human-sagar

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ବିବାଦ ଘେରରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ପ୍ରସଙ୍ଗ ତାଙ୍କୁ ଅଡୁଆରେ ପକାଇଛି। ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ ସାଗର କହିବା ସହିତ ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ

 ଯୋଡିରେ ଫାଟ !
ସଂଗିତ ଜଗତର ଦୁଇ ସୁପର୍ ଯୋଡି ହ୍ୟୁମାନ୍ ସାଗର ଓ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ଏପରିକି ଜାପାନୀ କଟକ ଆସିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ସେ ଧମକ ଦେଇଥିବା ଶୁଣିବାକୁ ମିଳିଛି। ଏନେଇ ଜାପାନୀ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓଲିଉଡରେ ଏକାଧିକ ଗୀତ ଗାଇ ଓଡିଶାର ଘରେ ଘରେ ପହଞ୍ଚି ପାରିଛନ୍ତି। ଜଗନ୍ନାଥ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି କହି ସେଗୀତ ଗାଇବାକୁ ବାଣଣ କରିବା ଜାପାନୀ କହିଛନ୍ତି। ତାଙ୍କୁ ନେଇ ଏଭଳି ବିବାଦ ପରେ ଚାରିଆଡୁ ଉଦଗେବ ପ୍ରକାଶ ପାଇଛି। ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତାଙ୍କ ବିରୋଧରେ ଏଭଳି ଷଡଯନ୍ତ୍ର କରୁଥିବା ତାଙ୍କ ସମର୍ଥକ ଫେସବୁକ ପୋଷ୍ଟରେ ଲେଖିଛନ୍ତି।