିଲେ। ପୁନେରେ ହିଁ ଉଭୟ ପରସ୍ପରଙ୍କୁ ଜାଣିବାର ସୁଯୋଗ ପାଇବା ସହ ଭଲପାଇବା ଆରମ୍ଭ କରିଥିଲେ। ଗୁଡି ଫିଲ୍ମରେ ଉଭୟ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ।

ଅମିତାଭ-ଜୟାଙ୍କ ବିବାହ ପଛରେ ଜଞ୍ଜିର
ଅମିତାଭ-ଜୟାଙ୍କ ପ୍ରେମକୁ ସିନ୍ଦୁରରେ ବଦଳାଇଥିଲା ଫିଲ୍ମ ଜଞ୍ଜିର। ପ୍ରକାଶ ମେହେରାଙ୍କ ନିର୍ଦ୍ଧେଶିତ ଫିଲ୍ମ ଜଞ୍ଜିର ସେମାନଙ୍କ ସମ୍ପର୍କକୁ ନୂଆ ମୋଡ ଦେବା ସହ ପ୍ରେମକୁ ପୂର୍ଣ୍ଣାଙ୍ଗ କରିଥିଲା। ୧୯୭୨ ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଏତେଟା ସଫଳତା ସାଉଁଟି ପାରିନଥିଲା ଜଞ୍ଜିର। ମାତ୍ର ଦ୍ୱିତୀୟ ସପ୍ତାହରେ ଅମାପ ସଫଳତା ସହ ଏହା ବ୍ଲକ୍ ବ୍ଲଷ୍ଟର ସାଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇଯାଇଥିଲା। ଖୁବ୍ ଭଲପାଇବା ଦେଇଥିଲେ ଦର୍ଶକ। ତେବେ ଅମିତାଭ ଓ ଜୟା ପୁର୍ବରୁ କଥା ହୋଇଥିଲେ ଯେ ଏହି ଫିଲ୍ମ ଯଦି ହିଟ୍ ହେବ ତ ସେମାନେ ବିଦେଶ ବୁଲିବାକୁ ଯିବେ। ଫିଲ୍ମ ସୁପରହିଟ୍ ହେବାର ଖୁସିରେ ସେମାନେ ଯେତେବେଳେ ବାହାରକୁ ଯିବା ପୁର୍ବରୁ ପରିବାର ଲୋକଙ୍କୁ ଜଣାଇଲେ ସେତେବେଳେ ତାଙ୍କ ପ୍ରେମରୁ ପରଦା ହଟିବା ସହ ଉଭୟଙ୍କ ପରିବାର ବିଦେଶ ଯିବା ପୁର୍ବରୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ଉଭୟଙ୍କ ଜୀବନରେ ଜଞ୍ଜିର ହିଁ ନୂଆ ମୋଡ ଆଣିଥିଲା। ଅମିତାଭ ଓ ଜୟା ପରିବାର ଲୋକଙ୍କ ସମ୍ମତିରେ ବିବାହ କରି ବିଦେଶ ଯାଇଥିଲେ । ଧିରେଧିରେ ସେମାନଙ୍କ ବିବାହ ପଛରେ ଜଞ୍ଜିରର ଭୁମିକା ପଦାକୁ ଆସିଥିଲା।
Connect With Us