ନୋବେଲ ପୁରସ୍କାର ହେଉଛି ବିଶ୍ୱର ଏକ ମର୍ଯ୍ୟଦାଜନକ ପୁରସ୍କାର। ଏହାକୁ ସର୍ବୋଚ୍ଚ ପୁରସ୍କାର ହିସାବରେ ମଧ୍ୟ ବିବେଚନା କରାଯାଏ। ଏହି ପୁରସ୍କାରର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ ବୈଜ୍ଞାନିକ ତଥା ଡିନାମାଇଟର ଉଦ୍ଭାବକ ଡ.ଆଲଫ୍ରେଡ ନୋବେଲ। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ବ୍ୟାଙ୍କ ଅଫ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଆପଣ ମାନେ ଲକ୍ଷ କରିଥିବେ ଯେ ପୁରସ୍କାର ବିଜେତାଙ୍କ ଫଟୋ ନୁହେଁ ବରଂ ପୋଟ୍ରେଟ୍ ପ୍ରକାଶ ପାଏ। ଏହି ଚିତ୍ର ଗୁଡିତ କଳା ବର୍ଡର ଓ ସୁନେଲି ରଙ୍ଗର ସମାହାର ହୋଇଥାଏ। ତେବେ ସେମାନଙ୍କର ଫଟୋ ବଦଳରେ ଏଭଳି ପୋଟ୍ରେଟ୍ କାହିଁକି ଜାରି ହୁଏ ଏ ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ।ଆସନ୍ତୁ ସେ ସମ୍ପର୍କରେ ଜାଣିବା।
ପୋଟ୍ରେଟରେ କଳା ଓ ହଳଦୀଆ ରଙ୍ଗ କାହିଁକି?
ସୋସିଆଲ ମିଡିଆରେ ନୋବେଲ ପୁରସ୍କାର ବିଜେତାମାନଙ୍କ ଫଟୋ ଦେଖିବାକୁ ମିଳେନାହିଁ। ହାତରେ ଅଙ୍କା ହୋଇଥିବା ପୋଟ୍ରେଟ୍ ହିଁ ସାମ୍ନାକୁ ଆସିଥାଏ। ସେ ଚିତ୍ର ପୁଣି କେବଳ କଳା, ହଳଦିଆ ରଙ୍ଗରେ ଅଙ୍କା ହୋଇଥାଏ। ପୁର୍ବରୁ ବିଜେତାଙ୍କ ଫଟ ସଂଗ୍ରହ କରିବା ସମ୍ଭବପର ହେଉ ନଥିଲା। ଯାହା ବି ଫଟ ମିଳୁଥିଲା ତାହା ଏତେ ଭଲ କ୍ୱାଲିଟିର ନଥିଲା। ତେଣୁ ବାଧ୍ୟ ହୋଇ ପୋଟ୍ରେଟ ଆଙ୍କିବାକୁ ପଡ଼ିଥିଲା। ସେବେଠୁ ଏ ପ୍ରଥା ପ୍ରଚଳିତ ହୋଇ ଆସୁଛି। ୨୦୧୭ରେ ନୋବେଲ ପୁରସ୍କାର ବିଜେତା ଚୟନ କରିଥିବା କମିଟି ନିଷ୍ପତ୍ତି ନେଇଥିଲା ଯେ ବିଜେତାଙ୍କ ନାମ ସ୍ୱର୍ଣ୍ଣିମ ରଙ୍ଗରେ ଘୋଷଣା କରାଯିବ। ଏଠାରୁ ହିଁ ସେ ଏହି ଧାରଣା ଆଣିଥିଲେ ଯେ ଚିତ୍ରର ରଙ୍ଗ ସୁନେଲି ହେବ। ଚିତ୍ରର ରଙ୍ଗକୁ ସୁବର୍ଣ୍ଣ କରିବା ପାଇଁ ସୁନା ଫଏଲ୍ ବ୍ୟବହୃତ ହୋଇଥିଲା। ଚିତ୍ରରେ ଏକ ବିଶେଷ ପ୍ରକାରର ଅଠା ପ୍ରୟୋଗ କରାଯାଏ ଏବଂ ଉପରେ ସୁନା ଫଏଲ୍ ପ୍ରୟୋଗ କରାଯାଏ। ଯେଉଥିପାଇଁ ଫଳରେ ନୋବେଲ ପୁରସ୍କାର ବିଜେତାଙ୍କ ଚିତ୍ର ସୁନେଲି ବା (ଗୋଲ୍ଡେନ୍ ୟେଲୋ) ଦେଖାଯାଏ। ଦୃଷ୍ଟି ଆକର୍ଷଣ କରିବାକୁ ଏପରି କରାଯାଇଥାଏ।
କିଏ ସେ କାରୀଗର!
ନୋବେଲ ପୁରସ୍କାର ବିଜେତାଙ୍କର ଏପରି ଚିତ୍ର ଜଣେ କାରୀଗର ଆଙ୍କି ଥାଆନ୍ତି। ସ୍ୱୀଡ଼େନର ଜଣାଶୁଣା ଚିତ୍ରଶୀଳ୍ପି ଏ ଦାୟିତ୍ୱ ଲିଭାଇ ଥାଆନ୍ତି। ସେ ହେଉଛନ୍ତି ସ୍ୱିଡେନ୍ ନିକ୍ଲାସ୍ ଏଲମେହେଡ୍।
ତାଙ୍କୁ ନୋବେଲ ମିଡିଆର କଳା ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି। ୨୦୧୨ରୁ ସେ ସମସ୍ତ ଭିଜୁଆଲ୍ କଣ୍ଟେଣ୍ଟ ପରିଚାଳନା ଦାୟିତ୍ୱରେ ଅଛନ୍ତି। ୨୦୨୧ ମସିହାରେ ନୋବେଲ ପୁରସ୍କାରର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା ସାର୍ବଜନୀନ କରାଯାଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା