ମୟୁରଭଞ୍ଜ ମାଟିରୁ ନୂଆଦୀଲ୍ଲି,ରାଇରଙ୍ଗପୁରରୁ ରାଇସିନା ହିଲ୍,ସ୍କୁଲ୍ ଟିଚରରୁ କଣ୍ଟ୍ରି କଣ୍ଟ୍ରୋଲରର ଯାତ୍ରାରେ ସଫଳ ହୋଇଥିବା ଓଡ଼ିଆ ମାଟିର ଗର୍ବ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଓ ବିଶ୍ୱର ପ୍ରଥମ ମହିଲା ଆଦିବାସୀ ନେତା ହିସାବରେ ସର୍ବୋଚ୍ଚ ଆସନରେ ବସିବାର ସୌଭାଗ୍ୟ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା। କେବଳ ସେତିକି ନୁହେଁ ଭାରତର ସର୍ବକନିଷ୍ଠ ରାଷ୍ଠ୍ରପତି ଭାବେ ମଧ୍ୟ ସେ ରେକର୍ଡ ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେଲା ପରେ ପ୍ରଥମ ଥର ପାଇଁ ସେ ଓଡ଼ିଶା ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହ ରହିଛି। ଏହି ଅବସରରେ ପୁରୀ ଯ।ଇ ମହ।ପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ପୁରୀ ଗସ୍ତ ପ।ଇଁ ପୋଲିସ୍ ପକ୍ଷରୁ ବ୍ୟ।ପକ ପ୍ରସ୍ତୁତି ଆରମ୍ଭ ହୋଇଯ।ଇଛି। ଏଥିପ।ଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ।ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନବନ୍ଦରରୁ ରାଜଭବନ ପୁଲିସ ଛାଉଣୀରେ ରହିବ। ୫୫ ପ୍ଲାଟୁନ୍ ଫୋର୍ସ ପୁଲିସ ମୁତୟନ ହେବା ସହ ୩ ଶହ ଜଣ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ।