ଅବଦୁଲ କାଲାମ ଏବେବି ଅନେକଙ୍କ ପାଇଁ ପ୍ରେରଣାର ପୁଞ୍ଜି। ତାଙ୍କର ନିଆରା ବ୍ୟକ୍ତିତ୍ୱ,ଅନନ୍ୟ ବିଚାରାଧାରା,ଆଦର୍ଶ ଜୀବନଶୈଳୀ,ଅତୁଟ ଇଛାଶକ୍ତି,ଦୃଢ଼ ମନୋଭାବ ,ଅଦମ୍ୟ ଅଭିଳାଷ ପାଇଁ ସେ ସବୁଠି ପରିଚିତ। ତାଙ୍କର ପ୍ରତିଟି ଉକ୍ତି ସମସ୍ତଙ୍କୁ ଚକିତ କରିବା ସହ ପ୍ରେରଣା ଦେଇଥାଏ। ବିଫଳତାର ମରୁଭୁମିରେ ସଫଳତାର ବର୍ଷା କରେଇବାର କଳା ତାଙ୍କୁ ଖୁବ୍ ଜଣା ଥିଲା। ଭାରତର ସର୍ବୋଚ୍ଚପଦବୀ ରାଷ୍ଟ୍ରପତି ଆସନରେ ବସିଲା ପରେ ବି ତାଙ୍କର ଜୀବନଶୈଳୀରେ ସାମାନ୍ୟତମ ପରିବର୍ତ୍ତନ ଆସି ନଥିଲା। ସ୍ୱପ୍ନ ତ।ହ। ନୁହେଁ, ଯ।ହ। ତୁମେ ଶୋଇଲା ବେଳେ ଦେଖ,ମାତ୍ର ସ୍ୱପ୍ନ ତାହା ଯିଏ ତୁମକୁ କେବେ ଶୋଇବ।କୁ ଦିଏନାହିଁ । ଆଜିବି ଏ ଉକ୍ତି ଅନେକଙ୍କୁ ସ୍ୱପ୍ନାଦର୍ଶୀ କରି ବାସ୍ତବ ସପଳତାର ରୁପାୟନ ପାଇଁ ଖୋରାକ୍ ଯୋଗାଏ।
ପେପର ହକରରୁ ରାଷ୍ଟ୍ରପତି
ତ।ମିଲନ।ଡୁର ର।ମେଶ୍ୱରମ୍ ଜିଲ୍ଲ।ର ଧନୁଷକୋଡିରେ କଲ।ମଙ୍କ ଜନ୍ମ। ୧୯୩୧ ଅକ୍ଟୋବର ୧୫ରେ ଏକ ଗରିବ ମୁସଲିମ ପରିବ।ରରେ ସେ ଜନ୍ମଗ୍ରହଣ କରିଥିଲେ। ପରିବ।ରର ୫ ସନ୍ତ।ନଙ୍କ ମଧ୍ୟରେ କଲ।ମ ଥିଲେ ସବୁଠୁ ସ।ନ। ଖୁବ କମ ବୟସରୁ କଲ।ମ ଡଙ୍ଗ। ଚଳ।ଇବ। ସହ ଖବର କ।ଗଜ ବିକ୍ରି କରୁଥିଲେ। କିନ୍ତୁ ତାଙ୍କର ପ୍ରତିବଦ୍ଧତା ତାଙ୍କୁ ଅନେକ ସଫଳତା ଆରି ଦେଇଥିଲା।ତ।ଙ୍କ ସରଳତ।, ସଚ୍ଚୋଟତ। ଓ କଠିନ ପରିଶ୍ରମ ତ।ଙ୍କୁ ଖବର କ।ଗଜ ହକରରୁ ମିସ।ଇଲ ମ୍ୟ।ନ ଆଉ ଦେଶର ର।ଷ୍ଟ୍ରପତି କରିଥିଲ। ଖ।ଲି ଦେଶ ନୁହେଁ ସ।ର। ବିଶ୍ୱରେ ସେ ସମସ୍ତଙ୍କ ପ।ଇଁ ପ୍ରେରଣା ପାଲଟିଛନ୍ତି ।କେବଳ ଗୋଟିଏ ଟ୍ରଙ୍କରେ ଥିଲ। ତ।ଙ୍କ ଜୀବନ ସମସ୍ତ ସମ୍ପତ୍ତି ଯାହା ତାଙ୍କ ସରଳତା ଓ ସାଧୁତାର ଶ୍ରେଷ୍ଠ ପ୍ରମାଣ।
ମିଶାଇଲ ମ୍ୟାନ୍ କାହିଁକି?
କାଲାମଙ୍କୁ ମିଶାଇଲ ମ୍ୟାନ ମଧ୍ୟ କୁହାଯାଏ। ସିନିୟର ସ।ଇଣ୍ଟଣ୍ଟିଫିକ ଆସିଷ୍ଟ।ଣ୍ଟ ଭ।ବେ ୧୯୮୫ରେ ଯୋଗ ଦେଇ ସେ ଏକ ଭିନ୍ନ ଯାତ୍ରାର ଆରମ୍ଭ କରିଥିଲେ।୧୯୬୯ରେ ମହ।କ।ଶ କେନ୍ଦ୍ର ଇସ୍ରୋ ସହ ଯୋଡି ହୋଇଥିଲେ । ସେବେଠୁ ସେ ଅନେକ ସଫଳତା ଆଣି ଦେଇଛନ୍ତି। ୧୯୯୮ ଐତିହ।ସିକ ପୋଖର।ନ ଆଣବିକ ବୋମ। ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରଧ।। ତ।ଙ୍କ ତତ୍ୱବଧ।ନରେ ଭ।ରତର ପ୍ରଥମ ମହ।କ।ଶ ଯ।ନ ଏସଏଲଭି-୩ ସ୍ପେସ ଭେଇକିଲ୍ ନିର୍ମାଣ ହୋଇଛି। ସେ ଦେଶକୁ ଅଗ୍ନି, ତ୍ରିଶୁଳ, ପୃଥ୍ୱୀ, ବ୍ରହ୍ମାସ୍ତ୍ର ଭଳି କ୍ଷେପଣ।ସ୍ତ୍ର ଭେଟି ଦେଇ ଥିବାରୁ ତାଙ୍କୁ ମିଶାଇଲ ମ୍ୟାନର ଆଖ୍ୟା ଦିଆଯାଇଛି ।ତ।ଙ୍କର ଅତୁଳନୀୟ ଅବଦ।ନ ପ।ଇଁ ତ।ଙ୍କୁ ୧୯୯୭ରେ ଭ।ରତ ରତ୍ନ ,୧୯୮୧ରେ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମ।ନ ପ୍ରଦାନ କରାଯାଇଛି। ୨୦୧୫ ଜୁଲ।ଇ ୨୭ରେ ତାଙ୍କର ଦେହାନ୍ତ ହୋଇଛି ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା