ଜନ୍ମମାଟିରେ ମହାମହିମ:ରାଷ୍ଟ୍ରପତିଙ୍କ ହାତରେ ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ

ଦୁଲୁକୁଛି ଜନ୍ମମାଟି। ପାଛୋଟି ନେବାକୁ ଜମୁଛି ଅସରନ୍ତି ଭିଡ଼। ଗାଁ ମାଟିର ଝିଅକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଅନେକ ଆତ୍ମୀୟ। ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ମୟୂରଭଞ୍ଜର ବାଦାମ ପାହାଡ ହେଲିପ୍ୟାଡରେ ପହଞ୍ଚି ଗାଁ ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଗାଁ ଗସ୍ତ ହେଇଥିବାରୁ ଜିଲ୍ଲା ସାରା ଉତ୍ସାହ ଖେଳି ଯାଇଛି।

ସ୍ୱାମୀ ଏବଂ ପୁଅକୁ ଦେବେ ଶ୍ରଦ୍ଧାଞ୍ଜଳି
ଜନ୍ମମାଟିରେ ପହଞ୍ଚିବା ପରେ ସ୍ୱାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁ ଏବଂ ଦୁଇପୁଅଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାପରେ ଗୋଷାଣୀ ନୂଆଗାଁ ଗସ୍ତରେ ଯାଇ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟର ଲୋକାର୍ପଣ କରିବେ। ଏହା ସହ L&T ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧୨ଟା ୩୦ରେ ପାହାଡପୁରରୁ ବାହାରି ୧୨ଟା ୪୫ରେ ହାଟବଦ୍ରା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବେ। ସେଠାରେ ନିଶାମୁକ୍ତ ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ।
Connect With Us