ଚେଜ୍ ମାଷ୍ଟର ବିରାଟ କୋହଲି । ୧୦ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର, ଅନେକ ରେକର୍ଡର ଅଧିକାରୀ । ଏମିତି ଜମାନା ହୋଇଛି ଯେ, ଆଗରେ ବିରାଟ ଆଉ ପଛରେ ଗୋଡ଼ାଉଛି ରେକର୍ଡ । ସ୍ୱପ୍ନ ସାକାର କରିବା ଓ ଶିଖର ଛୁଇଁବା ପାଇଁ କୋହଲିଙ୍କୁ କୋଚିଂ ବେଳେ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା । ଆଜି ବି ଖେଳିବା ବେଳେ ଭୁଲ୍ କଲେ ମନେ ପଡ଼େ ସେଦିନର ଚାପୁଡ଼ା । କିଏ ମାରୁଥିଲେ ବିରାଟ କୋହଲିଙ୍କୁ ? ପିଲାଦିନେ ତାଙ୍କର ଫେଭରିଟ୍ ସର୍ଟ କ’ଣ ? ଟ୍ରେନିଂର ପ୍ରଥମ ଦିନରେ କୋହଲିଙ୍କଠାରେ କଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ କୋଚ୍ ? କୋଚଙ୍କୁ କି ଉପହାର ଦେଇଥିଲେ କୋହଲି ? ଏସବୁ ପ୍ରଶ୍ନର ଉତ୍ତର ଦେବ କୋହଲିଙ୍କ ଉପରେ ଲିଖିତ ପୁସ୍ତକ ‘DRIVEN:THE VIRAT KOHLI STORY ।ଏହାକୁ ଲେଖିଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବିଜୟ ଲୋକାପଲ୍ଲୀ। ବିରାଟ କୋହଲିଙ୍କ କାହାଣୀକୁ କହିଛନ୍ତି ତାଙ୍କ କୋଚ୍ ରାଜକୁମାର ଶର୍ମା ।ପ୍ରଥମ ଦିନର ଅଭୁଲା କୋଚିଂ
କୋଚିଂ ପାଇଁ ଆସିବା ବେଳେ ବିରାଟ କୋହଲିଙ୍କର ବୟସ ଥିଲା ମାତ୍ର ୯ବର୍ଷ । କିନ୍ତୁ ସେ ସିନିଅର୍ ଖେଳାଳିଙ୍କ ସହ ଖେଳିବା ପାଇଁ ପସନ୍ଥିଦ କରୁଥିଲେ । ପିଲାଦିନର କୋଚ୍ ରାମକୁମାର ଶର୍ମା କହିଛନ୍ତି, ସେତେବେଳେ ଭାରି ଦୃଢ଼ମନା ଥିଲେ କୋହଲି । ପ୍ରଥମ ଦିନରେ ବାଉଣ୍ଡ୍ରି ଲାଇନ୍ରୁ ସିଧା ଥ୍ରୋ ଓ୍ଵିକେଟ କିପର୍ ହାତକୁ ମାରିଥିଲେ । ଜଣେ ଛୋଟ ପିଲାର ତାକତ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ରାଜକୁମାର । ସବୁବେଳେ କୋହଲି କହୁଥିଲେ, ସିନିଅରଙ୍କଠାରୁ ସେ ଭଲ ଖେଳିବେ । ବାସ୍ତବରେ ତାହା ହିଁ ହୋଇଛି । ରାଜକୁମାର କହିଛନ୍ତି, ସେତେବେଳେ ତାଙ୍କ ବିରୋଧରେ ଆସିଥିଲା କୋହଲିଙ୍କୁ ପ୍ରମୋଟ କରିବା ଅଭିଯୋଗ ।
ଏଥସହ ପଢ଼ନ୍ତୁ: ୨୦୦୯ରେ ପଶ୍ଚିମ ଓଡ଼ିଶାରେ ହରାଇଥିଲେ, ଏବେ ଉପକୂଳର ପାଳି
ସାଥି ଖେଳାଳି ଆଉଟ୍ କରିପାରୁ ନଥିଲେ
ବେଷ୍ଟ ଦିଲ୍ଲୀ ଏକାଡେମୀରେ ଆଡମିସନ୍ ନେଇଥିଲେ ବିରାଟ କୋହଲି । ୯ବର୍ଷ ହୋଇଥିବାରୁ ତାଙ୍କୁ ଜୁନିଅର୍ ଗ୍ରୁପକୁ ପଠାଇ ଦିଆଯାଇଥିଲା । ନାଖୁସ୍ ବିରାଟ ସିନିଅର ଟିମ୍ରେ ଖେଳିବାକୁ ଇଚ୍ଛକ ଥିଲେ । ଦିନେ କୋହଲି କୋଚ୍ ରାଜକୁମାରଙ୍କୁ ଆସି କହିଥିଲେ, ଜୁନିଅର ମୋତେ ଆଉଟ୍ କରି ପାରୁ ନାହାନ୍ତି । ମୁଁ ସିନିଅରଙ୍କ ସହ ଖେଳିବି । କ୍ରିକେଟ ଭୋକିଲା ଥିଲେ ବିରାଟ କୋହଲି ।ଭୁଲ୍ ଖେଳିଲେ ମାଡ଼ ମିଳୁଥିଲା
ଛୋଟ ବେଳେ ଭାରି ଦୁଷ୍ଟ ଥିଲେ ବିରାଟ । କେତେବେଳେ ନିଜ ସିଟ୍ରେ ବସୁ ନଥିଲେ । ଯେତେବେଳେ ବିପକ୍ଷ ଟିମ୍ କମ୍ ସ୍କୋରରେ ଆଉଟ୍ ହେଉଥିଲେ, ପ୍ରଥମେ ବ୍ୟାଟିଂ ପାଇଁ ବ୍ୟଗ୍ର ହେଉଥିଲେ ବିରାଟ କୋହଲି । ତାଙ୍କ ଡାଉନ୍ ଯଦି ୪ ନମ୍ବର ଥିଲା । ବହୁ ସମୟରେ ଗାଳି ଖାଉଥଲେ । ଏମିତି ଜିଦି ଧରନ୍ତି ଯେ, କୋଚ୍ଙ୍କଠାରୁ ଚାପୁଡ଼ା ମାଡ଼ ବି ଖାଇଛନ୍ତି ବିରାଟ କୋହଲି । ଆଜି ବି ମାଡ଼ କଥା ମନେ ପଡ଼ିଲେ ତାଙ୍କ କାନ ମୂଳ ଝାଇଁ ଝାଇଁ ହୁଏ ।ବଡ଼ ସର୍ଟ ଖେଳିବାରେ ଧୁରନ୍ଧର
କଭର ଡ୍ରାଇଭ୍ରେ ସର୍ଟ ମାରିବାରେ ମାହିର ବିରାଟ କୋହଲି । କିନ୍ତୁ ସବୁବେଳେ ଏହି ଲାଇନରେ ନଖେଳିବା ପାଇଁ ପରାମର୍ଶ ଦେଉଥିଲେ ରାଜକୁମାର । ଉଚ୍ଚା ସର୍ଟ ଖେଳିବାକୁ ବି ସେ ପସନ୍ଦ କରନ୍ତି । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ ବି ଏଥିପାଇଁ କୋହଲିଙ୍କୁ ଅନେକ ଥର ଆକଟ ବି କରିଛନ୍ତି ତାଙ୍କ କୋଚ୍ । ଅର୍ଦ୍ଧଶତକ ନ ହେବା ପର୍ଯ୍ୟନ୍ତ ଛକା ମାରିବାକୁ ମନା କରିଥିଲେ ରାଜକୁମାର । ସେହିପରି ସୁଇପ୍ ଓ କଟ୍ ପାଇଁ ମନା କରିଥିଲେ । ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ କହିଥିଲେ କୋଚ୍ । କୋଚିଂ ବେଳେ ପ୍ରତିଟି ଟିପ୍ସକୁ ଫଟାଫଟ ଧରି ନେଉଥିଲେ କୋହଲି । ସେଥିପାଇଁ ସେ ଅନ୍ୟମାନଙ୍କଠାରୁ ଡିଫରେଣ୍ଟ ବୋଲି କୋଚ୍ ରାଜକୁମାର ଶର୍ମା କହୁନ୍ତି ।ଦ୍ରୋଣାଚାର୍ଯ୍ୟ ରାଜକୁମାର ଶର୍ମା
କୋହଲିଙ୍କୁ ବିଶ୍ୱସ୍ତରୀୟ କ୍ରିକେଟର ଭାବରେ ଗଢ଼ି ତୋଳିବାରେ ରାଜକୁମାର ଶର୍ମାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେଥିପାଇଁ ୨୦୧୬ରେ ତାଙ୍କୁ ପ୍ରଦାନ କରାଯାଇଥିଲା ଦ୍ରୋଣାଚାର୍ଯ୍ୟ ସମ୍ମାନ । ତାଙ୍କର ପ୍ରଶିକ୍ଷଣ, ପରାମର୍ଶ, ଦିଗଦର୍ଶନ ଆଜି କୋହଲିଙ୍କୁ ବିରାଟ କ୍ରିକେଟର ଭାବରେ ବିଶ୍ୱରେ ପରିଚିତ କରାଇଛି । ରାଜକୁମାରଙ୍କ ଆକଟ ଓ ମାଡ଼ ପଡ଼ି ନଥିଲେ ହୁଏତ ସେତେବେଳେ ଦୁଷ୍ଟ କୋହଲିଙ୍କ ପାଇଁ କ୍ରିକେଟର ବିରାଟ ଯାତ୍ରା ଏତେ ସହଜ ହୋଇ ନଥାଆନ୍ତା । ରାଜକୁମାର କହିଛନ୍ତି, ବିରାଟ କୋହଲିଙ୍କ ଭଳି ଶିଷ୍ୟଙ୍କୁ ପାଇଁ ସେ ବେଶ ଗର୍ବିତ ।
ଏଥିସହ ପଢ଼ନ୍ତୁ: ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍