Most expensive divorce,Dubai ruler ordered to pay ex-wife $700 million in divorce settlement

 ଛାଡପତ୍ର ପାଇଁ ୫୫୦୦ କୋଟି ! ଦୁବାଇର ରାଜା ଶେଖ ମହମ୍ମଦ ବିନ୍ ରସିଦ ଅଲ-ମାକ୍ଟୁମ ତାଙ୍କ ପତ୍ନୀ ରାଜକୁମାରୀ ହାୟାଙ୍କୁ ଛାଡପତ୍ର ଦେଇଛନ୍ତି।ଏଥିପାଇଁ ତାଙ୍କୁ  ପ୍ରାୟ ୫୫୦୦ କୋଟି ଟଙ୍କା ଦେବାକୁ ପଡିବ।ବ୍ରିଟେନର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଛାଡପତ୍ରର ସମାଧାନ ଏବଂ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜାଙ୍କୁ ଏହି ରାଶି ଦେବାକୁ ପଡିବ ବୋଲି କୋର୍ଟ ଯୁକ୍ତି ବାଢ଼ିଛନ୍ତି। 

ଦୁବାଇର ରାଜା ଶେଖ ମହମ୍ମଦ ବିନ୍ ରସିଦ ଅଲ-ମାକ୍ଟୁମ ଓ ପତ୍ନୀ ରାଜକୁମାରୀ ହାୟା

ଇତିହାସରେ ପ୍ରଥମ
ଆଇନଗତ ଇତିହାସରେ ଏପରି ମୁଲ୍ୟର ଛାଡପତ୍ର ବୁଝାମଣା ପ୍ରଥମଥର ହୋଇଛି।।ଜୋର୍ଡାନର ପୂର୍ବତନ ରାଜା ହୁସେନ୍‌ଙ୍କ ଝିଅ ରାଜକୁମାରୀ ହାୟା ଓ ତାଙ୍କ ପିଲାମାନଙ୍କୁ ଆତଙ୍କବାଦ କିମ୍ବା ଅପହରଣ ଭଳି ଧମକରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ୍ ବୋଲି ହାଇକୋର୍ଟର ବିଚାରପତି ଫିଲିପ ମୁର ତାଙ୍କ ନିଷ୍ପତ୍ତିରେ କହିଛନ୍ତି।ଏହି ସମାଧାନ ପାଇଁ ରାଜକୁମାରୀ ହାୟା ପ୍ରାୟ ୧୪ ହଜାର କୋଟି ଟଙ୍କା ମାଗିଥିଲେ।ବିଚାର ପରେ ତାଙ୍କୁ ୫୫୦୦ କୋଟି ଟଙ୍କା  ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।