ବାଲିରେ ବିଶ୍ୱର ବିଶାଳ ହକି ଷ୍ଟିକ୍

ହକିକୁ ନେଇ ଏବେ ସାରା ଓଡ଼ିଶା ଚଳ ଚଞ୍ଚଳ। ଆନ୍ତର୍ଜାତୀୟ ସ୍ତରରେ ହକି ୱାର୍ଲ୍ଡ କପର ଆୟାଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ହକିକୁ ନେଇ ଦୁଲୁକୁଛି କଟକ। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘଟାନୀ ଉତ୍ସବ ନେଇ ବାର୍ତ୍ତା ରଖିଛନ୍ତି। ୫ହଜାର ହକି ବଲକୁ ନେଇ ସେ ବାଲୁକା କଳା ଆଙ୍କିଛନ୍ତି।

ବାଲିରେ ଝଟକୁଛି ପତାକା
ହକି ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦେଶର ପତାକାକୁ ବି ବାଲୁକା କଳା ମାଧ୍ୟମରେ ଅଙ୍କା ଯାଇଛି। ବାରବାଟୀ ଷ୍ଟାଡିୟମରେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୬୮ ଟନ୍ରୁ ଅଧିକ ବାଲିରେ ନିର୍ମାଣ ଏହି ବାଲୁକା କଳାରେ ରହିଛି ହକି ଷ୍ଟିକ ଯାହାର ଲମ୍ବ ୧୦୫ ଫୁଟ୍ ରହିଥିବା ବେଳେ ଉଚ୍ଚତା ୨୨ ଫୁଟ୍ ଓ ଚଉଡ଼ା ୪୫ ଫୁଟ୍ ରହିଛି। ଏହା ବିଶ୍ୱର ସବୁଠୁ ବଡ଼ ଓ ଲମ୍ବା ହକି ଷ୍ଟିକ। ଏହାସହ ବିର୍ସା ମୁଣ୍ତା ଷ୍ଟାଡ଼ିୟମ, ବିଶ୍ୱକପ ଟ୍ରଫି ଓ ୫ହଜାର ହକି ବଲକୁ ଏଥିରେ ବ୍ୟବହାର କରାଯାଇଛି।
Connect With Us