ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ:ସଂରକ୍ଷଣ ସୁବିଧା ପାଇବେ ଉଚ୍ଚଜାତିର ଗରିବ

ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଜାତି ଭିତ୍ତିରେ ସଂରକ୍ଷଣ ଦିଆଯାଉଥିଲା। ଏହାକୁ ଚ୍ୟାଲେଞ୍ଜ କରି ମୋଦି ସରକାର ସଫଳ ହୋଇଛନ୍ତି। ପୂର୍ବରୁ କେବଳ ଅନୂସୁଚିତ ଜାତି, ଜନଜାତି ବର୍ଗଙ୍କୁ ସଂରକ୍ଷଣ ମିଳୁଥିଲା ଓ ସେମାନେ ଲାଭବାନ ହେଉଥିଲେ। ସାଧାରଣ ବର୍ଗର ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିଲେ।ମାତ୍ର ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗଙ୍କୁ ନେଇ ସ୍ୱର ଉଠାଇଥିଲେ କେନ୍ଦ୍ର ସରକାର। କୋର୍ଟର ଦ୍ୱାରସ୍ଥ ହୋଇଥିବା ଏହି ମାମଲାର ଏବେ ଶୁଣାଣୀ ହୋଇଛି। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସଂରକ୍ଷଣ ନିୟମ ଲାଗୁ ହେବାକୁ ଯାଉଛି। ୫ ଜଣିଆ ଖଣ୍ଡପୀଠରୁ ଚାରି ଜଣ ଏହାକୁ ସମର୍ଥନ କରିଛନ୍ତି। ଏହି ବେଞ୍ଚରେ ଜଷ୍ଟିସ୍ ବେଲା ତ୍ରୀବେଦି,ଉଦୟ ଉମେଶ ଲଳିତ,ଦୀନେଶ ମାହେଶ୍ୱରୀ,ଏସ. ରବୀନ୍ଦ୍ର ଭଟ୍ଟ ଓ ଜେ.ବି. ପର୍ଦିୱାଲା ବିଚାରକ ସାଜିଛନ୍ତି ।

କେନ୍ଦ୍ର ସରକାରଙ୍କ ବଡ଼ ବିଜୟ
ଉଚ୍ଚଜାତିର ଗରିବଙ୍କୁ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରିଥିଲେ। ୧୦୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସେ EWS ବର୍ଗଙ୍କ ପାଇଁ୧୦ ପ୍ରତିଶତ ସଂରକ୍ଷଣ କରିବାକୁ ପ୍ରଚେଷ୍ଠା କରିଛନ୍ତି। ୮ ଜାନୁୟାରୀ ୨୦୧୯ ରେ ଲୋକସଭାରେ ଏ ନେଇ ଏକ ପ୍ରସ୍ତାବ ଆଗତ ହୋଇଥିଲା। ୩୨୬ ମେମ୍ବର ମଧ୍ୟରୁ ୩୨୩ ଜଣ ସମର୍ଥନ କରିଥିଲା ବେଳେ ୩ଜଣ ଏହାକୁ ବିରୋଧ କରିଥିଲେ। ରାଜ୍ୟସଭାରେ ମଧ୍ୟ ଏ ନେଇ ଭୋଟ ଗ୍ରହଣ ହୋଇଥିଲା। ୧୬୫ ଜଣ ଏହାକୁ ସମର୍ଥନ କରିଥିଲା ବେଳେ ୭ ଜଣ ବିରୋଧ କରିଥିଲେ। ୧୨ ଜାନୁୟାରୀରେ ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହେଲା ପରେ ୧୪ ଜାନୁୟାରୀ ୨୦୧୯ ରେ ଏହା ସାମ୍ନାକୁ ଆସିଥିଲା। ସେବେଠୁ ସପ୍ରିମକୋର୍ଟରେ ଏ ରାୟ ସଂରକ୍ଷିତ ହୋଇ ଆସିଥିଲାବେଳେ ଏହାକୁ ଚ୍ୟାଲେଞ୍ଜ କରି ସରକାର ସଫଳ ହୋଇଛନ୍ତି ।ଯଦିଓ ସଂରକ୍ଷଣ ୫୦%ରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ। ଫଳରେ ଉଚ୍ଚବର୍ଗଙ୍କୁ ସଂରକ୍ଷଣ ମିଳିଲେ, ସୁପ୍ରିମକୋର୍ଟଙ୍କ ୫୦% ଲକ୍ଷ୍ମଣରେଖାକୁ ଡେଇଁବାକୁ ପଡ଼ିଛି ଏବଂ ସମ୍ବିଧାନର ୧୦ ଓ ୧୧ ଅନୁଚ୍ଛେଦର ସଂଶୋଧନ ହୋଇଛି।

ଉଚ୍ଚବର୍ଗଙ୍କ ଲାଗି ସଂରକ୍ଷଣର ସର୍ତ୍ତାବାଳୀ
ନିମ୍ନ ଲିଖିତ ସର୍ତ୍ତଗୁଡ଼ିକ ସଂରକ୍ଷଣ ପାଇଁ ଲାଗୁ ହୋଇଛି।
ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍ ହେଉଥିବ।
ସାଢ଼େ ୭ ଏକରରୁ କମ୍ ଚାଷ ଜମି ଥିବ।
ବାସଗୃହର ଆୟତ୍ତନ ୧ହଜାର ବର୍ଗ ଫୁଟ୍ରୁ କମ୍ ହୋଇଥିବ।
ପୌରାଞ୍ଚଳରେ ୯୮୧ ବର୍ଗଫୁଟରୁ କମ ଘରବାଡ଼ି ଜମି ଥିବ।
ଗ୍ରାମାଞ୍ଚଳରେ ୧ହଜାର ୮୮୧ ବର୍ଗଫୁଟରୁ ଅଧିକ ବାସଗୃହ ଜମି ନଥିବ।
OBCଙ୍କୁ ସଂରକ୍ଷଣ ନିଷ୍ପତ୍ତି, ଭିପିଙ୍କୁ ଗାଦିଚ୍ୟୁତ୍ କରିଥିଲା: EWS ସଂରକ୍ଷଣ ମୋଦିଙ୍କୁ ଦେବ ଫାଇଦା
ସଂରକ୍ଷଣ ରାଜନୀତିର କାର୍ଡ ଖେଳି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ, ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ। ପଛୁଆବର୍ଗଙ୍କ ଲାଗି ମଣ୍ଡଳ କମିଶନଙ୍କ ସୁପାରିଶକୁ ଲାଗୁ କରିବାକୁ ଭି.ପି.ସିଂହ ଉଦ୍ୟମ କରିଥିଲେ। ୧୯୯୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଭି.ପି.ସିଂହ, ପଛୁଆବର୍ଗଙ୍କ ଲାଗି ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ରଖିବାକୁ ଯୋଜନା କରିଥିଲେ। ଆଉ ୨୮ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଷ୍ଟ୍ ପଲିଟିକ୍ସ ଖେଳିଛନ୍ତି। ତେବେ ମୋଦିଙ୍କ ଏହି ନିଷ୍ପତ୍ତିରେ ବିଜେପିର ଉଚ୍ଚବର୍ଗ ଭୋଟ୍ ସୁରକ୍ଷିତ ହେବା ସହ, ମହିଳା–ଦଳିତ ପଲିଟିକ୍ସକୁ ବ୍ୟାକଫୁଟକୁ ନେଇଛି!
Connect With Us